ETV Bharat / city

ରଜରେ ରିଲିଜ ଓଡିଆ ସିନେମା ବିଶ୍ବନାଥ - ଓଡିଆ ସିନେମା ବିଶ୍ବନାଥ

ଏଥର ରଜରେ ରିଲିଜ ହୋଇଯାଇଛି ଓଡିଆ ସିନେମା ବିଶ୍ବନାଥ । ଏହି ଫିଲ୍ମରେ ଆକ୍ସନ ସହ ରୋମାଞ୍ଚକ ଭରି ରହିଛି । ଏଥିରେ ସମ୍ବିତ ଓ ସଂଭାବନାଙ୍କ ଯୋଡି ବଡ ପରଦାରେ ଧମାଲ କରିବ ବୋଲି ଆଶା କରାଯାଇଛି । ଅଧିକ ପଢନ୍ତୁ

odiya-movie-biswanath-released-in-raja
ରଜରେ ରିଲିଜ ଓଡିଆ ସିନେମା 'ବିଶ୍ବନାଥ
author img

By

Published : Jun 13, 2022, 1:54 PM IST

Updated : Jun 13, 2022, 2:18 PM IST

ଭୁବନେଶ୍ବର: ଦୁଇ ବର୍ଷ ପରେ ରଜରେ ରିଲିଜ ହୋଇଛି ଓଡିଆ ସିନେମା ବିଶ୍ବନାଥ । କଟକ ପରେ ଆଜି ଭୁବନେଶ୍ବରର ସ୍ବାତୀ ହଲରେ ଫିଲ୍ମର ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରଟି ଗୋଆ, ସିକିମ୍ ଏବଂ ହାଇଦ୍ରାବାଦରେ ସୁଟ୍ ହୋଇଛି । ବୋବିଲି କିରଣଙ୍କ ନିର୍ଦ୍ଦେଶିତ ଏହି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ସମ୍ବିତ ନଜର ଆସିଥିବା ବେଳେ ନାୟିକା ସାଜିଛନ୍ତି ସଂଭାବନା । ଅନ୍ୟମାନଙ୍କ ମଧ୍ୟରେ ରାୟେ ମୋହନ ପରିଡା, ସ୍ବର୍ଗତ ମିହିର ଦାସ, ପିଣ୍ଟୁ ନନ୍ଦ ପ୍ରମୁଖ ଦମଦାର ଅଭିନୟ କରିଛନ୍ତି । ରଜରେ ରିଲିଜ ହୋଇଥିବା ଓଡିଆ ସିନେମା ବିଶ୍ବନାଥରେ ଅଭିନୟ କରିଛନ୍ତି ସ୍ବର୍ଗତ ଅଭିନେତା ମିହିର ଦାସ । ସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି ।

ନିର୍ମଳ ନାୟକ ଓ ବାପୁ ଗୋସ୍ବାମୀଙ୍କ ଗୀତକୁ ସ୍ବର ସଜାଇଛନ୍ତି ଅଭିଜିତ ମଜୁମଦାର । ହ୍ୟୁମାନ ସାଗର, ସ୍ବୟମ୍ ପାଢୀ, ରାଜ ନନ୍ଦିନୀ ପଣ୍ଡା, ସୋହିନୀ ମିଶ୍ର, ଋତୁରାଜ ମହାନ୍ତି, ଜାଗ୍ରୁତି ମିଶ୍ର ପ୍ରମୁଖ ଗୀତଗୁଡିକ ଗାଇଛନ୍ତି । ଓଡିଆ ମୌଳିକ କାହାଣୀ ସହ ଏହି ସିନେମାରେ ଭରପୁର ରୋମାଞ୍ଚ ଓ ଆକ୍ସନ ଭରି ରହିଛି । ସମ୍ବିତ ଓ ସଂଭାବନାଙ୍କ ଯୋଡି ବଡ ପରଦାରେ ଧମାଲ କରିବ ବୋଲି ଆଶା କରାଯାଉଛି । ମେଲୋଡି କିଙ୍ଗ ଅଭିଜିତ ମଜୁମଦାର୍ ଏବଂ ଟିମ ଓ ସମସ୍ତ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିଛନ୍ତି । ଫିଲ୍ମରେ ସାଉଥ ଷ୍ଟାଇଲ ତଡକା ଥିବାବେଳେ ଦର୍ଶକ ଆସନ୍ତୁ ଓ ରଜରେ ଫିଲ୍ମର ମଜା ନିଅନ୍ତୁ ବୋଲି କହିଛନ୍ତି ଅଭିନେତା ସମ୍ବିତ ।

Last Updated : Jun 13, 2022, 2:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.