ଭୁବନେଶ୍ବର: ପୁଣି ନ୍ୟାସନାଲ ସିଙ୍ଗିଂ ପ୍ଲାଟଫର୍ମରେ ଓଡିଆ ଝିଅଙ୍କ କମାଲ। ଏଥର ଟିଭି ପରଦାରେ ନିଜ ପ୍ରତିଭାର ଝଲକ ଦେଖାଇଛନ୍ତି ଓଡିଆ ଝିଅ ଚେଲସି ବେଉରା । କିଛି ଦିନ ତଳେ ସୋନି ଟିଭି ପକ୍ଷରୁ ଆୟୋଜିତ ହେଉଥିବା ଇଣ୍ଡିଆନ ଆଇଡଲ-11ର ଏକ ଭିଡିଓରେ ଚେଲସି ନଜର ଆସୁଥିବାର ଦେଖିବାକୁ ମିଳିଛି। ବେଶ ମେଲୋଡିୟସ ସ୍ବରରେ ଚେଲସି ଗୀତ ଗାଉଥିବାର ଭିଡିଓରେ ଶୁଣିବାକୁ ମିଳୁଛି।

ଭିଡିଓଟିକୁ ସୋନି ଟିଭି ୟୁଟ୍ୟୁବରେ 9 ଅକ୍ଟୋବରରେ ରିଲିଜ କରିଥିଲା । ଯେଉଁଥିରେ ଚେଲସି ‘ଇସକ୍ଜାଦେ’ ଫିଲ୍ମର ‘ମେ ପରେସାନ’ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା। ଚେଲସିଙ୍କ ଗୀତ ଶୁଣି ଜଜ ପ୍ୟାନେଲରେ ଥିବା ଅନୁ ମଲ୍ଲିକ, ନେହା କକ୍କର ଓ ଶେଖର ଖୁବ ଖୁସି ହେବା ସହ ତାଙ୍କ ଅନ୍ଦାଜ ଓ ଗୀତ ଗାଇବା ଶୈଳୀର ପ୍ରଶଂସା କରିଥିଲେ ।
ତେବେ ଚେଲସି ଖାଲି ଯେ ଇଣ୍ଡିଆନ ଆଇଡଲକୁ ଯାଇଛନ୍ତି ତାହା ନୁହେଁ ଏହା ପୂର୍ବରୁ ସେ ‘ରାଇଜିଂ ଷ୍ଟାର’ ନାମକ ଏକ ଜାତୀୟ ସିଙ୍ଗିଂ ଶୋ’ରେ ମଧ୍ୟ ନଜର ଆସି ସାରିଛନ୍ତି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ