ଭୁବନେଶ୍ବର: ଓକାକ ମୁଖ୍ୟଙ୍କ ହ୍ବାଟ୍ସଆପ ହ୍ୟାକ କରି ଟଙ୍କା ଠକେଇ ମାମଲା । ଏନେଇ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଜଣକ ନାଇଜେରିଆନ ହୋଇଥିବା ବେଳେ ତାଙ୍କ ନାଁ ଅକ୍ୟୁଦୁରୀ ପାସ୍କେଲ । ତେବେ ଅଭିଯୁକ୍ତକୁ ପୋଲିସ ପଚରାଉଚରା ପରେ ଏବେ ଫିଟୁଛି ଗୁମର । ଏହି ସାଇବର ଠକେଇ ମାମଲାରେ ଏକାଧିକ ସମ୍ପୃକ୍ତି ଥିବା ଜଣାପଡ଼ିଛି । ପୂର୍ବରୁ ତାଙ୍କର ଜଣେ ସହଯୋଗୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଦିଲ୍ଲୀ ପୋଲିସ ବାଙ୍ଗାଲୋରରେ ପହଞ୍ଚି ଅକ୍ୟୁଦୁରୀଙ୍କୁ ଗିରଫ କରିଥିଲା । ତେବେ ଏମାନେ ପ୍ରଥମେ ହ୍ବାଟ୍ସଆପ ଆକାଉଣ୍ଟ ହ୍ୟାକ କରୁଥିଲେ । ଏମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ସେମାନେ ଟଙ୍କା ଉଠାଇ ଦେଇଥାନ୍ତି । ଯେଉଁଥିପାଇଁ ସେମାନେ ମୋଟ ଅର୍ଥର ୧୦ ପ୍ରତିଶତ ନେଇଥାନ୍ତି ବୋଲି ପଚରାଉଚରା ବେଳେ ଅଭିଯୁକ୍ତ ମାନିଛନ୍ତି ।
ଦୁଇଟି ଆକାଉଣ୍ଟ ଜରିଆରେ ଓକାକ ସିଇଓ ନାମରେ ଦେହ ଖରାପ କହି 1 ଲକ୍ଷ 50 ହଜାର ଓ 5 ଲକ୍ଷ ୯୫ ହଜାର ଦୁଇଟି ଟ୍ରାଞ୍ଜାକ୍ସନରେ ଟଙ୍କା ଉଠାଯାଇଛି। ସେହି ଟଙ୍କାକୁ ପାସ୍କେଲ ୧୦ ପ୍ରତିଶତ କମିଶନ ରଖି ଆଉ ଜଣକୁ ଦେଉଥିଲା। ତେବେ ଏହା ପଛର ମାଷ୍ଟରମାଇଣ୍ଡ ନାଇଜେରିଆରୁ ଅପରେଟ କରୁଛି। ତେଣୁ ଏଠାରେ ଥିବା ପାସ୍କେଲ ଓ ପୁର୍ବୁରୁ ଗିରଫ ହୋଇଥିବା ଇମାନୁଏଲ ଭଳି ଅନେକ ସହଯୋଗୀ ରହିଛନ୍ତି। ଏସବୁ ଟଙ୍କା ଉଠାଯିବା ପରେ ହାଓ୍ବଲା ଜରିଆରେ ନାଇଜେରିଆ ବା ଫରେନକୁ ବିଦେଶମନିକୁ କନଭର୍ଟ କରାଯାଉଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ଏହା ପଛରେ ଏକାଧିକ ଠକ ସାମିଲ ଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ଟିମ। ବିଶେଷ କରି ଏମାନେ ଦିଲ୍ଲୀ , ବାଙ୍ଗାଲୋର ଓ ମୁମ୍ବାଇ ଭଳି ସ୍ଥାନରେ ରହି ଅପରେଟ କରୁଥିବା ଜଣାପଡ଼ିଛି।
ତେବେ ଏବେ ଗିରଫ ହୋଇଥିବା ପାସ୍କେଲ ଏବଂ ପୁର୍ବରୁ ଗିରଫ ଇମାନୁଏଲ ଦୁହେଁ ଗୋଟିଏ ସ୍ଥାନରେ ରହୁଥିଲେ। ଏମାନେ ବିନା ଭିସାରେ ଏଠାରେ ରହି ଏପରି ଠକେଇରେ ସାମିଲ ହୋଇଥିଲେ। ତେବେ ଏମାନଙ୍କ ମାଷ୍ଟରମାଇଣ୍ଡ ପ୍ରଥମେ ଦିଲ୍ଲୀର ଏକ ରିଡାର୍ଡ ଆଇଏସଙ୍କ ହ୍ବାଟ୍ସଆପ ଆକାଫଣ୍ଟ, ସେଠାରୁ ଆଉ ଜଣେ ଆଇଏସଙ୍କ ଆକାଉଣ୍ଟ ହ୍ୟାକ କରିଥିଲେ । ଏହାପରେ ଓଡିଆ ଆଇଏସ ତଥା ଓକାକ ସିଇଓଙ୍କ ଆକାଉଣ୍ଟ ହ୍ୟାକ କରି ଦେହ ଖରାପ କହି ସମ୍ପର୍କିୟଙ୍କଠାରୁ ୭ଲକ୍ଷ ଟଙ୍କା ଠକିନେଇଥିଲେ ଠକ। ଏନେଇ ବିଭିନ୍ନ ଦିଗକୁ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ