ETV Bharat / city

ଛଟେଇ କରୁଛି ଟାଟା ପାୱାର, କମାଇଛି ୧୩୨୧ କର୍ମଚାରୀ

author img

By

Published : Jul 30, 2022, 9:27 AM IST

ରାଜ୍ୟ ସରକାର ନିଯୁକ୍ତିକୁ ଗୁରୁତ୍ୱ ଦେଉଥିବା କଥା କହୁଛନ୍ତି । କିନ୍ତୁ ସରକାରଙ୍କ ସହିତ ଚୁକ୍ତିବଦ୍ଧ ସଂସ୍ଥା ନୂଆ ନିଯୁକ୍ତି ବଦଳରେ ଛଟେଇ କରି ଚାଲିଛନ୍ତି । ଟାଟା ପାୱାର ହାତକୁ ବିଦ୍ୟୁତ ବିତରଣ କମ୍ପାନୀ ଯିବା ପରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଅଧିକ ପଢ଼ନ୍ତୁ

the number of employees decreased after tata power company handle the Odisha electricity company
ଟାଟା ପାୱାରକୁ ବିଦ୍ୟୁତ ବିତରଣ, ୧୩୨୧ କର୍ମଚାରୀଙ୍କ ଛଟେଇ

ଭୁବନେଶ୍ବର: ରାଜ୍ୟ ସରକାର ନିଯୁକ୍ତିକୁ ଗୁରୁତ୍ୱ ଦେଉଥିବା କଥା କହୁଛନ୍ତି । କିନ୍ତୁ ସରକାରଙ୍କ ସହିତ ଚୁକ୍ତିବଦ୍ଧ ସଂସ୍ଥା ନୂଆ ନିଯୁକ୍ତି ବଦଳରେ ଛଟେଇ କରି ଚାଲିଛନ୍ତି । ଟାଟା ପାୱାର ହାତକୁ ବିଦ୍ୟୁତ ବିତରଣ କମ୍ପାନୀ ଯିବା ପରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି । ୧୩ ଶହରୁ ଅଧିକ କର୍ମଚାରୀ ହ୍ରାସ ହୋଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ‘‘ଟାଟା ପାୱାର ହାତକୁ ବିତରଣ ବ୍ୟବସ୍ଥା ଯିବା ସମୟରେ ବିଦ୍ୟୁତ ବିତରଣ କମ୍ପାନୀଗୁଡିକରେ ୧୧,୫୯୯ କର୍ମଚାରୀ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୧୦,୨୭୮କୁ ହ୍ରାସ ପାଇଛି । ପ୍ରାୟ ସମସ୍ତ ଜିଲ୍ଲାରେ କର୍ମଚାରୀଙ୍କ ସଂଖ୍ୟା କମିଛି । ଟାଟା ପାୱାର ହାତରେ ଥିବା ୪ଟି ବିତରଣ ସଂସ୍ଥା ମଧ୍ୟରୁ ଟିପିସିଓଡିଏଲ୍‍ରେ ୫୩୫ କର୍ମଚାରୀ ହ୍ରାସ ପାଇଥିବାବେଳେ ଟିପିଏନଓଡିଏଲରେ ୧୩୫, ଟିପିଏସଓଡିଏଲରେ ୩୨୯ ଏବଂ ଟିପିଡବ୍ଲ୍ୟୁଓଡିଏଲରେ ୩୨୨ ଜଣ କର୍ମଚାରୀ କମିଛନ୍ତି । ଟିପିସିଓଡିଏଲ୍‍ ଅଧିନରେ ଥିବା ଖୋର୍ଦ୍ଧା ଜିଲ୍ଲାରେ କର୍ମଚାରୀ ସଂଖ୍ୟା ୧୬୯୬ରୁ ୧୫୨୭କୁ ହ୍ରାସ ପାଇଥିବାବେଳେ ପୁରୀରେ ୨୦୫ରୁ ୧୭୧, କଟକରେ ୧୨୦୨ରୁ ୧୧୦୧, ଜଗତସିଂହପୁରରେ ୩୫୫ରୁ ୩୦୬, କେନ୍ଦ୍ରାପଡାରେ ୩୪୯ରୁ ୩୦୯, ଅନୁଗୋଳରେ ୩୪୦ ରୁ ୩୨୧ ଏବଂ ଢେଙ୍କାନାଳରେ ୨୨୭ରୁ କର୍ମଚାରୀ ସଂଖ୍ୟା ୨୧୮କୁ ହ୍ରାସ ପାଇଛି । ’’

ସେହିଭଳି TPNODAL ଅଧିନରେ ଥିବା ବାଲେଶ୍ୱରରେ କର୍ମଚାରୀ ସଂଖ୍ୟା ୭୭୮ରୁ ୭୫୨କୁ ହ୍ରାସ ପାଇଥିବାବେଳେ ଭଦ୍ରକରେ ୩୦୧ ରୁ ୨୮୯, ମୟୂରଭଞ୍ଜରେ ୪୩୮ରୁ ୩୯୯, ଯାଜପୁରରେ ୩୦୩ରୁ ୨୮୩ ଏବଂ କେନ୍ଦୁଝରରେ ୩୩୮ରୁ ୩୦୦କୁ କମିଛି। ଟିପିଏସଓଡିଏଲ ଅଧିନରେ ଥିବା ଗଞ୍ଜାମ ଜିଲ୍ଲାରେ କର୍ମଚାରୀ ସଂଖ୍ୟା ୧୦୯୦ ରୁ ୧୦୦୦କୁ କମିଥିବାବେଳେ କୋରାପୁଟରେ ୨୫୦ରୁ ୨୨୬, ରାୟଗଡାରେ ୨୩୩ରୁ ୨୦୧ ଏବଂ ନବରଙ୍ଗପୁର ଜିଲ୍ଲାରେ ୧୧୩ରୁ ୯୩କୁ ହ୍ରାସ ପାଇଛି । ଅନ୍ୟ ଜିଲ୍ଲା ଯଥା ଗଜପତି, ବୌଦ୍ଧ ଓ କନ୍ଧମାଳ ଆଦିରେ ମଧ୍ୟ କର୍ମଚାରୀ ସଂଖ୍ୟା କମିଛି । ଟିପିଡବ୍ଲ୍ୟୁଓଡିଏଲ ଅଧିନରେ ଥିବା ୯ଟି ଜିଲ୍ଲାରେ ବିଦ୍ୟୁତ୍‍ କର୍ମଚାରୀ କମିଛନ୍ତି । ବଲାଙ୍ଗୀରରେ କର୍ମଚାରୀସଂଖ୍ୟା ୩୪୮ରୁ ୨୮୬କୁ ହ୍ରାସ ପାଇଥିବାବେଳେ ସମ୍ବଲପୁରର ୪୬୯ରୁ ୪୨୧କୁ କମିଆସିଛି । ସୁନ୍ଦରଗଡରେ କର୍ମଚାରୀ ସଂଖ୍ୟା ୫୭୬ ରୁ ୫୧୮କୁ ହ୍ରାସ ପାଇଛି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "ଓଡିଶାରେ ବିଦ୍ୟୁତ ବିତରଣ କରିବାପାଇଁ ଟାଟା ପାୱାରର ୪ଟି ବିତରଣ କମ୍ପାନୀକୁ ୨୫ ବର୍ଷିଆ ଲାଇସେନ୍ସ ପ୍ରଦାନ କରାଯାଇଛି । ଟାଟା ପାୱାର ହାତକୁ ବିତରଣ ଦାୟିତ୍ୱ ଯିବାପରେ ଓଇଆରସି ଦୁଇଥର ବିଦ୍ୟୁତ୍‍ ଦର ବୃଦ୍ଧି କରିଛନ୍ତି । ତେବେ କୃଷି କ୍ଷେତ୍ର ଓ କୁଟୀର ଜ୍ୟୋତି ଯୋଜନାରେ ବିଦ୍ୟୁତ ଦର ବୃଦ୍ଧି ହୋଇନାହିଁ " ବୋଲି କହିଛନ୍ତି। ଅନ୍ୟପଟେ ରକ୍ଷଣାବେକ୍ଷଣ ଆଳରେ ଅଯଥା ବିଦ୍ୟୁତ୍‌ କାଟ ହେଉଥିବା ଉପଭୋକ୍ତା ଅଭିଯୋଗ କରୁଛନ୍ତି । ଯାହାକୁ ନେଇ ଅସନ୍ତୁଷ୍ଟ ବଢ଼ିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.