ETV Bharat / city

ଟେଷ୍ଟିଂ ବଢିବାରୁ ଆକ୍ରାନ୍ତ ସଂଖ୍ୟା ବି ବଢୁଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : May 23, 2021, 12:37 PM IST

ଟେଷ୍ଟ ବଢୁଥିବାରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଭୁବନେଶ୍ୱର କଟକ ମାଇଗ୍ରେଟେଡ଼ ଅଞ୍ଚଳ ହୋଇଥିବାରୁ ସେଠାରେ ସଂକ୍ରମଣ ଅଧିକ ରହୁଥିବା କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ବାତ୍ୟା ପାଇଁ ଏସଓପି ଅନୁସାରେ କାର୍ଯ୍ୟ ହେଉଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଟେଷ୍ଟ ବଢିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ୪ ରୁ 5 ଦିନର ପଜିଟିଭିଟି ରେଟକୁ ଲକ୍ଷ୍ୟ କଲେ ସ୍ଥିତି ସ୍ଥିର ଅବସ୍ଥାରେ ରହିଛି । ଆଶା କରାଯାଉଛି ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ଯାଉଛି । ଭୁବନେଶ୍ୱର କଟକ ମାଇଗ୍ରେଟେଡ଼ ଅଞ୍ଚଳ ହୋଇଥିବାରୁ ଲୋକ ଯିବାଆସିବା କରୁଛନ୍ତି । ଏଣୁ ଏଠାରେ ସଂକ୍ରମଣ ଟିକେ ଅଧିକ ରହୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରିମଧ୍ୟ କହିଛନ୍ତି, ଆଇସିୟୁରେ ୭୯ ପ୍ରତିଶତ ରୋଗୀ ଥିବାବେଳେ ଭେଣ୍ଟିଲେଟରରେ ୫୦ ପ୍ରତିଶତରୁ ଅଧିକ ରୋଗୀ ଅଛନ୍ତି । ସେଥିମଧ୍ୟରୁ ୮୦ ପ୍ରତିଶତ ବିନା ଲକ୍ଷଣ, ୧୫ ପ୍ରତିଶତ ସାମାନ୍ୟ ଲକ୍ଷଣ ଓ ୫ ପ୍ରତିଶତ ଗୁରୁତର ରୋଗୀ ଅଛନ୍ତି । ଯାହାଦ୍ୱାରା ମୃତ୍ୟୁ ସଂଖ୍ୟା ବଢୁଛି । ବାତ୍ୟା ପାଇଁ ଏସଓପି ଅନୁସାରେ କାର୍ଯ୍ୟ କରାଯାଉଛି । ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳଙ୍କୁ ଏସଆରସି କହିଛନ୍ତି । ଯେଉଁଠି କିଛି ସମସ୍ୟା ଦେଖାଯିବ, ରୋଗୀଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । କୋଭିଡ ହସ୍ପିଟାଲରେ ଲାଇଟ ଓ ପର୍ଯ୍ୟାପ୍ତ ପାଣି ଯେପରି ରହିବ ସେନେଇ ବ୍ୟବସ୍ଥା କରାଯିବ । ସମସ୍ତ ଲଜିଷ୍ଟିକ ଜିନିଷ ମଧ୍ୟ ମହଜୁଦ ହୋଇ ରହିଛି । ଏଥିସହ ବାତ୍ୟା ଆଶ୍ରୟସ୍ଥଳରେ କୋଭିଡ ନିୟମ ଅନୁପାଳନ ଉପରେ ଗୁରୁତ୍ବ ଦିଆଯିବ । ଯେଉଁମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯିବ ସେମାନଙ୍କ ରାପିଡି ଆଣ୍ଟିଜେନ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.