ETV Bharat / city

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳିରେ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ଯ ହିତାଧୀକାରୀ

author img

By

Published : Aug 12, 2022, 11:01 PM IST

ଓଡିଶାରେ ୧୨ ଲକ୍ଷ ଲୋକ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ଅଛନ୍ତି । ହେଲେ କେନ୍ଦ୍ର ରାଜ୍ୟ ସରକାରଙ୍କ ମଧ୍ୟରେ କଳି ପାଇଁ ଏହି ଲୋକମାନେ ଘର ପାଇ ପାରୁନାହାଁନ୍ତି । ଯାହା ଗରିବଙ୍କ ପାଇଁ ଉପହାସ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ଅଧିକ ପଢନ୍ତୁ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳିରେ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ଯ ହିତାଧୀକାରୀ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳିରେ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ଯ ହିତାଧୀକାରୀ

ଭୁବନେଶ୍ବର: ଓଡିଶାରେ ୧୨ ଲକ୍ଷ ଲୋକ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ଅଛନ୍ତି । ହେଲେ କେନ୍ଦ୍ର ରାଜ୍ୟ ସରକାରଙ୍କ ମଧ୍ୟରେ କଳି ପାଇଁ ଏହି ଲୋକମାନେ ଘର ପାଇ ପାରୁନାହାଁନ୍ତି । ଯାହା ଗରିବଙ୍କ ପାଇଁ ଉପହାସ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ଗତକାଲି ଓଡ଼ିଶାର ଦାବି ନେଇ କେନ୍ଦ୍ର ପଞ୍ଚାୟିତରାଜ ମନ୍ତ୍ରୀ ଗିରିରାଜ ସିଂଙ୍କ ଯେଉଁ ମନ୍ତବ୍ୟ ଦେଲେ ତାହା ଦୁର୍ଭାଗ୍ୟ ଜନକ ।

ସେହିପରି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, "ଗତ ୨ ବର୍ଷ ଧରି ପୋର୍ଟାଲ ଖୋଲି ନାହିଁ ଯେଉଁଥି ପାଇଁ ସାଧାରଣ ଲୋକ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ଆଉ ଯୋଜନାକୁ ନେଇ ଗତ ଦୁଇ ବର୍ଷ ଧରି ରାଜ୍ୟ କେନ୍ଦ୍ର ଭିତରେ କଳି ଲାଗି ରହିଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଅଧିକାର ନାହିଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଲେଖିକି ଆଣିଲେ ଆବାସ ଯୋଜନାରେ ଘର ଦିଆଯିବ ବୋଲି ନିର୍ଦ୍ଦେଶ ଦେବା ପାଇଁ । ଏହା ଆମ ସଂଘୀୟ ବ୍ୟବସ୍ଥା ପ୍ରତି ଅବମାନନା ।"

ଅନ୍ଯପଟେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ଦେଶରେ କୋଉ ଗରିବ କଚା ଘରେ ରହିବେ ନାହିଁ । ସମସ୍ତଙ୍କୁ ପକ୍କା ଘର ମିଳିବ । କିନ୍ତୁ ତାହା ଆଜି ହୋଇନି । ତେଣୁ ଏନେଇ ଦୁଇ ସରକାରଙ୍କ ଉତ୍ତର କେବଳ ହାସ୍ଯସ୍ପଦ ସହ ଲୋକଙ୍କ କଟା ଘାରେ ଚୁନ ଦେବା ସଦୃଶ । ଏଥିପାଇଁ କଂଗ୍ରେସର ଦାବି କରିଛି ଆବାସ ଯୋଜନାର କାର୍ଯ୍ୟକାରିତା ନେଇ ରାଜ୍ୟ ସରକାର ଶ୍ୱେତ ପତ୍ର ଓଡିଶା ଲୋକଙ୍କ ପାଖରେ ରଖନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.