ETV Bharat / city

ନିଜାମୁଦ୍ଦିନ ଘଟଣା: ଭିସିରେ କେନ୍ଦ୍ର କ୍ୟାବିନେଟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

author img

By

Published : Apr 1, 2020, 3:49 PM IST

କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିସିରେ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା । ଭିଡ଼ିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଗୃହ ସଚିବ, ପୋଲିସ ଡିଜି ଓ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ରହିଛନ୍ତି।

Union Cabinet Secretary
କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ବୈଠକ

ଭୁବନେଶ୍ବର: ଦିଲ୍ଲୀ ନିଜାମୁଦ୍ଦିନ ଘଟଣାରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା । ଭିଡ଼ିଓ କନଫରେନ୍ସିରେ ହୋଇଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଗୃହ ସଚିବ, ପୋଲିସ ଡିଜି ଓ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ରହିଛନ୍ତି। କୋରୋନା ଚତୁର୍ଥ ପଜେଟିଭଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଏବେ ଖୋଜା ଚାଲିଛି ।

ରାଜ୍ୟ ପୋଲିସ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଖୋଜିବା ଆରମ୍ଭ କରିଛି। ସମସ୍ତଙ୍କୁ ସଙ୍ଗରୋଧରେ ରଖିବାକୁ ବ୍ୟବସ୍ଥା କରାଯାଉଥିବା ବରିଷ୍ଠ ଅଧିକାରୀ ବିଶାଳ ଦେବ ସୂଚନା ଦେଇଛନ୍ତି। ଏହାସହ ଅଧିକ ଟେଷ୍ଟିଙ୍ଗ କିଟ୍ ଓ ମେଡିକାଲ ଉପକରଣ ଅଧିକ ଯୋଗାଇ ଦେବାକୁ କୁହାଯାଇଛି । ଏହା ବ୍ୟତୀତ ରାଜ୍ୟର ଦାବ୍ୟାଙ୍ଗଙ୍କ ସେବା ଅବ୍ୟାହତ ରଖିବା ଉପରେ ମଧ୍ୟ ଗୁତୁତ୍ବ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଏହାସହ ଲକଡାଉନକୁ ନିୟମକୁ କଡାକଡି ଭାବେ ଲାଗୁ କରିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାହାର ରାଜ୍ୟର ଶ୍ରମିକଙ୍କ ଯିବା ଆସିବା ଉପରେ ଅଧିକ କଟକଣା କରିବାକୁ ଗୁରୁତ୍ବ ଦିଆଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.