ETV Bharat / city

ପୋଲିସ କବଜାରେ ହାର୍ଡକୋର ମାଓବାଦୀ ଦୁବାସି ଶଙ୍କର - maoist arrest

ହାର୍ଡକୋର ମାଓବାଦୀ ଦୁବାସି ଶଙ୍କର ଗିରଫ । 7ଟି ମାଓ ଆଟାକରେ ସାମିଲ ଥିବା ସହ 15 ଜଣଙ୍କ ଜୀବନ ନେଇଛି ଏହି ଦୁର୍ଦ୍ଦାନ୍ତ ମାଓବାଦୀ । ଅଧିକ ପଢନ୍ତୁ...

ପୋଲିସ କବଜାରେ ହାର୍ଡକୋର ମାଓବାଦୀ ଦୁବାସି ଶଙ୍କର

author img

By

Published : Sep 14, 2021, 7:03 PM IST

Updated : Sep 14, 2021, 10:54 PM IST

ଭୁବନେଶ୍ବର/କୋରାପୁଟ: ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଓବାଦୀ । ଷ୍ଟେଟ୍ ମିଲଟ୍ରିର ମୁଖ୍ୟ ହାର୍ଡକୋର ମାଓବାଦୀ ଦୁବାସି ଶଙ୍କର ଗିରଫ । ବୈପାରୀଗୁଡାରୁ ସ୍ବତନ୍ତ୍ର ସୂଚନା ପାଇ ଗିରଫ କରିଛି କୋରାପୁଟ ପୋଲିସ । ତା' ନିକଟରୁ ଇନସାସ ରାଇଫଲ, ୱେୟାରଲେସ୍ ରେଡିଓ ସହ କିଛି ମାଓ ସାମଗ୍ରୀ ଜବତ କରିଯାଇଛି । ଶଙ୍କର ମୁଣ୍ଡ ଉପରେ 20 ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଏହି ହାର୍ଡକୋର ମାଓବାଦୀର 7ଟି ମାଓ ଆଟାକରେ ସମ୍ପୃକ୍ତ ରହିଥିଲା ଏବଂ ସେ 15 ଜଣଙ୍କୁ ହତ୍ୟା କରିଥିଲା ।

ପୋଲିସ କବଜାରେ ହାର୍ଡକୋର ମାଓବାଦୀ ଦୁବାସି ଶଙ୍କର

ଷ୍ଟେଟ ମିଲଟ୍ରି କମିଶନର ହର୍ତ୍ତାକର୍ତ୍ତା ବୋଲାଉଥିବା ଏହି ହାର୍ଡକୋର ମାଓବାଦୀର 2009ରେ ଦାମନଯୋଡି ସିଆଇଏସଏଫ ଆଟାକରେ ହାତ ଥିଲା । ଯେଉଁଥିରେ 10 ଜଣ ଶହୀଦ ହୋଇଥିଲେ । ସେହିପରି 2010ରେ ଗୋବିନ୍ଦପାଲରେ ହୋଇଥିବା ବଡ ଧରଣର ଆଟାକରେ ମଧ୍ୟ ଦୁବାସି ଶଙ୍କର ସାମିଲ ଥିଲା । ଏହି ଆଟାକରେ ଜଣେ ଶହୀଦ ହୋଇଥିଲେ । ସେହିପରି 2011 ଜାନିଗୁଡା ଆମ୍ବୁସ ଆକ୍ରମଣରେ 4 ବିଏସଏଫ ଯବାନ ଶହୀଦ ହୋଇଥିଲେ । ଏଥିରେ ମଧ୍ୟ ଏହି ଦୁର୍ଦ୍ଦାନ୍ତ ମାଓବାଦୀର ସମ୍ପୃକ୍ତି ଥିଲା । ଏହିପରି ଭାବେ 7ଟି ବଡ ଧରଣର ମାଓ ହାମଲାରେ ସାମିଲ ଥିଲା ଶଙ୍କର ।

ତା' ବିରୁଦ୍ଧରେ କୋରାପୁଟରେ ଦୁଇଟି କେସ୍, ମାଲକାନଗିରିରେ 18ଟି, ବିଶାଖାପାଟନମରେ 32ଟି ଓ ତେଲେଙ୍ଗାନାରେ 24ଟି କେସ୍ ରହିଛି । ଶଙ୍କରକୁ ମିଶାଇ ଚଳିତ ବର୍ଷ ମୋଟ 26 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଗୁମ୍ମା ଏରିଆ କମିଟିର ସୋନାଲ ମାଡଭି ଓରଫ କିରଣ କୋରାପୁଟ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସେ ଗୁମ୍ମା ଏରିଆ କମିଟି AOBSZCର (ACM) ଅଧୀନରେ ଏରିଆ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଘର ଛତିଶଗଡ ବିଜାପୁର ଅନ୍ତର୍ଗତ ଜାରାପାଲ୍ଲୀ ଅଞ୍ଚଳରେ ହୋଇଥିବା ଜଣାଯାଇଛି ।

ସୋନାଲ ମାଡଭି 2012 ମସିହାରେ ଛତିଶଗଡର ପାମେଡୁ ଏରିଆ କମିଟିରେ ସିପିଆଇ (ମାଓବାଦୀ) ସଙ୍ଗଠନରେ ଅନ୍ତର୍ଭୁକ୍ତ ହୋଇଥିଲା । ତାଙ୍କୁ 2012 ମସିହାରେ ସାମରିକ ତାଲିମ୍ ଦିଆଯାଇଥିଲା । ସେ 2018 ମସିହାରେ ଗିରଫ ହୋଇଥିଲେ । 2019 ମେ ମାସରେ ଜେଲରୁ ମୁକୁଳିବା ପରେ ସୋନାଲ ମାଡଭି ପେଡାବାୟାଲୁ ଏସିରେ ଯୋଗ ଦେଇଥିଲେ । କାରଣ ତାଙ୍କ ପତ୍ନୀ ତାଲସୋ ମାଓବାଦୀଙ୍କ ସହ କାମ କରୁଥିଲେ । ପରେ ତାଙ୍କୁ ଗୁମ୍ମା ଏସି ସ୍ଥାନାନ୍ତର କରାଯାଇଥିଲା ଏବଂ ଆଜି ପର୍ଯ୍ୟନ୍ତ ସେ ସେଠାରେ କାମ କରିଆସୁଥିଲେ । ସୁରକ୍ଷା ବାହିନୀ ଉପରେ ହୋଇଥିବା 5ଟି ଆକ୍ରମଣରେ ତାଙ୍କର ସମ୍ପୃକ୍ତି ଥିଲା ।

ଭୁବନେଶ୍ବରରୁ ତାପସ ପରିଡା ଓ କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Sep 14, 2021, 10:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.