ETV Bharat / city

ଗାନ୍ଧୀ ମାର୍ଗ ପ୍ରବେଶ ଉପରେ ଲାଗିଲା କଟକଣା - ଗାନ୍ଧୀ ମାର୍ଗକୁ ଯିବା ମନା

ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନ ଲାଗି ମହାତ୍ମା ଗାନ୍ଧୀ ମାର୍ଗକୁ ସକାଳ ସାଢେ 6ଟାରୁ 9ଟା ପର୍ଯ୍ୟନ୍ତ ପ୍ରବେଶକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ...

No vehicle, pedestrian will be allowed to enter Mahatma Gandhi Marg For republic day celebration
ଗଣତନ୍ତ୍ର ଦିବସ: ଗାନ୍ଧୀ ମାର୍ଗ ପ୍ରବେଶ ଉପରେ ଲାଗିଲା କଟକଣା
author img

By

Published : Jan 25, 2021, 5:23 PM IST

ଭୁବନେଶ୍ବର: ରାତି ପାହିଲେ ଦେଶ 72ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ତେବେ ମହାତ୍ମା ଗାନ୍ଧୀ ମାର୍ଗରେ ପ୍ରତିବର୍ଷ ପରି ମଧ୍ୟ ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନ ହେବ । ଏଥିଲାଗି ମଙ୍ଗଳବାର ସକାଳ ସାଢେ 6 ଟାରୁ 9ଟା ପର୍ଯ୍ୟନ୍ତ ଏହି ମାର୍ଗରେ କୌଣସି ଯାନବାହନ କିମ୍ବା ପଦଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

  • State Level RD Parade 2021 will be commanded by 25 years old Assistant Superintendent of Police S.Susree, 2018 batch IPS.
    Congrats to Susree & her parents Sunil Kumar,Asst Commdt.CRPF & Sreekala, a teacher. CBSE topper in 10th & 12th,she topped Kerala University in BA in English.

    — Dr Sudhanshu Sarangi (@SarangiSudhansu) January 25, 2021 " class="align-text-top noRightClick twitterSection" data=" ">

ଏହି ରାଜପଥରେ ଗଣତନ୍ତ୍ର ଦିବସ ଲାଗି ପରେଡ ହେଉଥିବାରୁ ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଚଳିତ ବର୍ଷ କୋରୋନା ସଂକ୍ରମଣ ଦୃଷ୍ଟିରୁ ସାଧାରଣ ଜନତାଙ୍କୁ ମଧ୍ୟ ଏହି ସ୍ଥଳକୁ ଯିବା ପାଇଁ ଅନୁମତି ମିଳିନାହିଁ । ତେବେ ଚଳିତ ବର୍ଷ ଷ୍ଟେଟ୍ ଲେଭଲ୍ ଆରଡି ପରେଡ 2021କୁ ଆସିଷ୍ଟାଣ୍ଟ ପୋଲିସ୍ ଅଧୀକ୍ଷକ ଏସ୍ ସୁଶ୍ରୀ(25) ନେତୃତ୍ବ ନେବାକୁ ଯାଉଥିବା ସମ୍ପର୍କରେ ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ସୁଶ୍ରୀ 2018 ମସିହା ଆଇପିଏସ୍ ବ୍ୟାଚର ଛାତ୍ରୀ ହୋଇଥିବା ବେଳେ ତାଙ୍କୁ ଏହି ସୁଯୋଗ ଦିଆଯାଇଥିବାରୁ ପୋଲିସ କମିଶନର ଡ଼କ୍ଟର ଷଡ଼ଙ୍ଗୀ ସୁଶ୍ରୀ ଏବଂ ତାଙ୍କ ପିତାମାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

  • This year’s Republic Day Ceremony on Mahatma Gandhi Marg is not open to public because of Covid 19 restrictions. No vehicle/pedestrian will be allowed to enter Mahatma Gandhi Marg from 6:30 AM to 9 AM, unless authorised.
    Inconvenience is regretted.@SarangiSudhansu@DCP_TRAFFIC

    — COMMISSIONERATE POLICE (@cpbbsrctc) January 25, 2021 " class="align-text-top noRightClick twitterSection" data=" ">

ସୁଶ୍ରୀଙ୍କ ପିତା ସୁନୀଲ କୁମାର ସିଆରପିଏଫର ଆସିଷ୍ଟାଣ୍ଡ କମାଣ୍ଡ ରହିଥିବା ବେଳେ ମାତା ଶ୍ରୀକାଲା ଜଣେ ଶିକ୍ଷୟିତ୍ରୀ ବୋଲି ସୂଚନା ମିଳିଛି । ସୁଶ୍ରୀ ଦଶମ ଏବଂ ଦ୍ୱାଦଶରେ ସିବିଏସଇ ଟପ୍ପର ହୋଇଥିବା ବେଳେ ସେ କେରଳ ବିଶ୍ୱବିଦ୍ୟାଳୟରେ ଇଂରାଜୀରେ ସ୍ନାତକ କରି ଟପ୍ପର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.