ETV Bharat / city

ସୁବାସ ସିଂଙ୍କ ଇସ୍ତଫା ପରେ ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା - ରାଜ୍ୟସଭା ଉପ ନିର୍ବାଚନ 2022

ଆସନ୍ତା 13 ଜୁନରେ ହେବ ରାଜ୍ୟସଭା ଉପ-ନିର୍ବାଚନ । ସାଂସଦ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲି ଥିଲା । ଫଳରେ ଏଠି ଉପ-ନିର୍ବାଚନ ନିଶ୍ଚିତ ଥିଲା । ଆଜି ଭାରତୀୟ ନିର୍ବାଚନ ଆୟୋଗ ଖାଲି ଥିବା ସୁବାସ ସିଂଙ୍କ ସ୍ଥାନରେ ଉପ-ନିର୍ବାଚନ ପାଇଁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟସଭା ଉପନିର୍ବାଚନ
ରାଜ୍ୟସଭା ଉପନିର୍ବାଚନ
author img

By

Published : May 13, 2022, 4:32 PM IST

ଭୁବନେଶ୍ବର: ଆସନ୍ତା 13 ଜୁନରେ ହେବ ରାଜ୍ୟସଭା ଉପ-ନିର୍ବାଚନ । ସାଂସଦ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲି ଥିଲା । ଫଳରେ ଏଠି ଉପ-ନିର୍ବାଚନ ନିଶ୍ଚିତ ଥିଲା । ଆଜି ଭାରତୀୟ ନିର୍ବାଚନ ଆୟୋଗ ଖାଲି ଥିବା ସୁବାସ ସିଂଙ୍କ ସ୍ଥାନରେ ଉପ-ନିର୍ବାଚନ ପାଇଁ ଘୋଷଣା କରିଛନ୍ତି ।

ସୁବାସ ସିଂଙ୍କ ଇସ୍ତଫା ପରେ  ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଭାରତୀୟ ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ଉପ-ନିର୍ବାଚନ ପାଇଁ ଆସନ୍ତା 26 ତାରିଖରେ ବିଦ୍ଧବଧ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ 2 ତାରିଖ ରହିଛି ନାମାଙ୍କନ ଦାଖଲର ଶେଷ ଦିନ । 3 ଜୁନରେ ହେବ ନାମାଙ୍କନ ପତ୍ର ଯାଞ୍ଚ । 6 ଜୁନ ରହିଛି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ । 13 ଜୁନ ସକାଳ 9 ଟାରୁ ଅପରାହ୍ନ 4 ଟା ଯାଏଁ ହେବ ମତଦାନ । ସଂଧ୍ୟା 5 ଟାରେ ହେବ ଭୋଟ ଗଣତି । 17 ଜୁନରେ ଶେଷ ହେବ ପୁରା ନିର୍ବାଚନ ପ୍ରକ୍ରିୟା ।

ସୂଚନାଯୋଗ୍ୟ ଯେ କଟକ ମହାନଗର ନିର୍ବାଚନର ମେୟର ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ । ଫଳରେ ଗତ 21 ତାରିଖ ଠାରୁ ଏହି ଆସନଟି ଖାଲି ପଡିଛି । ସୁବାସ ସିଂଙ୍କ ସ୍ଥାନରେ ଯିଏ ନିର୍ବାଚିତ ହୋଇ ରାଜ୍ୟସଭା ଯିବେ ସେ ଆସନ୍ତା 2 ଏପ୍ରିଲ 2026 ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.