ETV Bharat / city

ଭିଡ ଭିତରେ ଆମ୍ବୁଲାନ୍ସ ଘେରାବନ୍ଦୀ, ନିରବଦ୍ରଷ୍ଟା ସାଜିଲା ପିସିଆର - ନିରବଦ୍ରଷ୍ଟା ସାଜିଲା ପିସିଆର

ସ୍ମାର୍ଟସିଟିରେ ଆମ୍ବୁଲାନ୍ସକୁ ମିଳିଲାନି ବାଟ । ବାଟ କଢାଇନେବାରେ କେହି ବି କରିଲେନି ସହଯୋଗ । ସାଇରନ ମାରି ଭିଡ ଭିତରେ ଫସି ରହିଥିଲା ଆମ୍ବୁଲାନ୍ସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 29, 2019, 2:11 AM IST

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ଭିଡ ଭିତରେ ଅଟକିଲା ଆମ୍ବୁଲାନ୍ସ । ଗୋଟିଏ ସେକେଣ୍ଡ ବି ଆମ୍ବୁଲାନ୍ସ ପାଇଁ ବହୁ ମୂଲ୍ୟବାନ ହୋଇଥିବାବେଳେ ଟିକେ ବିଳମ୍ବ ହେଲେ ରୋଗୀର ଜୀବନ ମଧ୍ୟ ଚାଲିଯିବାର ଭୟ ରହିଥାଏ । ସେଥିପାଇଁ ଯେକୌଣସି ସ୍ଥାନରେ ଆମ୍ବୁଲାନ୍ସକୁ ଅଧିକ ଗୁରୁତ୍ବ ଦିଆଯାଏ । ହେଲେ ଏଠାରେ ଦୃଶ୍ୟ ଓଲଟା । ବାରମ୍ବାର ସାଇରନ ଦେଉଥିଲେ ମଧ୍ୟ ଆମ୍ବୁଲାନ୍ସକୁ ଯିବାକୁ କେହି ରାସ୍ତା ଦେଉନଥିଲେ ।

କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାତି 8ଟା ପାଖାପାଖି ରାଜଧାନୀର କଳିଙ୍ଗ ଛକ ଟ୍ରାଫିକ ନିକଟରେ । ରାସ୍ତାରେ ଆମ୍ବୁଲାନ୍ସ ଯିବାବେଳେ ପ୍ରଥମ ପ୍ରାଧାନ୍ୟ ଆମ୍ବୁଲାନ୍ସକୁ ଦିଆଯିବାକୁ ନବନିଯୁକ୍ତ ପୋଲିସ କମିଶନର ନୂଆ ନିୟମ କରିଛନ୍ତି । ମାତ୍ର ଏହି ନିୟମକୁ ଖାତିର କରୁନାହାନ୍ତି ପୋଲିସ କର୍ମଚାରୀ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀର ପ୍ରମୁଖ ମୁଖ୍ୟ ରାସ୍ତା ଜୟଦେବ ବିହାର ଠାରୁ କଳିଙ୍ଗ ଛକ ରାସ୍ତାରେ ଟ୍ରଫିକ ସମସ୍ୟା ଅତି ଜଟିଳ ହେଉଥିବାରୁ 1 କିଲୋମିଟର ରାସ୍ତା ପାର ହେବା ପାଇଁ ଜଣଙ୍କୁ 1 ଘଣ୍ଟାରୁ ଅଧିକ ସମୟ ଲାଗେ । ତେବେ ଭିଡ ଭିତରେ ମଧ୍ୟ ଆମ୍ବୁଲାନ୍ସକୁ ବାଟ କଡାଇ ନେବାରେ କେହି ବି ସହଯୋଗ କରିନଥିଲେ । ଆମ୍ବୁଲାନ୍ସ ସେମିତି ସାଇରନ ମାରୁଥିଲେ ମଧ୍ୟ ଭିଡ ଭିତରେ ଫସି ରହିଥିଲା ।

ସବୁଠୁ ଆଶ୍ଚର୍ଯ୍ୟ କଥା, ଆମ୍ବୁଲାନ୍ସ ସାମ୍ନାରେ ପିସିଆର ଭ୍ୟାନ ରହିଥିଲା । ସେଥିରେ ବସିଥିବା କୌଣସି ପୋଲିସ କର୍ମଚାରୀ ଆମ୍ବୁଲାନ୍ସକୁ ଭିଡ ଭିତରୁ କଡାଇ ନେବାକୁ ପ୍ରୟାସ ମଧ୍ୟ କରିନଥିଲେ। ସାଧାରଣ ଲୋକଙ୍କ ସହ ପୋଲିସ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା । ଫଳରେ ଟ୍ରାଫିକ ଛାଡିଲା ପରେ ଆମ୍ବୁଲାନ୍ସଟି ଭିଡରୁ ବାହାରି ମେଡିକାଲ ଅଭିମୁଖେ ବାହାରିଥିଲା ।

ଏବେ ପ୍ରଶ୍ନ ଉଠୁଛି ପୋଲିସ କମିଶନରଙ୍କ ନିୟମ କଣ ଏହି ଆମ୍ବୁଲାନ୍ସ ପାଇଁ ନଥିଲା । ନା ପୋଲିସ ବାବୁ ପିସିଆର ଭ୍ୟାନରୁ ବାହାରି ଭିଡ ଭିତରେ କଷ୍ଟ କରିବାକୁ ଚାହୁଁନଥିଲେ । ସ୍ମାର୍ଟସିଟିର ସ୍ମାର୍ଟବାସୀଙ୍କ ମାନବିକତା ଉପରେ ଏହା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ

Intro:ମାନୁନାହାନ୍ତି କମିଶନରଙ୍କ ନିର୍ଦେଶ । ଟ୍ରାଫିକରେ ଅଟକିଲା ଆମ୍ବୁଲାନ୍ସ।

ପୁଣି ଥରେ ସାମନାକୁ ଆସିଛି ରାସ୍ତା ମଝିରେ ଅଟକିଲା ଆମ୍ବୁଲାନ୍ସ। ପାଖା ପାଖି ଏକ ମିନିଟ ରହିଥିଲା ଭିଡ ଭିତରେ। ଆମ୍ବୁଲାନ୍ସ ଟି ସାଇରନ ଦେଉଥିଲେ ମଧ୍ୟ ଗାଡି ଚାଳକ ମନେ ସାଇଡ ଦେଉନଥିଲେ। ସାମନାରେ ପିସିଆର ଭ୍ୟା ନ ଥିବା ବେଳେ ଆମ୍ବୁଲାନ୍ସକୁ ସାଇଡ ଦେବାର ସାହାଯ୍ୟ ନକରି ଗାଡି ଭିତରେ ବସିରହିଥିଲେ। ଏପଟେ କିନ୍ତୁ ନବନିଯୁକ୍ତ ପୋଲିସ କମିଶନର ନୂଆ ନିୟମକୁ ଖାତିରି କରୁନାହାନ୍ତି ପୋଲିସ କର୍ମଚାରୀ। ଏଭଳି ଏକ ଘଟଣା ଘଟିଛି କଳିଙ୍ଗ ଛକ ଟ୍ରାଫିକ ନିକଟରେ।

Body:

କୌଣସି ରାସ୍ତାରେ ଟ୍ରାଫିକ ଜାମ ଅଛି କିମ୍ବା କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଉଛି ତେବେ ଏହା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏକ ଆମ୍ବୁଲାନ୍ସ ରାସ୍ତାରେ ଗଲାବେଳେ ପ୍ରଥମ ପ୍ରାଧ୍ୟାନ ଆମ୍ବୁଲାନ୍ସ କୁ ଦେବା ଆବଶ୍ୟକ। କିନ୍ତୁ ରାଜଧାନୀର ପ୍ରମୁଖ ମୁଖ୍ୟ ରାସ୍ତା ଜୟଦେବ ବିହାର ଠାରୁ କଳିଙ୍ଗ ରାସ୍ତା ପ୍ରଯ୍ୟନ୍ତ ଟ୍ରଫିକ ସମସ୍ୟା ଅଟେ ଜଟିଳ ଯେ ଜଣଙ୍କୁ 1 କିଲୋମିଟର ପାର ହେବା ପାଇଁ 1 ଘଣ୍ଟା ରୁ ଅଧିକ ସମୟ ଲାଗୁଛି। ତେବେ ଆମ୍ବୁଲାନ୍ସ କୁ ଛାଡିବାକୁ କାହାକୁ ସମୟନାହିଁ। ଆମ୍ବୁଲାନ୍ସ ସେମିତି ସାଇରନ କରୁଥିଲେ ମଧ୍ୟ ଅମ୍ବୁଲାନ୍ସ ଟି ଢେର ବହୁତ ସମୟ ଧରି ରହିଥିଲା। ଟ୍ରାଫିକ ଛାଡିଲା ପରେ ଆମ୍ବୁଲାନ୍ସ ଟି ଜାମ ଭିତରୁ ବାହାରିଥିଲା।
ତେବେ ପୋଲିସ କମିଶନର ଆମ୍ବୁଲାନ୍ସ ପ୍ରତି ଏକ ରାସ୍ତା ଦେବା ସହ ଲୋକ ମାନଙ୍କୁ ଆମ୍ବୁଲାନ୍ସ ଯିବାର ରାସ୍ତାକୁ ଜାମ ରୁ ମୁକ୍ତ କରିବାକୁ ସର୍ବଦା ପ୍ରୟାସ କରିବା ଆବଶ୍ୟକ। ତେବେ ଅଟେ ଭିଡ ଭିତରେ ଅଟେ ପୋଲିସ ଥାଏ ମଧ୍ୟ ଆମ୍ବୁଲାନ୍ସ ଟି ଅଟକି ରହିଥିଲା। ନ ପୋଲିସ ର କୌଣସି ସାହାଯ୍ୟ ରହିଥିଲା ନ ଲୋକମାନଙ୍କର କୌଣସି ପ୍ରକାରର ସାହାଯ୍ୟ। ସନସ୍ତେ ଦେଖୁଥିଲେ କହୁଥିଲେ କିନ୍ତୁ କାର୍ଯ୍ୟରେ କେହିବି କିଛି କରିନଥିଲେ। ସବୁଠୁ ବଡ କଥା ହେଲା ଆମ୍ବୁଲାସ ର ସାମନାରେ ପିସିଆର ଭ୍ୟାନ ରହିଥିବା ପିସିଆର ରେ ବସିଥିବା କୌଣସି ପୋଲିସ କର୍ମଚାରୀ ଆମ୍ବୁଲାନ୍ସକୁ ଭିଡ ଭିତରୁ ବାହାର କରିବାକୁ ପ୍ରୟାସ ମଧ୍ୟ କରିନଥିଲେ। ଯାହା ଫଳରେ ଟ୍ରାଫିକ ଛାଡିଲା ପରେ ଆମ୍ବୁଲାନ୍ସ ଟି ଜାମ ରୁ ବାହାରି ମେଡିକାଲ ଅଭିମୁଖେ ବାହାରିଥିଲା।
ଏହି ଘଟଣା ଘଟିଥିଲା ରାତି ୮ ଟା ସମୟରେ । କଳିଙ୍ଗ ଛକ ନିକଟ ଟ୍ରାଫିକ ପୋଷ୍ଟ ରେ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.