ETV Bharat / city

ଅକ୍ଟୋବର 2ରୁ ‘ମୋ ସରକାର’; ପ୍ରତିଦିନ 10 ରୋଗୀଙ୍କ ସହ କଥାହେବେ ନବୀନ

author img

By

Published : Sep 25, 2019, 11:48 PM IST

ରାଜ୍ୟରେ କାର୍ଯ୍ୟକାରୀ ହେବ ମୋ ସରକାର । ପ୍ରତିଦିନ 10ଜଣ ରୋଗୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ । ଚାଲିଛି ଯୋରଦାର ପ୍ରସ୍ତୁତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମଥର ମୁଖ୍ୟମନ୍ତ୍ରୀ ହେବାପରେ ସରକାରକୁ ଅଧିକ ଲୋକାଭିମୁଖି ଓ କ୍ରିୟାଶୀଳ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ‘ମୋ ସରକାର ଯୋଜନା’ କାର୍ଯ୍ୟକାରୀ ପୂର୍ବରୁ ସରକାର ରିହଲସେଲ କରୁଛନ୍ତି । ଗତ କିଛିଦିନ ତଳେ ପାଳି ପଡିଥିଲା ପୋଲିସ ବିଭାଗର, ଆଜି ସ୍ବାସ୍ଥ୍ୟ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆସନ୍ତା ଅକ୍ଟୋବର 2ରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ନୂଆ ଯୋଜନା ‘ମୋ ସରକାର’ ମୋ ସରକାର ମାଧ୍ୟମରେ ରାଜ୍ୟ ସରକାର 5ଟିକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି । ଏହାଦ୍ବାରା ସରକାର ଓ ଜନତା ମଧ୍ୟରେ ଦୂରତା କମିବ ବୋଲି ସରକାର ଯୋଜନା କରୁଛନ୍ତି । ତେବେ ମୋ ସରକାର କାର୍ଯ୍ୟକାରୀ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି । ବିଶେଷ କରି ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ କିଭଳି ସେବା ଯୋଗାଇବେ, ସେମାନଙ୍କୁ କିଭଳି ବ୍ୟବହାର କରିବେ ଏବଂ ପ୍ରଯୁକ୍ତି ବିଦ୍ୟାକୁ କିଭଳି ଭାବେ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରୟୋଗ କରିବେ ସେନେଇ ଆଲୋଚନା କରିଛନ୍ତି ।

ସୂଚନା ଯୋଗ୍ୟ ଯେ ମୋ ସରକାର କାର୍ଯ୍ୟକାରୀ ହେଲେ ପ୍ରତିଦିନ ମୁଖ୍ୟମନ୍ତ୍ରୀ 10ଜଣ ଲେଖାଁଏ ରୋଗୀଙ୍କ ସହ ସିଧାସଳଖ କଥା ହେବେ । ଯଦି କୌଣସି ଅଭିଯୋଗ ହୁଏ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ଵାସ୍ଥ୍ୟମନ୍ତ୍ରୀ , ସ୍ଵାସ୍ଥ୍ୟ ସଚିବ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ମୋ ସରକାର ଲାଗୁ ପୂର୍ବରୁ ସରକାରଙ୍କ ପ୍ରସ୍ତତି। ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ସିଡିଏମଓ ଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ।
ଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କାନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵାସ୍ଥ୍ୟ ବିଭାଗର ବିଭିନ୍ନ ଯୋଯନା କିଭଳି କାର୍ଯ୍ୟକାରୀ ହେଉଛି ସନେଇ ଆଲୋଚନା କରିଛନ୍ତି । ଏନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଲୋକଙ୍କ ସହ ଆଲୋଚନା କରିବେ ।Body:ଲୋକମାନେ କିଭଳି ସ୍ଵାସ୍ଥ୍ୟ ସେବା ପାଉଛନ୍ତି ।ସୂଚନା ଅନୁସାରେ ଅକ୍ଟୋବର 2 ରୁ ଆରମ୍ଭ ହେବାକୁ ଯାଉଛି ମୋ ସରକାର କାର୍ଯ୍ୟକ୍ରମ।ମୋ ସରକାର ଯୋଜନର ସଫଳ ରୂପାୟନ ନେଇ ଭିଡିଓ କନ୍ଫରେନ୍ସି ଜରିଆରେ କଥା ହେଲେ। ଏହା ସହ ହସ୍ପିଟାଲ ଆସୁଥିବା ରୋଗକୁ କିଭଳି ମିଳୁଛି ସେବା ସେ ନେଇ ମୁଖ୍ୟମନ୍ତ୍ରୀ ନେବେ ମତା ମତ। ପ୍ରତେକ ଦିନ 10 ରୋଗୀଙ୍କ ସହ କଥା ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ। ରୋଗୀ ଓ ହସ୍ପିଟାଲ ମଧ୍ୟରେ କୌଣସି ମଧ୍ୟସ୍ତି କାମ କରୁଥିଲେ ତାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ମୁଖ୍ୟ ଶାସନସଚିବଙ୍କ ପ୍ରତିକ୍ରିୟ ଦେଇ କହିଛନ୍ତି ।

Conclusion:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲୋକସେବା ଭବନଠାରେ ସିଡିଏମଓ ମାନଙ୍କ ସହ କଥା ହୋଇଛନ୍ତି ନବୀନ ।ହସପିଟାଲରେ ଯାଉଥିବା ରୋଗୀମାନଙ୍କୁ କିଭଳି ବ୍ୟବହାର କରୁଛନ୍ତି ।ସେମାନଙ୍କ ନେଇ କିଭଳି ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ।
।ଏହା ସହ ଟେକ୍ନୋଲୋଜି ର କିଭଳି ବ୍ୟବହାର କରାଯାଉଛି ହସପିଟାଲ ମାନଙ୍କର ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନଙ୍କ ସହ ଆଲୋଚନା କରିଛିନ୍ତି ।ମୋ ସରକାର କାର୍ଯ୍ୟକ୍ରମ ଲାଗୁ ପୂର୍ବରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ।ଭିଡିଓ କନ୍ଫରେନ୍ସିଂଗ ଜରିଆରେ ମୁଖ୍ୟମନ୍ତ୍ରୀ କଥାହେଉଛନ୍ତି। ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର, ସ୍ଵାସ୍ଥ୍ୟ ମନ୍ତ୍ରୀ ।ସ୍ଵାସ୍ଥ୍ୟ ସଚିବ ଉପସ୍ଥିତ ରହିଛନ୍ତି ।ପୂର୍ବରୁ ଥାନାର ଆଇଆଇସି ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.