ETV Bharat / city

‘ମୋ ସ୍କୁଲ ଓ ମୋ କଲେଜ’ ଅଭିଯାନରେ ଯୋଡ଼ି ହେବେ ପ୍ରବାସୀ ଓଡ଼ିଆ

author img

By

Published : Nov 11, 2021, 8:54 AM IST

Updated : Nov 11, 2021, 10:38 AM IST

ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ ଏଣିକି ମୋ କଲେଜ ଓ ମୋ ସ୍କୁଲ ଅଭିଯାନରେ ଯୋଡି ହେବେ । ଏହା ସହ ରାଜ୍ୟର ଯେ କୌଣସି ବିଦ୍ୟାଳୟ ବା କଲେଜର ଭିର୍ତ୍ତିଭୂମୀ ବିକାଶରେ ସହଯୋଗ କରିପାରିବେ । ଅଧିକ ପଢନ୍ତୁ...

‘ମୋ ସ୍କୁଲ ଓ ମୋ କଲେଜ’ ଅଭିଯାନରେ ଯୋଡ଼ି ହେବେ ପ୍ରବାସୀ ଓଡ଼ିଆ
ମୋ ସ୍କୁଲ ଓ ମୋ କଲେଜ ଅଭିଯାନରେ ଯୋଡ଼ି ହେବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର: ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ ଏଣିକି ମୋ କଲେଜ ଓ ମୋ ସ୍କୁଲ ଅଭିଯାନରେ ଯୋଡି ହେବେ । ଏହା ସହ ରାଜ୍ୟର ଯେ କୌଣସି ବିଦ୍ୟାଳୟ ବା କଲେଜର ଭିର୍ତ୍ତିଭୂମୀ ବିକାଶରେ ସହଯୋଗ କରିପାରିବେ । ଫଳରେ ଉକ୍ତ ଶିକ୍ଷାନୁଷ୍ଠାନର ପାଠାଗାର, କ୍ରୀଡ଼ା ଭିତ୍ତିଭୂମି ତଥା ଅନୁଷ୍ଠାନର ଅନ୍ୟାନ୍ୟ ସାମଗ୍ରିକ ବିକାଶ ପାଇଁ ଆର୍ଥିକ, ବୌଦ୍ଧିକ, ମାନସିକ ତଥା ଶାରୀରିକ ଅବଦାନ ରଖି ପାରିବେ । ଏଥିପାଇଁ ‘ବିଲ୍‌ଡ ଓଡ଼ିଶା’ ବା ଓଡ଼ିଶା ନିର୍ମାଣ ନାମକ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

କାର୍ଯ୍ୟକ୍ରମକୁ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଉଦଘାଟନ କରିଛନ୍ତି । 26ଟି ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରତିନିଧି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଆମେରିକାର ଇ-ଗୁରୁକୁଳ ସଂଗଠନର ନିର୍ଦ୍ଦେଶିକା ତଥା ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା (ଓଏସ୍‌ଆ)ର ପୂର୍ବତନ ଅଧ୍ୟକ୍ଷା କୁକୁ ଦାସଙ୍କ ପୌରୋହିତ୍ୟରେ ‘ବିଲ୍‌ଡ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ଵର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ବିଶିଷ୍ଟ ଓଡ଼ିଆ ବ୍ୟକ୍ତିତ୍ଵମାନେ ଯୋଗ ଦେଇଛନ୍ତି । ବିଲ୍‌ଡ ଓଡ଼ିଶା ଅଭିଯାନ ବାବଦରେ ଆଲୋଚନା କରିଛନ୍ତି । କାର୍ଯ୍ୟକ୍ରମର ଆଭିମୁଖ୍ୟ ବାବଦରେ କୁକୁ ଦାସ ସମସ୍ତଙ୍କୁ ଅବଗତ କରିଛନ୍ତି । ସେ କହିଛନ୍ତି ଯେ, ସ୍ଵାସ୍ଥ୍ୟ, ପର୍ଯ୍ୟଟନ, ଉଦ୍ୟୋଗୀକରଣ ଆଦି ସବୁ କ୍ଷେତ୍ରରେ ଓଡ଼ିଶାର ବିକାଶ କରିବା ଲକ୍ଷ୍ୟ ନେଇ ପ୍ରବାସୀ ଓଡ଼ିଆମାନଙ୍କ ଦ୍ଵାରା ଆରମ୍ଭ ହୋଇଛି ‘ବିଲ୍‌ଡ ଓଡ଼ିଶା’ ବା ଓଡ଼ିଶା ନିର୍ମାଣ କାର୍ଯ୍ୟକ୍ରମ । ଏହା ଜରିଆରେ ପ୍ରବାସରେ ରହୁଥିବା ଓଡ଼ିଆମାନେ ଏଣିକି ତାଙ୍କ ପ୍ରିୟ ଶିକ୍ଷାନୁଷ୍ଠାନ ସହିତ ଯୋଡ଼ି ହୋଇପାରିବେ । ସେଠାରେ ଲାଇବ୍ରେରୀ, ସ୍ପୋର୍ଟ୍ସ ହବ୍ ସହ ଅନୁଷ୍ଠାନର ଅନ୍ୟାନ୍ୟ ଭିତ୍ତିଭୂମି ଆଦିର ବିକାଶ ପାଇଁ ଯୋଗଦାନ କରିପାରିବେ।

ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଛନ୍ତି । ‘ମୋ ସ୍କୁଲ’ ଅଭିଯାନର ମୂଳ ଉଦ୍ଦେଶ୍ୟ । କିପରି ଭାବେ ପୁରାତନ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇପାରିବେ । ସେ ବାବଦରେ ଏକ ପାଓ୍ଵାରପଏଣ୍ଟ୍ ପ୍ରେଜେଣ୍ଟଟେସନ୍ କରି ବୁଝାଇଛନ୍ତି । ସେହିପରି ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ମଧ୍ୟ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସାମିଲ ହୋଇଛନ୍ତି । ‘ବିଲ୍‌ଡ ଓଡ଼ିଶା’ ପରି ପ୍ରବାସୀ ଓଡ଼ିଆମାନଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ମୋ କଲେଜ ଅଭିଯାନ ବିଷୟରେ ସମସ୍ତଙ୍କୁ ସୂଚିତ କରିବା ସହ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷାଅନୁଷ୍ଠାନ ସହ ଯୋଡ଼ି ହେବାକୁ ସେ ନିମନ୍ତ୍ରଣ କରିଛନ୍ତି । ବିଲ୍‌ଡ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ପ୍ରବାସରେ ରହୁଥିବା ଓଡ଼ିଆମାନେ ଏକତ୍ରୀତ ହୋଇ ଏକ ନୂଆ ଓଡ଼ିଶା ନିର୍ମାଣରେ ଭାଗିଦାର ହେବେ ।

ଗ୍ଲୋବାଲ ଓଡ଼ିଆ ଡାଏସ୍‌ପୋରା ମାଧ୍ୟମରେ ଏହାର ପରିଚାଳନା ବ୍ୟବସ୍ଥା କରାଯିବ । ଯୁବ ବନ୍ଧୁମାନଙ୍କୁ ଏହି କାର୍ଯ୍ୟକ୍ରମ ଉତ୍ସାହିତ କରିବ ବୋଲି କହିଛନ୍ତି ବାହାରିନ୍‌ ଓଡ଼ିଆ ସମାଜର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ । ହୋଷ୍ଟ୍ ଭାବେ ଆମେରିକାରୁ ଉତ୍କଳ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ବ୍ୟବସ୍ଥା ଓ ପରିଚାଳନା ସମ୍ପର୍କରେ ଉପସ୍ଥାପନା କରିଛନ୍ତି । ଓ୍ଵେବିନାରରେ ସାମିଲ ପ୍ରବାସୀ ଓଡ଼ିଆମାନେ ବିଲ୍‌ଡ ଓଡ଼ିଶା, ମୋ ସ୍କୁଲ ଓ ମୋ କଲେଜ ଅଭିଯାନ ଆଦିକୁ ନେଇ ସେମାନଙ୍କ ମନରେ ଥିବା ପ୍ରଶ୍ନ ଅତିଥିମାନଙ୍କୁ ପଚାରିଥିଲେ । ଅତିଥିମାନେ ମଧ୍ୟ ଏହାର ଉତ୍ତର ରଖିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଆମେରିକାରୁ ଡକ୍ଟର ଶୀତିକଣ୍ଠ ଦାସ, ଅଜୟ ମହାନ୍ତି, କତାରରୁ ବିଦ୍ୟା ମହାନ୍ତି, ଲଣ୍ଡନରୁ ସୁସ୍ମିତା ରାଜହଂସ, ମାଲେସିଆରୁ ଦୀପ୍ତିରଞ୍ଜନ ନନ୍ଦ, କୁଏତରୁ ସଂଜୀବ ବାରିକ, ସିଙ୍ଗାପୁରରୁ ସଂଜୀବ ପଣ୍ଡା, ଜାପାନରୁ କୁନା ଦାସ ପ୍ରମୁଖ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

Last Updated : Nov 11, 2021, 10:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.