ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ବର୍ଷା ବଢିଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ । ହୀରାକୁଦ ଗେଟ ଖୋଲିଲେ ମଧ୍ୟ ବନ୍ୟା ନିୟନ୍ତ୍ରଣରେ ରହିବ । ମୁଣ୍ଡୁଳୀରେ ଜଳସ୍ତର କମିଛି । ତେଣୁ ବନ୍ୟାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ରାଜ୍ୟ ଜଳ ସମ୍ପଦ ସଚିବ ପ୍ରଦୀପ୍ତ ଜେନା ।
ଗତକାଲି ଠାରୁ ମୁଣ୍ଡୁଳୀରେ 8ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେଉଥିଲା । ଆଜିର ହୀରାକୁଦ ପାଣି ପହଞ୍ଚିଲା ବେଳକୁ ଏହା କମି 5ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେଉଥିବ । ତେଣୁ ତଳମୁଣ୍ଡରେ ବନ୍ୟାର ଆଶଙ୍କା ନାହିଁ । ସେହିପରି ଖଇରମାଳରେ 3ଲକ୍ଷ 30ହଜାର କ୍ୟୁସେସ ଜଳ ପ୍ରଭାବିତ ହେଉଛି । ସେହି ଅନୁସାରେ ଅଗଷ୍ଟ 21 ସୁଦ୍ଧା ହୀରାକୁଦର ଜଳସ୍ତର 620 ଫୁଟ ରଖାଯିବ । ଏହାକୁ ଦୃଷ୍ଟିରେ ରଖି ଗେଟ ଖୋଲିବା ନିଷ୍ପତି ନିଆଯାଉଛି ବୋଲି କହିଛନ୍ତି ଜଳ ସମ୍ପଦ ସଚିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ