ETV Bharat / city

ନୂଆବର୍ଷରେ ଜମିବନି ଗହଳି: ଆଇନ ଉଲଙ୍ଘନ କଲେ ଅମାନିଆ ଗଣିବେ ତଣ୍ତ - ଏସଆରସି ଗାଇଡଲାଇନ

ନୂଆବର୍ଷରେ ଭିଡକୁ ଏଡାଇବା ପାଇଁ ବିଭିନ୍ନ ସ୍ଥାନରେ କଟକଣା ଲଗାଇଛନ୍ତି ସରକାର । ଏଥିପାଇଁ ନୂଆବର୍ଷ ପୂର୍ବରୁ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ନୂଆବର୍ଷରେ ଜମିବନି ଗହଳି: ଆଇନ ଉଲଙ୍ଘନ କଲେ ଅମାନିଆ ଗଣିବେ ତଣ୍ତ

author img

By

Published : Dec 30, 2021, 9:03 PM IST

ଭୁବନେଶ୍ବର : ଏବେ ରାଜ୍ୟରେ ଓମିକ୍ରନର ଭୟ । ନୂଆବର୍ଷରେ ଭିଡକୁ ଏଡାଇବା ପାଇଁ ବିଭିନ୍ନ ସ୍ଥାନରେ କଟକଣା ଲଗାଇଛନ୍ତି ସରକାର । କାହିଁକିନା ଭିଡ ବଢିଲେ ବଢିବ ସଂକ୍ରମଣ । ଏଥିପାଇଁ ନୂଆବର୍ଷ ପୂର୍ବରୁ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି , ମୁନସିପାଲ କମିଶନର ଓ କମିଶନରଙ୍କୁ ଚିଠି କରିଛନ୍ତି । ନିୟମ ଉଲଂଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଜନଗହଳି ଓ ସମାବେଶ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆବର୍ଷରେ ଜମିବନି ଗହଳି: ଆଇନ ଉଲଙ୍ଘନ କଲେ ଅମାନିଆ ଗଣିବେ ତଣ୍ତ
ନୂଆବର୍ଷରେ ଜମିବନି ଗହଳି: ଆଇନ ଉଲଙ୍ଘନ କଲେ ଅମାନିଆ ଗଣିବେ ତଣ୍ତ

ଡିସେମ୍ବର 31ଜାନୁଆରୀ 1 ଓ 2 ତାରିଖରେ ସର୍ବସାଧାରଣ ସ୍ଥାନରେ ସମ୍ଭାବ୍ୟ ଜନସମାଗମ ଏବଂ ସମାବେଶ ଉପରେ କଡା ନଜର ରଖିବାକୁ ରହିଛି ନିର୍ଦ୍ଦେଶ । ସର୍ବସାଧାରଣ ସ୍ଥାନରେ ଯେପରିକି ମଲ୍ , ସପିଂ କମ୍ପ୍ଲେକ୍ସ , ହୋଟେଲ , କ୍ଲବ୍ , ରେଷ୍ଟୁରାଣ୍ଟ ଓ ପାର୍କ ପରି ସ୍ଥାନରେ ନିୟମିତ ଭାବେ ଯାଞ୍ଚ କରିବାକୁ କୁହାଯାଇଛି । ପିକନିକ , ସମ୍ମିଳନୀ ହଲ୍, କଲ୍ୟାଣ ମାଣ୍ଡାପ୍ ଇତ୍ୟାଦି ମଧ୍ୟ ଯାଞ୍ଚ କରାଯିବ। କୋଭିଡ ପ୍ରୋଟୋକଲ ଗୁଡିକୁ କଡାକଡି ପାଳନ କରାଯିବ । ଯେପରିକି ମାସ୍କ ପିନ୍ଧିବା, ପ୍ରତ୍ୟକ ବ୍ୟକ୍ତିଙ୍କ ମଧ୍ୟରେ ଅତି କମରେ ଛଅ (6) ଫୁଟର ସାମାଜିକ ଦୂରତା ବଜାୟ ରଖିବା। ନିୟମ ଉଲଂଘନକାରୀଙ୍କ ଠାରୁ ବଡ ଧରଣର ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.