ଭୁବନେଶ୍ବର: ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଝିଅର କମାଲ । ମିସ ଇଣ୍ଡିଆ ଚାର୍ମିଙ୍ଗ ଫେସ ଇଣ୍ଟରନେସନାଲର ଟାଇଟଲ ହାତେଇଲେ ଓଡ଼ିଆ ଝିଅ ଇପ୍ସିତା ଦାସ ।
ଖବର ଅନୁଯାୟୀ, ମିସ ଇଣ୍ଡିଆ ଚାର୍ମିଙ୍ଗ ଫେସ ଇଣ୍ଟରନେସନାଲ 2019 ହୋଇ ଇପ୍ସିତା ଓଡ଼ିଶାକୁ ଫେରିଛନ୍ତି । କିଛିଦିନ ତଳେ ରାଜସ୍ଥାନର ଜୟପୁରରେ ହୋଇଥିବା ଏକ ଫେସନ ଶୋରେ ଏହି ବିଜୟ ମୁକୁଟ ପିନ୍ଧିଛନ୍ତି ।
ତେବେ ଇପ୍ସିତା ପ୍ରଥମେ ଓଡିଶାରୁ ଚୟନ ହୋଇ ରାଜସ୍ଥାନ ଯାଇଥିଲେ । ଆଗକୁ ଓଡ଼ିଶାର ଓ ଭାରତ ପାଇଁ ଅନେକ ଗୌରବ ଆଣିବାର ଲକ୍ଷ୍ୟ ରଖିଛନ୍ତି ସେ । ଏହି ବିଜୟର ଶ୍ରେୟ ନିଜର ଗୁରୁ ଶାଶ୍ବତ ଯୋଶୀଙ୍କୁ ଦେଇଛନ୍ତି । ଅନ୍ୟପଟେ ଇପ୍ସସିତାଙ୍କ ଗୁରୁ ଶାଶ୍ବତ ଯୋଶୀ ମଧ୍ୟ କହିଛନ୍ତି ଯେ " ସେ ମୋର ଛାତ୍ରୀ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ମନେକରୁଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ