ଭୁବନେଶ୍ବର: ରାଜ୍ୟରେ ମେ ୧ ରୁ ଆଉ ନାହିଁ ବିଦ୍ୟୁତ ସଙ୍କଟ । ଲୋଡ ରେଗୁଲେଶନ ମଧ୍ୟ ଆଉ ନାହିଁ । ସୂଚନା ଦେଇଛନ୍ତି ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ । ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ଦର୍ଲିପାଲିର ଗୋଟେ ୟୁନିଟ ବନ୍ଦ ହୋଇ ରହିଛି । ଯେଉଁଠାରୁ ରାଜ୍ୟକୁ 4 ଶହ ମେଗାୱାଟର ଶକ୍ତି ମିଳେ । ଏହା ବନ୍ଦ ହେବା ଫଳରେ ଆବଶ୍ୟକତା ଠାରୁ 200ରୁ 250 ମେଗାୱାଟ ବିଦ୍ୟୁତ କମ ହେଉଥିଲା । ସେଥିପାଇଁ ରାଜ୍ୟରେ ସାମୟିକ ଭାବେ ବିଦ୍ୟୁତ ନିୟଣ୍ଟ ସ୍ଥିତି ଉପୁଜିଥିଲା ।
ରାଜ୍ୟବାସୀଙ୍କ ସ୍ବାର୍ଥ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ୍ସଚେଞ୍ଜରେ ବିଦ୍ୟୁତ କିଣିବାକୁ ଚେଷ୍ଟା କରିଥିଲେ । ହେଲେ ସର୍ବାଧିକ 12 ଟଙ୍କା ୟୁନିଟ ପିଛା କିଣିବାରେ ସରକାର ବିଫଳ ହୋଇଥିଲେ । ଦର୍ଲିପାଲିର ଗୋଟିଏ ୟୁନିଟ ଏବେ ବି ଡାଉନ ରହିଛି । ଦର୍ଲିପାଲିରୁ 8 ଶହ ମେଗାୱାଟରୁ ଅଧିକ ରାଜ୍ୟ ପାଇବା କଥା । କିନ୍ତୁ ଏବେ ଏହାର ଅଧା ମିଳିପାରୁଛି । ଓପିଜିସିର ଏକ ୟୁନିଟ ଏହାକୁ ଭରଣା କରୁଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ