ETV Bharat / city

ଆଧୁନିକତା ଭିତରେ ହଜିଛି ବୌଦ୍ଧିକ ବିକାଶ: ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ - ଆଧ୍ୟାତ୍ମିକ ପାଠାଗାର

ଆଧୁନିକ ସମୟରେ ଗୁରୁ ପରମ୍ପରା ଅନୁଯାୟୀ ଅଧ୍ୟୟନ କରାଇବା ପାଇଁ ଆଧ୍ୟାତ୍ମିକ ପାଠାଗାରର ଆବଶ୍ୟକତା ରହିଛି । ଯାହାକୁ ପୂରଣ କରିବା ପାଇଁ ସ୍ଥାନୀୟ ବାଣୀକ୍ଷେତ୍ର କିସ୍‌ରେ ଗୁଣ୍ଡିଚା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ଓ ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର ‘କିଆରା’ର ଶୁଭ ଉଦ୍‌ଘାଟନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 16, 2019, 3:18 AM IST

ଭୁବନେଶ୍ବର: ଆଧୁନିକ ସମୟରେ ଗୁରୁ ପରମ୍ପରା ଅନୁଯାୟୀ ଅଧ୍ୟୟନ କରାଇବା ପାଇଁ ଆଧ୍ୟାତ୍ମିକ ପାଠାଗାରର ଆବଶ୍ୟକତା ରହିଛି । ଯାହାକୁ ପୂରଣ କରିବା ପାଇଁ ସ୍ଥାନୀୟ ବାଣୀକ୍ଷେତ୍ର କିସ୍‌ରେ ଗୁଣ୍ଡିଚା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ଓ ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର ‘କିଆରା’ର ଶୁଭ ଉଦ୍‌ଘାଟନ କରାଯାଇଛି । ଏହି ଅବସରରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଉପସ୍ଥିତ ରହି ଲୋକଙ୍କୁ ବୌଦ୍ଧିକ ବିକାଶ ପାଇଁ ମାର୍ଗ ଦର୍ଶନ କରାଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଆଧୁନିକତା ଭିତରେ ବୌଦ୍ଧିକ ବିକାଶ କିପରି ଅବହେଳିତ ତାହା ଉପରେ ଆଲୋକପାତ କରିଥିଲେ। ତାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମୟରେ ମଣିଷ ଏକ ମେସିନ ପରି ହୋଇଗଲାଣି । ଯାହାର ଉଦ୍ଦେଶ୍ୟ କେବଳ ଅର୍ଥ ଉପାର୍ଜନ କରିବା, ପେଟ ଭରିବା ଓ ସଂସାର ବଢାଇବା । ଫଳରେ ଆଧ୍ୟାତ୍ମିକ ଗ୍ରନ୍ଥ ବେଦ ବେଦାନ୍ତ ଆଦି ଥିବା ସତ୍ତ୍ବେ ବୌଦ୍ଧିକ ଅଧୋପତନ ହେବାରେ ଲାଗିଛି ।

ତେବେ ବର୍ତ୍ତମାନ ସମୟରେ ମଣିଷର ଏପରି ଆଚରଣକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଥିବା ହୃହବୋଧ କରିଛନ୍ତି ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ବ ବିଦ୍ୟାଳୟ କୂଳପତି ଡ଼ଃ ହରେକୃଷ୍ଣ ଶତପଥୀଙ୍କ ସମେତ ସ୍ବାମୀ ଶିବ ଚିଦାନନ୍ଦ ସରସ୍ବତୀ, ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ, ବାବା ରାମ ନାରାୟଣ ଦାସ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ମଣିଷ ଜୀବନର ମୂଲ୍ୟବୋଧ ଆଧୁନିକ ବିକାଶ ର ଗ୍ରନ୍ଥ ଦ୍ୱାରା ଅପହରଣ ହୋଇ ଯାଇଛି।ସେ ଆଜି କେବଳ ଖାଇବା ଓ ପିଲା ଜନ୍ମ କରିବାର ମେସିନ ପାଲଟି ଯାଇଛି।ତେଣୁ ସାରା ସଂସାରରେ ସମସ୍ତ ପ୍ରକାର ସମସ୍ୟା ସମାଧାନର ରାସ୍ତା ଆଧ୍ୟାତ୍ମିକ ଗ୍ରନ୍ଥ ବେଦ,ବେଦାନ୍ତ ଆଦିରେ ଥିବା ସତ୍ତ୍ୱେ ତାହା ପ୍ରତି ଅବହେଳା ଆଧୁନିକ ସମାଜରେ ବୌଦ୍ଧିକ ଅଧପତନ ର କାରଣ ସାଜିଛି।ତେଣୁ ଏଥିପ୍ରତି ଆଧ୍ୟାତ୍ମିକ ଓ ଧାର୍ମିକ କ୍ଷେତ୍ରର ବ୍ୟକ୍ତିବିଶେଷ ଏକଜୁଟ ହୋଇ ଏହାର ପ୍ରଚାର ଓ ପ୍ରସାର ଦିଗରେ ମନୋନିବେଶ କରିବାକୁ ଗୋବର୍ଦ୍ଧନ ପୀଠ ପୁରୀର ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି।

Body:ସ୍ଥାନୀୟ ବାଣୀକ୍ଷେତ୍ର କିସ ରେ ଗୁଣ୍ଡିଚା ମନ୍ଦିର ର ଭିତ୍ତିପ୍ରସ୍ତର ସ୍ଥାପନ ଓ ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର "କିଆରା"ର ଶୁଭ ଉଦ୍ଘାଟନ ଅବସରରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀ ଏହା ପ୍ରକାଶ କରିଛନ୍ତି।ଆଧ୍ୟାତ୍ମିକ ଶିକ୍ଷାର ଅଭାବ ଫଳରେ ଲୋକମାନଙ୍କ ଭିତରେ ରାଜସିକ ଓ ତାମସିକ ଗୁଣର ପ୍ରଭାବ ବୃଦ୍ଧି ପାଉଛି।ଫଳରେ ତାମସିକ ଗୁଣର ପ୍ରଭାବରେ ସାରା ବିଶ୍ୱରେ ହେଉଥିବା ବୈଜ୍ଞାନିକ ଉଦ୍ଭାବନର 96 ପ୍ରତିଶତ ମାରକ ଅର୍ଥାତ ଲୋକମାନଙ୍କ କ୍ଷତି ପାଇଁ ହେଉଥିବାବେଳେ ମାତ୍ର 4 ପ୍ରତିଶତ ଉଦ୍ଭାବନ ଲୋକମାଙ୍କ ହିତ ପାଇଁ ଉଦ୍ଦିଷ୍ଟ ହୋଇଥାଏ ବୋଲି ସେ କହିଛନ୍ତି।ପ୍ରତ୍ୟେକ ଗ୍ରନ୍ଥ ର ଉଭୟ ତାରକ ଓ ମାରକ ଗୁଣ ଥିବାବେଳେ ଗ୍ରନ୍ଥାଗାର ଛାତ୍ରଛାତ୍ରୀମାନଙ୍କୁ ଗୁରୁ ପରମ୍ପରା ଅନୁସାରେ ଅଧ୍ୟୟନ କରାଇବା ଆବଶ୍ୟକ ବୋଲି ସେ କହିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ କିଟ ଓ କିସ ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ,କିଟ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ହରେକୃଷ୍ଣ ଶତପଥୀ ,ସ୍ୱାମୀ ଶିବ ଚିଦାନନ୍ଦ ସରସ୍ବତୀ,ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ବତୀ,ବାବା ରାମ ନାରାୟଣ ଦାସ ଓ ଅନ୍ୟମାନେ ଉପସ୍ଥିତ ରହି ଶଙ୍କରାଚାର୍ଯ୍ୟଙ୍କ ଆଶିଷ ଲାଭ କରିଥିଲେ।
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.