ETV Bharat / city

'ମହିଳାଙ୍କ ସୁରକ୍ଷା ଓ ସ୍ବାଧୀନତା ଲାଗି ବାଟ ଖୋଲିଲା ନିର୍ଭୟା ପ୍ରସଙ୍ଗ' - bhubaneswar news

ଗଣତାନ୍ତ୍ରିକ ଓ ନ୍ୟାୟିକ ବ୍ୟବସ୍ଥାକୁ ସାଧୁବାଦ ଜଣାଇଲେ ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା । ଅଧିକ ପଢନ୍ତୁ...

Nirvhaya case the way for women's safety and freedom
'ମହିଳାଙ୍କ ସୁରକ୍ଷା ଓ ସ୍ବାଧୀନତା ଲାଗି ବାଟ ଖୋଲିଲା ନିର୍ଭୟା ପ୍ରସଙ୍ଗ'
author img

By

Published : Mar 20, 2020, 4:26 PM IST

ଭୁବନେଶ୍ବର: 2012 ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଦୀର୍ଘ ୭ ବର୍ଷ ପରେ ପୀଡ଼ିତା ଓ ତାଙ୍କ ପରିବାରଙ୍କୁ ମିଳିଛି ନ୍ୟାୟ । ମାମଲାରେ ସମ୍ପୃକ୍ତ ଥିବା ୪ ଜଣ ଦୋଷୀଙ୍କୁ ଶୁକ୍ରବାର ସକାଳେ ଫାଶୀ ହୋଇଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା ।

'ମହିଳାଙ୍କ ସୁରକ୍ଷା ଓ ସ୍ବାଧୀନତା ଲାଗି ବାଟ ଖୋଲିଲା ନିର୍ଭୟା ପ୍ରସଙ୍ଗ'

ସେ କହିଛନ୍ତି ଯେ, ସମସ୍ତଙ୍କ ପାଇଁ ଆଜି ଖୁସିର ଦିନ । ବିଳମ୍ବରେ ହେଲେବି ଗଣତାନ୍ତ୍ରିକ ଓ ନ୍ୟାୟିକ ବ୍ୟବସ୍ଥାକୁ ସାଧୁବାଦ । ଦୀର୍ଘ 7 ବର୍ଷ ପରେ ନିର୍ଭୟା ପରିବାରକୁ ମିଳିଥିବା ନ୍ୟାୟ ପାଇଁ ଶୁଭେଚ୍ଛା । ଏହି ଘଟଣା ମହିଳାଙ୍କ ସୁରକ୍ଷା ଓ ସ୍ବାଧୀନତା ଲାଗି ବାଟ ଖୋଲି ଦେଲା । ଆଇନ ତର୍ଜମା ହେଲେ ଗଳା ବାଟ ସାମ୍ନାକୁ ଆସେ । ତେବେ ଯାଇ ସଂଶୋଧନର ବାଟ ଫିଟେ । ଆଇନର ଗଳା ବାଟ ବନ୍ଦ ପାଇଁ ଆଗାମୀ ଦିନରେ ସାରା ଦେଶରେ ସମ୍ବିଧାନରେ ନିୟମ ପରିବର୍ତ୍ତନ ପାଇଁ ଦାବି ରହିବ । ଏହା ସହିତ ବିଚାରଧୀନ ଥିବା ମହିଳାଙ୍କ ବିରୋଧରେ ବିଭିନ୍ନ ନିର୍ଯ୍ୟାତନା ଘଟଣାର ତ୍ବରିତ ବିଚାର ହେବା ଦରକାର ।

'ମୁଁ ଜଣେ ଓକିଲ, ମହିଳାଙ୍କ ନିର୍ଯ୍ୟାତନା ଘଟଣା ଆସିଲେ ଆଉ ପୀଡିତାଙ୍କ ପାଖରେ ଯଦି ଓକିଲ ନଥାଏ ତେବେ ମୁଁ ମାଗଣାରେ ଲଢ଼ିବି' । ଶୁକ୍ରବାର ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରୟା ରଖିଛନ୍ତି ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.