ETV Bharat / city

ଏଣିକି ଶୂନ ରେଜଲ୍ଟ ହେଲେ ଭୋଗିବେ ପ୍ରଧାନ ଶିକ୍ଷକ

ସ୍କୁଲ ଖରାପ ପ୍ରଦର୍ଶନ କଲେ ପ୍ରଧାନ ଶିକ୍ଷକଙ୍କ ବେତନ କଟିବ । ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ ଓ ଉନ୍ନିତ ବିଦ୍ୟାଳୟ ପାଇଁ ଲାଗୁ ହେବ ଏହି ନିୟମ ।

author img

By

Published : Aug 27, 2019, 11:57 PM IST

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ପାଇଁ କଠୋର ହେଲେ ରାଜ୍ୟ ସରକାର। ଶୂନ ଫଳ କରିଥିବା ଓ 50 ପ୍ରତିଶତରୁ କମ ରେଜଲ୍ଟ କରିଥିବା ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ବେତନ ବୃଦ୍ଧି ହେବ ନାହିଁ। ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ , ଉନ୍ନୀତ ବିଦ୍ୟାଳୟ ପାଇଁ ଏହା ଲାଗୁ ହେବ।

ସେହିପରି ଯେଉଁ ବିଷୟରେ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶିକ୍ଷା ନିର୍ଦ୍ଦେଶକ ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ସପ୍ତାହ ମଧ୍ୟରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଅବଗତ କରିବାକୁ ମଧ୍ୟ କୁହାଯାଇଛି।

82ଟି ସ୍କୁଲର ମାଟ୍ରିକ ଫଳ ଶୂନ ରହିଥିଲା। ଏନେଇ ଜୁନ 6ରେ ବିଭାଗ ତରଫରୁ ସବୁ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଚିଠି ଲେଖିଥିଲେ ବିଭାଗ । କାହିଁକି ସେମାନଙ୍କୁ ସସପେଣ୍ଡ କରାନଯିବ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କାହିଁକି ଅନୁଦାନ ପ୍ରତ୍ୟାହାର କରାନଯିବ ବୋଲି କାରଣ ଦର୍ଶାଇବାକୁ କୁହାଯାଇଥିଲା। ହେଲେ ଏବେ ମଧ୍ୟ ଅଧିକାଂଶ ସ୍କୁଲ ଏହାର ଉତ୍ତର ଦେଇନାହାନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲ୍ଗୁଡିକ ପାଇଁ କଠୋର ହେଲେ ରାଜ୍ୟ ସରକାର। ଶୁନ ଫଳ କରିଥିବା ଓ 50 ପ୍ରତିଶତରୁ କମ ରେଜଲ୍ଟ କରିଥିବା ସ୍କୁଲ ପ୍ରଧାନଶିକ୍ଷକଙ୍କ ବାର୍ଷିକ ବେତନ ବୃଦ୍ଧି ହେବ ନାହିଁ। ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ , ଉନ୍ନୀତ ବିଦ୍ୟାଳୟ ପାଇଁ ଏହା ଲାଗୁ ହେବ। ସେହିପରି ଯେଉଁ ବିଷୟରେ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶିକ୍ଷା ନିର୍ଦ୍ଦେଶକ ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଚିଠି ଲେଖି ଜଣାଇଛନ୍ତି। ସାପ୍ତାହ ମଧ୍ୟରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଅବଗତ କରିବାକୁ କୁହାଯାଇଛି। 82ଟି ସ୍କୁଲର ମାଟ୍ରିକ ଫଳ ଶୂନ ରହିଥିଲା। ଏନେଇ ଜୁନ 6ରେ ବିଭାଗ ତରଫରୁ ସବୁ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ଚିଠି ଲେଖିଥିଲେ ବିଭାଗ। କାହିଁକି ସେମାନଙ୍କୁ ସସପେଣ୍ଡ କରାନଯିବ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କାହିଁକି ଅନୁଦାନ ପ୍ରତ୍ୟାହାର କରାନଯିବ ବୋଲି କାରଣ ଦର୍ଶାଇ ବାକୁ କୁହାଯାଇଥିଲା। ହେଲେ ଅଧିକାଂଶ ସ୍କୁଲ ଏହାର ଉତ୍ତର ଦେଇନାହାନ୍ତି।Body:HhConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.