ETV Bharat / city

ଦିବ୍ୟାଙ୍ଗ ହେବେ ଆତ୍ମନିର୍ଭରଶୀଳ, ଶୁଭାରମ୍ଭ ହେଲା 'ଇନକ୍ଲ୍ୟୁଡ ଅଲ' କ୍ୟାମ୍ପେନ

ରାଜ୍ୟର ସମସ୍ତ ଦିବ୍ୟାଙ୍ଗ ଯୁବକଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ସହଯୋଗ କରିବା ପାଇଁ 'ଇନକ୍ଲ୍ୟୁଡ ଅଲ' କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି ।  ଏହି କ୍ୟାମ୍ପେନକୁ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଉଦଘାଟନ କରିଥିଲେ ।

author img

By

Published : Sep 21, 2019, 7:29 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ଥିବା ଶିକ୍ଷିତ ଦିବ୍ୟାଙ୍ଗ ଯୁବକ ଯୁବତୀମାନଙ୍କ ମଧ୍ୟରୁ ମାତ୍ର ୪ ପ୍ରତିଶତଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନିଯୁକ୍ତିର ସୁଯୋଗ ମିଳିଛି । ହେଲେ ବାକି 96 ପ୍ରତିଶତ ଯୁବକ ଓ ଯୁବତୀ ଏହି ନିଯୁକ୍ତି ସୁଯୋଗରୁ ବାଦ ପଡିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ଦିବ୍ୟାଙ୍ଗ ଯୁବକଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ସହଯୋଗ କରିବା ପାଇଁ 'ସାଇଟ ସେଭର୍ସ' ନାମକ ଏକ ଅନୁଷ୍ଠାନ ପକ୍ଷରୁ 'ଇନକ୍ଲ୍ୟୁଡ ଅଲ' କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନକୁ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଉଦଘାଟନ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଥିବା ସୁଲୋଚନା କହିଛନ୍ତି । ତଥାପି ସେମାନଙ୍କ ସ୍ଥିତିରେ ଯେଉଁଭଳି ପରିବର୍ତ୍ତନ ଆସିବା କଥା ତାହା ଆସିପାରିନାହିଁ । ତେଣୁ ଏ ଦିଗରେ ସମାଜର ସମସ୍ତ ବର୍ଗର ଲୋକମାନେ ସହଯୋଗ କରିବା ସହ ଦିବ୍ୟାଙ୍ଗମାନେ ସମାଜରେ କିଭଳି ସମ୍ମାନର ସହ ବଞ୍ଚିପାରିବେ ସେ ଦିଗରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି । ଏତତ୍‌ ବ୍ୟତୀତ ଦିବ୍ୟାଙ୍ଗମାନେ ମଧ୍ୟ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ଆତ୍ମନିର୍ଭରଶୀଳ ହେବା ଉଚିତ । ଖାଲି ସେତିକି ନୁହେଁ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସହଯୋଗ କରିବା ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତି ।

ସେହପରି 'ସାଇଟ ସେଭର୍ସ'ର ଓଡିଶା କାର୍ଯ୍ୟକାରୀ ପ୍ରବନ୍ଧକ ଆକବର ମେହେଫୁଜ ଆଲାମ ଉନ୍ମୋଚିତ କ୍ୟାମ୍ପେନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଟ୍ବିନ ସିଟିରେ ଥିବା କର୍ପୋରେଟ୍‌ ଅଧିକାରୀଙ୍କ ସହ ଆଲୋଚନା କରି ଯୁବକ ଓ ଯୁବତୀମାନଙ୍କୁ ରୋଜଗାର ପ୍ରଦାନ ଲାଗି ପ୍ରଚେଷ୍ଟା ଏହି କ୍ୟାମ୍ପେନର ମୂଳ ଲକ୍ଷ୍ୟ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ବ୍ରତତି ହରିଚନ୍ଦନ, ଇଷ୍ଟର୍ଣ୍ଣ ମିଡ଼ିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ, ଶିକ୍ଷକ ଓ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଗଙ୍ଗାଧର ସାହୁ ଏବଂ ସାଇଟ ସେଭର୍ସ ଅନୁଷ୍ଠାନର ପ୍ରୋଜେକ୍ଟ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜ୍ୟରେ ଥିବା ଭିନ୍ନକ୍ଷମ ଶିକ୍ଷିତ ଯୁବକ ଯୁବତୀମାନଙ୍କ ମଧ୍ୟରୁ ମାତ୍ର ୪ ପ୍ରତିଶତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ନିଯୁକ୍ତିର ସୁଯୋଗ ପାଇଛନ୍ତି।କିନ୍ତୁ ଅନ୍ୟ 96 ପ୍ରତିଶତ ଯୁବକ ଓ ଯୁବତୀ ଏଥିରୁ ବଂଚିତ ହେବା ସହିତ ବିଭିନ୍ନ ପ୍ରକାର ସାମାଜିକ ଅସଙ୍ଗତି ଅବସ୍ଥାରେ ଜୀବନଯାପନ କରୁଛନ୍ତି।ତେଣୁ ସେମାନଙ୍କୁ ଏକ୍ଷେତ୍ରରେ ସହଯୋଗ କରିବା ପାଇଁ ସାଇଟ ସେଭର ଅନୁଷ୍ଠାନ ପକ୍ଷରୁ "ଇଂକ୍ଲୁଡ଼ ଅଲ"କ୍ୟାମ୍ପେନ ର ଶୁଭାରମ୍ଭ କରାଯାଇଛି।

Body:ସ୍ଥାନୀୟ ଏକ ହୋଟେଲ ରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ସୁଲୋଚନା ଦାସ ଏହାକୁ ଉଦ୍ଘାଟନ କରିଛନ୍ତି।ଏହି ଅବସରରେ ଶ୍ରୀମତୀ ଦାସ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯାଉଥିବ କହିଛନ୍ତି।ତଥାପି ବି ସେମାନଙ୍କ ସ୍ଥିତିରେ ଯେଭଳି ପରିବର୍ତ୍ତନ ଆସିବା କଥା ଆସିପାରିନାହିଁ।ତେଣୁ ଏ ଦିଗରେ ସମାଜର ସମସ୍ତ ବର୍ଗର ଲୋକମାନେ ସହଯୋଗର ହାତ ବଢ଼ାଇବା ସହିତ ସେମାନେ କିପରି ସମ୍ମାନର ସହିତ ସମାଜରେ ବଞ୍ଚିପାରିବେ ସେ ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତି।ଏହା ବ୍ୟତୀତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ମଧ୍ୟ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ କିପରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ଏଥିରେ ସହଯୋଗ କରି ପାରିବେ ସେଥିପାଇଁ କାର୍ଯ୍ୟ କରିବାକୁ କହିଛନ୍ତି।
ଏହି ଅବସରରେ ସାଇଟ ସେଭର୍ସ ର ଓଡିଶା କାର୍ଯ୍ୟକାରୀ ପ୍ରବନ୍ଧକ ଆକବର ମେହେଫୁଜ ଆଲାମ ଏହାର ଉଦେଶ୍ୟ ବିଷୟରେ ଆଲୋକପାତ କରିବା ସହିତ ଟୁଇନ ସିଟିରେ ଥିବା କର୍ପୋରେଟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଏହି ଯୁବକ ଓ ଯୁବତୀମାନଙ୍କୁ ରୋଜଗାର ପ୍ରଦାନ ଲାଗି ପ୍ରଚେଷ୍ଟା ଏହାର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦେଶୀକା ଶ୍ରୀମତୀ ବ୍ରତତି ହରିଚନ୍ଦନ,ଇଷ୍ଟର୍ନ ମିଡ଼ିଆର କାର୍ଯ୍ୟକାରୀ ନିର୍ଦେଶକ ତନୟା ପଟ୍ଟନାୟକ,ଶିକ୍ଷକ ଶିକ୍ଷା ବିଭାଗ ର ନିର୍ଦେଶକ ଗଙ୍ଗାଧର ସାହୁ ଏବଂ ସାଇଟ ସେଭର ଅନୁଷ୍ଠାନର ପ୍ରୋଜେକ୍ଟ ଅଫିସର ପ୍ରମୁଖ ଉପସ୍ଥିତ ରହି ଏହା ଉପରେ ଆଲୋକପାତ କରିଥିଲେ।
ବାଇଟ-ଆକବର ମେହେଫୁଜ ଆଲାମ,ସାଇଟ ସେଭର ର କାର୍ଯ୍ୟକାରୀ ପ୍ରବନ୍ଧକ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.