ଭୁବନେଶ୍ବର: ପହଞ୍ଚିଲେ ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଏସ ମୁରଲୀଧର । ରାଜ୍ୟ ଅତିଥି ନିବାସରେ ଦିଆଯିବ ଗାର୍ଡ ଅଫ ଅନର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ।
ଓଡିଶା ହାଇକୋର୍ଟରେ ମୁଖ୍ୟବିଚାରପତି ଭାବେ ଏସ ମୁରଲୀଧର ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦାୟିତ୍ବଗ୍ରହଣ କରିଥିଲେ । ଓଡିଶା ହାଇକୋର୍ଟରେ ଥିବା ବିଚାରପତି ମହମ୍ମଦ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ