ETV Bharat / city

ଅଶାନ୍ତ ସମୁଦ୍ରରେ ଫସିଥିଲେ 11 ଓଡ଼ିଆ ମତ୍ସ୍ୟଜୀବୀ, ଏୟାରଲିଫ୍ଟ କଲା ତଟରକ୍ଷୀ ବାହିନୀ

author img

By

Published : May 9, 2022, 6:57 PM IST

Updated : May 9, 2022, 7:17 PM IST

ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ମଝି ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ତଟରକ୍ଷୀ ବାହିନୀ ସେମାନଙ୍କୁ ଏୟାରଲିଫ୍ଟ ଦ୍ବାରା ଉଦ୍ଧାର କରିଛି । ଅଧିକ ପଢନ୍ତୁ

ଅଶାନ୍ତ ସମୁଦ୍ରରେ ଫସିଛନ୍ତି 11 ଓଡ଼ିଆ, ଏୟାରଲିଫ୍ଟ କଲା ବାୟୁ ସେନା

ବ୍ରହ୍ମପୁର/ଭୁବନେଶ୍ବର: ଅଶାନ୍ତ ସମୁଦ୍ରରେ ଫସିଥିଲେ 11 ମତ୍ସ୍ୟଜୀବୀ । ଉଦ୍ଧାର ଲାଗି ତଟରକ୍ଷୀ ବାହିନୀ(Indian Coast guard)ର ସହଯୋଗ ନେଲେ ରାଜ୍ୟ ସରକାର । ଅଶାନ୍ତ ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଏସଆରସି(SRC) ପ୍ରଦୀପ କୁମାର ଜେନା ।

ଅଶାନ୍ତ ସମୁଦ୍ରରେ ଫସିଥିଲେ 11 ଓଡ଼ିଆ ମତ୍ସ୍ୟଜୀବୀ, ଏୟାରଲିଫ୍ଟ କଲା ତଟରକ୍ଷୀ ବାହିନୀ

ଅଶାନ୍ତ ସମୁଦ୍ରରେ ଫସିଥିଲା ବୋଟ । ବୋଟରେ ଥିଲେ 11 ମତ୍ସ୍ୟଜୀବୀ । ବିଶାଖାପାଟଣାରୁ ଓଡ଼ିଶା ଫେରୁଥିଲେ ଓଡ଼ିଆ ମତ୍ସ୍ୟଜୀବୀ । ଫସିଥିବା ସମସ୍ତେ ବ୍ରହ୍ମପୁରର ଚିକିଟି ଅଞ୍ଚଳର ହୋଇଥିବା ସୂଚନା । ବିଶାଖାପାଟଣାରୁ ଓଡ଼ିଶା ଫେରିବା ବେଳେ ପତିଶୋମାପୁର ନିକଟରେ 4.45ରେ ଘଟିଛି ଏହି ଅଘଟଣ । ଗଞ୍ଜାମ ଜିଲ୍ଲା ଠାରୁ ସୂଚନା ପାଇବା ପରେ ତଟରକ୍ଷୀ ବାହିନୀର ସହଯୋଗ ନେଇଥିଲେ ରାଜ୍ୟ ସରକାର ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 9, 2022, 7:17 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.