ଭୁବନେଶ୍ବର: ରାଜ୍ୟ ସରକାର ନେବାକୁ ଯାଉଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାସନ ଯୋଗାଣରେ ATG ବ୍ୟବସ୍ଥା କରିବେ ରାଜ୍ୟ ସରକାର । ATG ବ୍ୟବସ୍ଥାରେ 24 ଘଣ୍ଟିଆ ମିଳିବ ରାସନ । ଭୁବନେଶ୍ବରରେ ପାଇଲଟ ପ୍ରକଳ୍ପ ଭାବେ ATG ବ୍ୟବସ୍ଥା ଲାଗୁ କରିବେ ସରକାର । ସୂଚନା ଦେଇଛନ୍ତି ଖାଉଟି କଲ୍ୟାଣ ଏବଂ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି ।
ରାସନ ଆଣିବାକୁ ଆଉ ଲାଇନରେ ଛିଡା ହେବାକୁ ପଡିବ ନାହିଁ । ATM ପରି ATG ବ୍ୟବସ୍ଥା ଖୁବଶିଘ୍ର ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ATG ହେଉଛି All Time Gain (ଅଲ ଟାଇମ ଗେନ) ବା ୨୪ ଘଣ୍ଟିଆ ଖାଦ୍ୟ ଶସ୍ୟ ଯୋଗାଣ । ଭୁବନେଶ୍ବରରେ ଏହାକୁ ପ୍ରଥମେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।
ଉପଭୋକ୍ତା ଯେକୌଣସି ସମୟରେ ATMରୁ ଟଙ୍କା ଆଣିବା ପରି ATG ରୁ ଖାଦ୍ୟଶସ୍ୟ ସଂଗ୍ରହ କରିପାରିବେ । ଏହା ସହ ଜିରୋ ପ୍ରସେଣ୍ଟଜରେ ଏଣିକି ଚାଷୀଙ୍କୁ ମିଳିବ ଋଣ । ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହା ଦ୍ୱାରା ଉପକୃତ ହେବେ । ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଧାନସଭାରେ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।
ଇଟିଭି ଭାରତ, ଭୁବନେଶ୍ବର