ETV Bharat / city

ଆଜିଠୁ ଆରମ୍ଭ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

କୋରୋନା କାଳରୁ ସ୍କୁଲରେ ବନ୍ଦ ରହିଥିଲା ପାଠପଢା। ପ୍ରଥମେ ଦଶମ ପିଲାଙ୍କ ପାଇଁ ସ୍କୁଲ ଖୋଲିଥିବା ବେଳେ ଆଜିଠୁ ନବମ ଓ ଏକାଦଶ ପିଲାଙ୍କ ପାଇଁ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

ଆଜିଠୁ ଆରମ୍ଭ ନବମ ଓ ଏକାଦଶ ପାଠପଢ଼ା
ଆଜିଠୁ ଆରମ୍ଭ ନବମ ଓ ଏକାଦଶ ପାଠପଢ଼ା
author img

By

Published : Feb 8, 2021, 10:33 AM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ନବମ ଓ ଏକାଦଶ ଶ୍ରେଣୀ ପାଠପଢା। କୋରୋନା ସମୟରୁ ସ୍କୁଲରେ ପାଠପଢା ବନ୍ଦ ରହିଥିଲା। ସ୍ଥିତିରେ ସୁଧାର ଆସିବାରୁ ଆଜିଠୁ ସ୍କୁଲରେ ନବମ ଓ ଏକାଦଶ ପିଲାଙ୍କ ପାଠପଢା ନେଇ ନିଷ୍ପତ୍ତି ନିଆଯାଇଛି ।

ଆଜିଠୁ ଆରମ୍ଭ ନବମ ଓ ଏକାଦଶ ପାଠପଢ଼ା

କୋଭିଡ ନିୟମ ଅନୁଯାୟୀ ସକାଳ 8 ଘଟିକାରୁ ଆରମ୍ଭ ହୋଇଛି ପାଠପଢା। କେବଳ ଦୁଇଘଣ୍ଟା ପାଠପଢା ଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟରେ ସମସ୍ତ ସ୍କୁଲ ପ୍ରସ୍ତୁତ । ସ୍କୁଲ କ୍ୟାମ୍ପସକୁ ସାନିଟାଇଜ କରାଯିବ ସହ ଛାତ୍ରଛାତ୍ରୀଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। କେରୋନା ମହାମାରୀ ପାଇଁ ପ୍ରାୟ 10ମାସରୁ ଅଧିକ ଦିନ ହେବ ସ୍କୁଲରେ ପାଠପଢା ବନ୍ଦ ରହିଥିଲା। ପ୍ରଥମେ ଗତ ଜାନୁଆରୀ 8ରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କଲ ଖୋଲିଥିଲା। ଏହା ପରେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲରେ ପାଠପଢା ଅରମ୍ଭ ହୋଇଛି।

କେବେଳ ରବିବାରକୁ ଛାଡି ପ୍ରତ୍ୟେକ ଦିନ ପାଠପଢା ଯିବ। ଆଜିଠୁ ପାଠପଢା ଆରମ୍ଭ ହୋଇ ଏପ୍ରିଲ 30ରେ ଶେଷ ହେବ। ମାର୍ଚ୍ଚମାସ ଶେଷ ସୁଦ୍ଧା ସବୁ ବିଷୟର ୟୁନିଟକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ ଶେଷ ସୁଦ୍ଧା ବାର୍ଷିକ ପରୀକ୍ଷା କରାଯିବା ନେଇ ସୂଚନା ମିଳିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.