ETV Bharat / city

ଉତ୍କଳ ବିଶ୍ଵବିଦ୍ୟାଳୟରେ ପିଜି ଓ ୟୁଜି ପରୀକ୍ଷା ପାଇଁ ନୋଟିସ - Notice for PG and UG exams at Utkal University

ଉତ୍କଳ ବିଶ୍ଵବିଦ୍ୟାଳୟରେ ୟୁଜି ପରୀକ୍ଷା ଅଫଲାଇନରେ ହେବାକୁ ଥିବାବେଳେ ପିଜି ପରୀକ୍ଷା ଅନଲାଇନରେ କରାଯିବ।

-utkal-university
ଉତ୍କଳ ବିଶ୍ଵବିଦ୍ୟାଳୟରେ ପିଜି ଓ ୟୁଜି ପରୀକ୍ଷା
author img

By

Published : Sep 1, 2020, 9:07 PM IST

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ୟୁଜି-ପିଜି ଶେଷ ବର୍ଷର ଫାଇନାଲ ସେମିଷ୍ଟର ପରୀକ୍ଷା କରାଯିବ ବୋଲି ନିଷ୍ପତି ହୋଇଛି । ଯାହାକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି । ୟୁଜି ପରିକ୍ଷା ଅଫଲାଇନରେ ହେବାକୁ ଥିବାବେଳେ ପିଜି ପରୀକ୍ଷା ଅନଲାଇନରେ କରାଯିବ।

ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ୯ ଜିଲ୍ଲାରେ ୨୭୮ କଲେଜ ଆସୁଛି। ତେବେ ଛାତ୍ରଛାତ୍ରୀମାନେ ଏହି ୯ ଜିଲ୍ଲାର ଯେକୌଣସି କଲେଜରେ ପରୀକ୍ଷା ଦେଇପାରିବେ। ଉତ୍କଳ ବିଶ୍ବବିଦ୍ୟାଳୟ ୟୁଜି ପରୀକ୍ଷା ମଲ୍ଟିପୁଲ ଚଏସ୍ OMR ଆଧାରିତ ଅର୍ଥାତ ଅଫଲାଇନରେ ହେବ। ୫୦ ହଜାର ୧୭୦ ପରୀକ୍ଷାର୍ଥୀ ୟୁଜି ଶେଷ ସେମିଷ୍ଟର ପରୀକ୍ଷା ଦେବେ।

ସେହିପରି ପିଜି ପରୀକ୍ଷା ଅନଲାଇନରେ କରାଯିବ। ସାଢ଼େ ତିନି ହଜାର ପରୀକ୍ଷାର୍ଥୀ ପିଜି ଶେଷ ସେମିଷ୍ଟର ପରୀକ୍ଷା ଦେବେ। ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ସରିବ। ସୂଚନା ଦେଲେ ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ମାଝୀ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.