ETV Bharat / city

ରାଜ୍ୟରେ ପୁଣି 120 ସୁସ୍ଥ, ଆକ୍ଟିଭ୍ ମାମଲାକୁ ଟପିଲା ଆରୋଗ୍ୟ ସଂଖ୍ୟା

author img

By

Published : Jun 13, 2020, 4:23 PM IST

ଲଗାତାର ସଂକ୍ରମଣ ବଢୁଥିବା ଖବର ମଧ୍ୟରେ କୋରୋନା ରୋଗୀଙ୍କ ଆରୋଗ୍ୟତା ଆଶ୍ବସ୍ତି ପ୍ରଦାନ କରୁଛି । ରାଜ୍ୟରେ ଆଜି ପୁଣି 120ଜଣ ସୁସ୍ଥ ହୋଇଛନ୍ତି ।

corona details in odisha
ରାଜ୍ୟରେ ପୁଣି 120 ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲଗାତାର ସଂକ୍ରମଣ ବଢୁଥିବା ଖବର ମଧ୍ୟରେ କୋରୋନା ରୋଗୀଙ୍କ ଆରୋଗ୍ୟତା ଆଶ୍ବସ୍ତି ପ୍ରଦାନ କରୁଛି । ରାଜ୍ୟରେ ଆଜି ପୁଣି 120ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁସ୍ଥ ସଂଖ୍ୟା ରାଜ୍ୟରେ 2594ରେ ପହଞ୍ଚିଛି ।

ଗଞ୍ଜାମରେ 33 ଜଣ ସୁସ୍ଥ ହୋଇଥିବାବେଳେ ଗଜପତିରେ 18, ସୋନପୁରରେ 13, ବାଲେଶ୍ବରରେ 12, ବଲାଙ୍ଗୀର ଓ ଖୋର୍ଦ୍ଧାରେ 8 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହପରି ମୟୂରଭଞ୍ଜରେ 7, କଟକରେ 4, ଯାଜପୁର ନୟାଗଡ ଓ ନୂଆପଡାରେ 3 ଜଣ ଲେଖାଏଁ, ଢେଙ୍କାନାଳ, ପୁରୀ ଓ ରାୟଗଡାରେ 2 ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କେନ୍ଦ୍ରାପଡା ଓ କଳାହାଣ୍ଡିରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସମସ୍ତ କୋଭିଡ ଡାକ୍ତରଖାନା, ଡାକ୍ତର, ନର୍ସ, ପାରାମେଡିକ୍ସ, ଏନଏମ, ଆଶା, ଅଙ୍ଗନବାଡି କର୍ମୀ, ଶିକ୍ଷକ ସରପଞ୍ଚ, ପୋଲିସ ଓ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି। ଯାହା ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ଅଧିକ ସୁସ୍ଥ ସଂଖ୍ୟା ରହିଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3723 ରହିଥିବାବେଳେ 2594 ଜଣ ସୁସ୍ଥ ଓ ଆକ୍ଟିଭ୍ ସଂଖ୍ୟାା 2474 ରହିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.