ଭୁବନେଶ୍ବର: ବିନା ଅନୁମତିରେ ଛୁଟି ନେଉଥିବା ଅଧ୍ୟାପକଙ୍କ ପାଇଁ ସତର୍କ ଘଣ୍ଟି । ଏଣିକି ବିନା ସୂଚନାରେ ରାଲି, ଧାରଣା, ବିକ୍ଷୋଭ ପାଇଁ କୌଣସି ଅଧ୍ୟାପକ ଛୁଟିରେ ରହିପାରିବେ ନାହିଁ । ଏନେଇ ଉଚ୍ଚଶିକ୍ଷା ସଚିବ ସବୁ କଲେଜ ଅଧ୍ୟକ୍ଷଙ୍କୁ ଲେଖିଛନ୍ତି ଚିଠି । ଏଥିସହ ଏହି ନିୟମକୁ କଡାକଡି ପାଳନ କରିବାକୁ କୁହାଯାଇଛି ।
ଯଦି ନିୟମ ଉଲ୍ଲଙ୍ଘନ ହୁଏ ତାହେଲେ ସମ୍ପୃକ୍ତ ଅଧ୍ୟାପକଙ୍କ କ୍ଷେତ୍ରରେ କାମ ନାହିଁ ତ ଦରମା ନାହିଁ ବ୍ୟବସ୍ଥା ଲାଗୁ ହେବ । ଵିଶେଷ କରି ଏସବୁ ସରକାରୀ ଏବଂ 488 ଓ 662 ବର୍ଗର ସବୁ ଅଧ୍ୟାପକଙ୍କ ପାଇଁ ଏହା ଲାଗୁ ହେବ । ଯଦି କୌଣସି କ୍ଷେତ୍ରରେ ଅଧ୍ୟକ୍ଷ ଜାଣିଶୁଣି ଏପରି କରିଥିବେ ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭୁବେନଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ