ETV Bharat / city

ରାଜଧାନୀର ୟୁନିଟ 1 ମାର୍କେଟରେ ସାମାଜିକ ଦୂରତ୍ବ ପ୍ରହସନ - Social Distance

କରୋନା କବଳରୁ ରକ୍ଷା ପାଇବାକୁ ସାମାଜିକ ଦୂରତ୍ବକୁ ପ୍ରମୁଖ ଅସ୍ତ୍ର ଭାବେ ଗ୍ରହଣ କରାଯାଇଛି । ତେବେ ଖୋଦ ରାଜଧାନୀ ଭୁବନେଶ୍ବରରେ ଏହାକୁ ସାଧାରଣ ଲୋକମାନେ ପାଳନ କରୁନଥିବା ଦେଖିବାକୁ ମିଳୁଛି ।

No Social Distance BBSR Unit-1 Market
ରାଜଧାନୀର ୟୁନିଟ 1 ମାର୍କେଟରେ ସାମାଜିକ ଦୂରତ୍ବ ପ୍ରହସନ
author img

By

Published : Jun 27, 2020, 5:05 AM IST

ଭୁବନେଶ୍ବର: କୋରୋନା କବଳରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ବକୁ ପ୍ରମୁଖ ଅସ୍ତ୍ର । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସାମାଜିକ ଦୂରତ୍ବର ପାଳନ ପାଇଁ କଟକଣା ଲାଗୁ କରିଛନ୍ତି ।

ରାଜଧାନୀର ୟୁନିଟ 1 ମାର୍କେଟରେ ସାମାଜିକ ଦୂରତ୍ବ ପ୍ରହସନ

ଆମ ରାଜ୍ୟରେ ମଧ୍ୟ ଏହାକୁ କଡାକଡି ପାଳନ କରିବାକୁ କୁହାଯାଉଛି । ଏଥିପାଇଁ ଲକଡାଉନ ଓ ସଟଡାଉନ୍ ସରକାର କରି କୋରୋନା ସଂକ୍ରମଣକୁ ରୋକିବାକୁ ସମସ୍ତ ପ୍ରକାର ପ୍ରୟାସ ଚଳାଇଛନ୍ତି ।

ତେବେ ଖୋଦ ରାଜଧାନୀ ଭୁବନେଶ୍ବରରେ ଏହାକୁ ସାଧାରଣ ଲୋକମାନେ ପାଳନ କରୁନଥିବା ଦେଖିବାକୁ ମିଳୁଛି । ରାଜଧାନୀର ଛାତି ଉପରେ ୟୁନିଟ 1 ହାଟରେ ସାଧାରଣତଃ ସଟଡାଉନ ପୂର୍ବଦିନ ଓ ପରଦିନ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।

ପ୍ରଶାସନ ପକ୍ଷରୁ ସପିଂମଲ୍ ଓ ହସ୍ପିଟାଲ ଆଦିରେ ଚଢ଼ାଉ କରି ନିୟମ ଉଲଂଘଣ ହୋଇଥିଲେ ବନ୍ଦ କରାଯାଉଛି । ମାତ୍ର ହାଟ ବଜାର ମାନଙ୍କରେ କୌଣସି ପ୍ରତିବନ୍ଧକ ନଥିବାରୁ ସାମାଜିକ ଦୂରତ୍ବର ଖୁଲମ ଖୁଲା ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ସଂକ୍ରମଣର ସମ୍ଭାବନା ଅଧିକ ରହିଥିବା ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.