ETV Bharat / city

ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ମାମଲା: ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କଲା NYCS - ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ମାମଲା

ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ମାମଲା । ଦୋଷୀଙ୍କୁ ଖୁବ ଶୀଘ୍ର ଦଣ୍ଡ ଦେବାକୁ ଦାବି କଲା NYCS। ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମ ଲେଖାଇଥିବା ଘଟଣା ସାମନାକୁ ଆସିଥିଲା । ଅଧିକ ପଢନ୍ତୁ

ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ମାମଲା: ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କଲା NYCS

author img

By

Published : Jan 29, 2022, 10:36 PM IST

ଭୁବନେଶ୍ବର: ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ମାମଲା । ଦୋଷୀଙ୍କୁ ଖୁବ ଶୀଘ୍ର ଦଣ୍ଡ ଦେବାକୁ ଦାବି କଲା NYCS। ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମ ଲେଖାଇଥିବା ଘଟଣା ସାମନାକୁ ଆସିଥିଲା ।

ଏହି ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବାପରେ, ଉଚ୍ଚଶିକ୍ଷା ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହାକୁ ନେଇ NYCS ପକ୍ଷରୁ ଆଗାମୀ 10 ଦିନ ଭିତରେ ସରକାର ଉଚ୍ଚ ନ୍ୟାୟାଳୟ ତଦାରଖରେ ଏସାଇଟି ଗଠନ କରନ୍ତୁ କିମ୍ବା ଲୋକୟୁକ୍ତ ତଦନ୍ତ ପାଇଁ ସୁପାରିଶ କରି ଦଲାଲ ମାନଙ୍କୁ ଯଥାଶୀଘ୍ର ଦଣ୍ଡ ଦିଅନ୍ତୁ ବୋଲି କୁହିଛନ୍ତି ।

ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଦୁର୍ନୀତି ଆରଟିଆଇ ତଥ୍ୟ ସାମ୍ନାକୁ ଆସିବା ପରେ NYCS ( ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ) ଭଦ୍ରକ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଥିଲା। ପରେ ଜିଲାପାଳ ତରଫରୁ ଭଦ୍ରକ ମହାବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ଭେରିଫିକେସନ ପାଇଁ ସିଡିଏମଓ ମାନଙ୍କୁ ପଠେଇବା ପାଇଁ ଆଦେଶ ଦେଇଥିଲେ। ଏଥିରୁ ଜଣାପଡିଥିଲା 92 ଟି ମଧ୍ୟରୁ 25 ଟି ଫେକ ଏବଂ 31ଟି ଟେମ୍ପୋରାରୀ ଡିଜଆବିଲିଟି ସାର୍ଟିଫିକେଟ ଅଛି।

ତେଣୁ NYCS ସରକାରଙ୍କୁ ଦାବି କରିଛି ଆଗାମୀ 10 ଦିନ ଭିତରେ ସରକାର ଉଚ୍ଚ ନ୍ୟାୟାଳୟ ତଦାରଖରେ ଏସାଇଟି ଗଠନ କରନ୍ତୁ କିମ୍ବା ଲୋକୟୁକ୍ତ ତଦନ୍ତ ପାଇଁ ସୁପାରିଶ କରି ଦଲାଲ ମାନଙ୍କୁ ଯଥାଶୀଘ୍ର ଦଣ୍ଡ ଦିଅନ୍ତୁ ବୋଲି ଦାବି କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.