ଭୁବନେଶ୍ବର: ଆସନ୍ତା ୧୮ ରେ ପୁରୀ ଆସିପାରନ୍ତି ନ୍ୟାସନାଲ ସିକୁର୍ୟୁଟି ଗାର୍ଡ( ଏନଏସଜି ) ଟିମ । ଏନେଇ ଡିଜି ପୋଲିସ ଓ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛି ଏନଏସଜି ଟିମ । ଦୁଇ ଜଣ ଅଫିସର ସହ ୨ ଜଣ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଏନେଇ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ।
ଏଥିପାଇଁ ସୁରକ୍ଷା ତଦରାଖ ଦୃଷ୍ଟିରୁ ଏଭଳି କାର୍ଯକ୍ରମ ରହିଥିବା ଜଣାପଡିଛି ।ତେବେ ଆସନ୍ତା ୨୧ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଓଡିଶା ଗସ୍ତ ଥିବାରୁ ଏନେଇ ସୁରକ୍ଷା ପ୍ରୋଟୋକଲ ଦୃଷ୍ଟିରୁ ଏଭଳି କରାଯାଇଛି । ସୁରକ୍ଷା ଯାଞ୍ଚ କରିବା ପାଇଁ ଏନସଜି ଟିମ ତଦରାଖ କରନ୍ତି । ତେବେ ଗସ୍ତ ସମୟରେ ପୁରୀ ଯିବାର ହୁଏତ କାର୍ଯକ୍ରମ ରହିଛି ସେଦୃଷ୍ଟିରୁ ପୁରୀ ଯାଇ ଏନଏସଜି ଟିମ ଗସ୍ତ କରି ସୁରକ୍ଷା ଯାଞ୍ଚ କରିବାର କାର୍ଯକ୍ରମ ରହିଛି । ସେଥିପାଇଁ ଏନସଜି ଟିମକୁ ସମସ୍ତ ପ୍ରକାର ସହଯୋଗ ପାଇଁ ଡିଜି ଅଭୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ଓ ଏଏସଆଇ ସୁପରିଟେଣ୍ଡଙ୍କୁ ଚିଠି ଲେଖି ଅବହତ କରାଇଛି ଏନଏସଜି ଟିମ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ