ETV Bharat / city

Utkal University: ଦ୍ବିତୀୟ କ୍ୟାମ୍ପସ ଚଣ୍ଡିଖୋଲ ବିରୁଦ୍ଧରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଧାରଣା

author img

By

Published : Apr 4, 2022, 5:48 PM IST

ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସରେ ଧାରଣା ଦେଇଛନ୍ତି ନର୍ସିଂ ଛାତ୍ରଛାତ୍ରୀ । ବିଭାଗର ଦାୟିତ୍ବ ନେଉଥିବା ଟ୍ରଷ୍ଟକୁ ଦାୟିତ୍ବରୁ ହଟାଇବା ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

Utkal University: ଦ୍ବିତୀୟ କ୍ୟାମ୍ପସ ଚଣ୍ଡିଖୋଲ ବିରୁଦ୍ଧରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଧାରଣା
Utkal University: ଦ୍ବିତୀୟ କ୍ୟାମ୍ପସ ଚଣ୍ଡିଖୋଲ ବିରୁଦ୍ଧରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପରିସରରେ ଧାରଣା ଦେଲେ ନର୍ସିଂ ଛାତ୍ରଛାତ୍ରୀ । ବିଶ୍ବବିଦ୍ୟାଳୟର ପରିଚାଳନା ଦାୟିତ୍ବ ଶୁଶୃତମ ଉତ୍କଳ ହେଲଥ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟକୁ ଦିଆଯାଇଥିବାରୁ ଏହାକୁ ନେଇ ହୋଇଛି ପ୍ରତିବାଦ । ଛାତ୍ରଛାତ୍ରୀ ବିଭାଗର ପରିଚାଳନା ଦାୟିତ୍ଵ ଟ୍ରଷ୍ଟ ପାଖରୁ କାଢି ନିଜେ ବିଶ୍ଵବିଦ୍ୟାଳୟ ନେବା ଦାବିରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

ଚଣ୍ଡିଖୋଲରେ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସରେ 2 ବର୍ଷ ହେବ ବିଏସସି ନର୍ସିଂ କୋର୍ସ ଆରମ୍ଭ ହୋଇଛି । ହେଲେ ଏହାର ପରିଚାଳନା ଦାୟିତ୍ବ ଶୁଶୃତମ ଉତ୍କଳ ହେଲଥ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟକୁ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଟ୍ରଷ୍ଟ ପିଲାଙ୍କ ଠାରୁ ବାର୍ଷିକ 75 ହଜାର ଟଙ୍କା କୋର୍ସ ଫି ନେଉଥିବା ବେଳେ କୌଣସି ସୁବିଧା ସୁଯୋଗ ଦେଉନାହିଁ । ଏମିତିକି ମାତ୍ର 3 ଜଣ ଷ୍ଟାଫ ଥିବାରୁ କ୍ଳାସ୍ ମଧ୍ୟ ନିୟମିତ ହେଉନି କି କୋର୍ସ ସରୁନି । 2 ବର୍ଷ ବିତିଥିଲେ ବି କ୍ଲିନିକ ଶିକ୍ଷାରୁ ବି ବଞ୍ଚିତ ଛାତ୍ରଛାତ୍ରୀ । ଏହାବାଦ୍ ଲାଇବ୍ରେରୀ, ହଷ୍ଟେଲ ଓ ଖାଇବା ପିଇବା ଅସୁବିଧା ମଧ୍ୟ ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ଏଣୁ ବିଭାଗର ପରିଚାଳନା ଦାୟିତ୍ଵ ଟ୍ରଷ୍ଟ ପାଖରୁ କାଢି ନିଜେ ବିଶ୍ଵବିଦ୍ୟାଳୟ ନେବା ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ । ତେବେ ଦୀର୍ଘ ଦିନ ଧରି ଏହାର ସମାଧାନ ପାଇଁ ଦାବି କରୁଥିଲେ ମଧ୍ୟ ଉଭୟ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଟ୍ରଷ୍ଟ ପରସ୍ପର ଉପରକୁ ଦୋଷ ଠେଲାଠେଲି ହେଉଛନ୍ତି । ତେବେ ଏଥର କିନ୍ତୁ ଦାବି ପୂରଣ ନହେଲେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଧାରଣାରେ ବସିଥିବା ଛାତ୍ରଛାତ୍ରୀ ଉତ୍କଳ ବିଶ୍ଵବିଦ୍ୟାଳୟର କୁକପତିଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.