ଭୁବେନଶ୍ବର: ରାଜ୍ୟରେ ଏବେ ଅସହ୍ୟ ପ୍ରଚଣ୍ଡ ରୌଦ୍ର ତାପ ଜାରି ରହିଛି । ସୋମବାର ୨୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ୪୩.୭ ଡିଗ୍ରୀ ତାପମାତ୍ରା ସହ ଅନୁଗୋଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ବିନ୍ ସିଟିରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି ।
-
ରାଜ୍ୟରେ #୨୧ସ୍ଥାନରେ ଦିନ ତାପମାତ୍ରା #୪୦ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ
— Meteorological Centre, Bhubaneswar (@mcbbsr) April 18, 2022 " class="align-text-top noRightClick twitterSection" data="
୪୩.୭ ଡ଼ିଗ୍ରୀ ଦିନ ତାପମାତ୍ରା ସହ #ଅନୁଗୁଳ ରାଜ୍ୟର #ଉତ୍ତପ୍ତ ସହର pic.twitter.com/3oup9tATtI
">ରାଜ୍ୟରେ #୨୧ସ୍ଥାନରେ ଦିନ ତାପମାତ୍ରା #୪୦ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ
— Meteorological Centre, Bhubaneswar (@mcbbsr) April 18, 2022
୪୩.୭ ଡ଼ିଗ୍ରୀ ଦିନ ତାପମାତ୍ରା ସହ #ଅନୁଗୁଳ ରାଜ୍ୟର #ଉତ୍ତପ୍ତ ସହର pic.twitter.com/3oup9tATtIରାଜ୍ୟରେ #୨୧ସ୍ଥାନରେ ଦିନ ତାପମାତ୍ରା #୪୦ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ
— Meteorological Centre, Bhubaneswar (@mcbbsr) April 18, 2022
୪୩.୭ ଡ଼ିଗ୍ରୀ ଦିନ ତାପମାତ୍ରା ସହ #ଅନୁଗୁଳ ରାଜ୍ୟର #ଉତ୍ତପ୍ତ ସହର pic.twitter.com/3oup9tATtI
ଭୁବନେଶ୍ବରରେ ସୋମବାର ଦିନ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ରହିଥିଲା । ସେହିଭଳି କଟକରେ ଦିନ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିୟସ ରହିଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରିଛି । ଅନୁଗୋଳ ପଛକୁ ବଲାଙ୍ଗୀରରେ ତାପାମାତ୍ରା ୪୩.୨ ଡିଗ୍ରୀ ସେଲସିୟସ ରହିଥିଲା ।
ସୁନ୍ଦରଗଡ଼ ଓ ବୌଦ୍ଧରେ ୪୨ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ୪୧.୮ ଡିଗ୍ରୀ ସେଲସିୟସ, ଟିଟିଲାଗଡ଼ରେ ୪୧.୭ ଡିଗ୍ରୀ ସେଲସିୟସ, ସୋନପୁରରେ ୪୧.୬ ଡିଗ୍ରୀ ସେଲସିୟସ, ସମ୍ବଲପୁରରେ ୪୧.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ