ETV Bharat / city

ବକେୟା ଦରମା ଦାବିରେ ନିଳାଚଳ ଇସ୍ପାତ କର୍ମଚାରୀଙ୍କ ଧାରଣା - Nilachala steel factory worker strike in lower PMG

ଜାତୀୟ ସମ୍ପତ୍ତିର ଘରୋଇକରଣ ପ୍ରତିବାଦରେ ନିଳାଚଳ ଇସ୍ପାତ କର୍ମଚାରୀଙ୍କ ଧାରଣା । ବନ୍ଦ ପଡିଥିବା କଳିଙ୍ଗନଗର ନିଳାଚଳ ଇସ୍ପାତ କାରଖାନାକୁ ପୁନଃ ଚାଲୁ କରିବା ଓ କର୍ମଚାରୀଙ୍କ ବକେୟା ଦରମା ଦେବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ବକେୟା ଦରମା ଦାବିରେ ନୀଳାଚଳ ଇସ୍ପାତ କର୍ମଚାରୀଙ୍କ ଧାରଣା

author img

By

Published : Mar 17, 2021, 7:39 AM IST

ଭୁବନେଶ୍ବର: ଜାତୀୟ ସମ୍ପତ୍ତିର ଘରୋଇକରଣ ପ୍ରତିବାଦରେ ନୀଳାଚଳ ଇସ୍ପାତ କର୍ମଚାରୀଙ୍କ ଧାରଣା । ବନ୍ଦ ପଡିଥିବା କଳିଙ୍ଗନଗର ନିଳାଚଳ ଇସ୍ପାତ କାରଖାନାକୁ ପୁନଃ ଚାଲୁ କରିବା ଓ କର୍ମଚାରୀଙ୍କ ବକେୟା ଦରମା ଦେବାକୁ ଦାବି କରିଛନ୍ତି । ନୀଳାଚଳ ଅଫିସର ଆସୋସିଏସନ ପକ୍ଷରୁ ଲୋର ପିଏମ ଠାରେ ଧାରଣାରେ ବସିବା ସହ ସରକାରୀ ବିରୋଧୀ ନାରାବାଜି ଦେଇଥିଲେ ଆନ୍ଦୋଳନରତ କର୍ମଚାରୀ।

ବକେୟା ଦରମା ଦାବିରେ ନୀଳାଚଳ ଇସ୍ପାତ କର୍ମଚାରୀଙ୍କ ଧାରଣା

ଗତ ବର୍ଷେ ହେବ କାରଖାନା ବନ୍ଦ ପଡିଛି । କର୍ମଚାରୀ ସେମାନଙ୍କ ବକେୟା ଦରମା ମିଳିନାହିଁ। ଫଳରେ ଜୀବନ-ଜୀବିକା ମଧ୍ୟରେ ଯୁଝି ହେଉଛନ୍ତି କର୍ମଚାରୀ । ଏପରିକି କମ୍ପାନୀ ଏମାନଙ୍କୁ ଥଇଥାନ ସହ ଦୀର୍ଘ ମିଆଦି ଚୁକ୍ତିରେ କାରଖାନା ଚଳାଇବାର ପ୍ରତିଶୃତି ଦେଇଥିଲା । କିନ୍ତୁ କୋଭିଡ ପରେ କମ୍ପାନୀ ଥଇଥାନ ବଦଳରେ ୟୁନିଟକୁ ବନ୍ଦ କରିଦେଇଛି ।ମୌଳିକ ସୁବିଧା ମଧ୍ୟ କର୍ମଚାରୀମାନେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।ଯାହାକୁ ନେଇ କର୍ମଚାରୀମାନେ ମଙ୍ଗଳବାର ଧାରଣା ଦେଇଥିଲେ । ରାଜ୍ୟ ସରକାର ଇସ୍ପାତ କାରଖାନାକୁ ଆଉ ଥରେ ଚଳାଇବା ସହ ବକେୟା ଦରମା ଦେବାରେ ସହାୟକ ହେବାକୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ୨୦୦୨ ରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୌଥ ସହଯୋଗରେ ପିଗ ଆଇରନ ଉତ୍ପାଦନ କରିଆସୁଥିଲା । ହେଲେ ଏହାର ପୁନଃ ଚାଲୁ ଦିଗରେ କେହି ବି ଧ୍ୟାନ ଦେଉନାହାଁନ୍ତି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରତିକ୍ରିୟା ରଖିଛନ୍ତି କର୍ମଚାରୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.