ETV Bharat / city

ଓଡିଆ ବୋହୂଙ୍କ କମାଲ, ବାଇକରେ ବୁଲି ବାଣ୍ଟୁଛନ୍ତି ବାର୍ତ୍ତା - ଓଡିଶା ବାଇକ ରାଣୀ

ସଡକ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ସାରା ଭାରତରେ ଅଣ୍ଟା ଭିଡିଛି ବାଇକ କ୍ଲବ । ବାଇକ ରାଇଡିଂ ମାଧ୍ୟମରେ ଲୋକଙ୍କୁ କରାଯାଉଛି ସଚେତନ । ଆଉ ଏଥିରେ ସାମିଲ ହୋଇଛନ୍ତି ଭୁବନେଶ୍ବର ପୋଖରୀପୁଟର ଓଡିଆ ବୋହୂ ଅମିତା ସିଂ । ଓଡିଶାରୁ ଏକମାତ୍ର ଝିଅ ଭାବେ ଅମିତା ବାଇକ୍ ଚଲାଇ ଶ୍ରୀନଗରରୁ ଯିବେ ମନାଲି । ୮ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ସେ ପ୍ରଥମ ଓଡିଆ ଝିଅ ଭାବେ ଏହି ସଫଳତା ହାସଲ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ....

ଓଡିଆ ବୋହୂଙ୍କ କମାଲ, ବାଇକରେ ବୁଲି ବାଣ୍ଟୁଛନ୍ତି ବାର୍ତ୍ତା

author img

By

Published : Aug 3, 2021, 1:18 PM IST

ଭୁବନେଶ୍ବର: ସଡକ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ସାରା ଭାରତରେ ଅଣ୍ଟା ଭିଡିଛି ବାଇକ କ୍ଲବ । ବାଇକ ରାଇଡିଂ ମାଧ୍ୟମରେ ଲୋକଙ୍କୁ କରାଯାଉଛି ସଚେତନ । ଆଉ ଏଥିରେ ସାମିଲ ହୋଇଛନ୍ତି ଭୁବନେଶ୍ବର ପୋଖରୀପୁଟର ଓଡିଆ ବୋହୂ ଅମିତା ସିଂ । ଓଡିଶାରୁ ଏକମାତ୍ର ଝିଅ ଭାବେ ଅମିତା ବାଇକ୍ ଚଲାଇ ଶ୍ରୀନଗରରୁ ଯିବେ ମନାଲି । ସଡକ ସୁରକ୍ଷା ବାର୍ତ୍ତା ନେଇ ସାରା ଦେଶରୁ ୧୫ ଜଣ ଝିଅ ଏହି ବାଇକ୍ ରାଇଡିଂରେ ଯୋଗ ଦେଉଛନ୍ତି । ଅଗଷ୍ଟ ୩ରୁ ଶ୍ରୀନଗରରୁ ଯାତ୍ରା ଆରମ୍ଭ ହୋଇ ୧୪ ତାରିଖରେ ମନାଲିରେ ଶେଷ ହେବ । ୧୦ ଦିନ ମଧ୍ୟରେ ଦୀର୍ଘ ୮ ହଜାର କିଲୋମିଟର ରାସ୍ତା ଅତିକ୍ରମ କରିବ ଏହି ଟିମ୍ ।

ଓଡିଆ ବୋହୂଙ୍କ କମାଲ, ବାଇକରେ ବୁଲି ବାଣ୍ଟୁଛନ୍ତି ବାର୍ତ୍ତା

ସଡକ ସୁରକ୍ଷା, ଟ୍ରାଫିକ ନିୟମ ଓ ବାଇକରେ ହେଲମେଟ ପିନ୍ଧିବା ବାର୍ତ୍ତା ନେଇ ଶ୍ରୀନଗରରୁ ମନାଲି ଯିବେ ଏହି ଟିମ । ଭୁବନେଶ୍ବର ପୋଖରୀପୁଟର ଓଡ଼ିଆ ବୋହୂ ଅମିତା ସିଂହ ଆସନ୍ତା ଅଗଷ୍ଟ 3 ତାରିଖରୁ ଏହି ଗ୍ରସ୍ତ କରିବେ । ଅମିତା ଖାଲି ଜଣେ ବାଇକ ରାଇଡର ନୁହନ୍ତି ଘର ପ୍ରତି ଥିବା ଦାୟିତ୍ବକୁ ବି ସେ ଭଲଭାବେ ତୁଲାଇଥାନ୍ତି । ରୋଷେଇଠାରୁ ଆରମ୍ଭ କରି ପିଲାମାନଙ୍କ ପାଠପଢ଼ା ଯାଏଁ ସେ ସବୁଥିରେ ପାରଙ୍ଗମ । କହିବାକୁ ଗଲେ ସେ ଜଣେ ସୁଗୃହିଣୀ ହୋଇଥିବା ବେଳେ ପରିବାର ପକ୍ଷରୁ ମଧ୍ୟ ତାଙ୍କୁ ମିଳେ ସମର୍ଥନ । ଆନ୍ଧ୍ର ପ୍ରଦେଶର ଜନ୍ମ ହୋଇଥିଲେ ମଧ୍ୟ ଓଡ଼ିଶାକୁ ବିଶ୍ବ ସ୍ତରରେ ପରିଚିତ କରିବା ତାଙ୍କର ଲକ୍ଷ୍ୟ । କିଛି ନୂଆ କରି ଗୌରବ ଆଣିବାର ପ୍ରୟାସ କରିଛନ୍ତି ସେ । ଏଥିରେ ସଫଳ ହେବା ପାଇଁ ସେ ରାଜ୍ୟବାସୀଙ୍କ ଶୁଭକାମନା ଲୋଡିଛନ୍ତି ।

ଅମିତା ପୂର୍ବରୁ ମଧ୍ୟପ୍ରଦେଶରେ ଟୁରିଷ୍ଟ ଆମ୍ବସାଡର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏଥିସହ ମହିଳା ବାଇକ୍ ରାଇଡ଼ର ଭାବେ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ମଧ୍ୟ ବହୁ ସମ୍ମାନ ପାଇଛନ୍ତି । ଓଡ଼ିଶା ବାଇକ୍ ରାଣୀ ଅନୁଷ୍ଠାନ ଜରିଆରେ ଯୁବତୀଙ୍କୁ ବାଇକ ଶିଖାଇବା ସହ ସଡକ ସୁରକ୍ଷା ଅଭିଯାନରେ ମଧ୍ୟ ସେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ସଡକ ସୁରକ୍ଷା ଓ ହେଲମେଟ ପିନ୍ଧି ବାଇକ ଚଳାଇବା ବାର୍ତ୍ତା ନେଇ ସାରା ଓଡ଼ିଶାରେ କାର୍ଯ୍ୟକ୍ରମ କରିବେ ବୋଲି ସେ ଲକ୍ଷ୍ୟ ରଖିଛନ୍ତି ।

ଓଡିଶାକୁ ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇ ରାଜ୍ୟ ପାଇଁ ଗୌରବ ଆଣିବା ପାଇଁ ତାଙ୍କ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଅମିତା । ସେପଟେ ଓଡ଼ିଶା ବାଇକ୍ ରାଣୀ ପକ୍ଷରୁ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ହେଲମେଟ ଓ ଟ୍ରାଫିକ ସଚେତନତା କାର୍ଯକ୍ରମ ମଧ୍ୟ ଭୁବନେଶ୍ବରରୁ ଆରମ୍ଭ ହୋଇଛି । ତେବେ ଅମିତାଙ୍କ ଏହି ଯାତ୍ରା ଆଗକୁ ଯାଉ ଓ ସଚେତନତା ବାର୍ତ୍ତା ନେଇ ଏହି ସେ ସଫଳ ଭାବେ କାର୍ଯ୍ୟ କରନ୍ତୁ ବୋଲି ଆମେ ଆଶା କରୁଛୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.