ଭୁବନେଶ୍ବର: ଓଡ଼ିଶା ନ୍ୟାୟିକ ଏକାଡେମୀସ୍ଥିତ ୨୦୧୯ ବ୍ୟାଚ୍ର ନବନିଯୁକ୍ତ ୪୭ ଜଣ ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଉତ୍ସବକୁ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ନ୍ୟାୟିକ ଏକାଡେମୀର ମୁଖ୍ୟ ପୃଷ୍ଠପୋଷକ ଜଷ୍ଟିସ ଏସ୍. ମୁରଲୀଧର ଉଦ୍ଘାଟନ କରିଛନ୍ତି ।
ଏହା ସହିତ ୪୭ ଜଣ ନବନିଯୁକ୍ତ ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶମାନଙ୍କୁ ଶପଥ ପାଠ କରାଇଛନ୍ତି । ଏହାସହ ମୁଖ୍ୟ ବିଚାରପତି, ଓଡ଼ିଶା ନ୍ୟାୟିକ ଏକାଡେମୀ ସମିତିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ଦ୍ୱାରା ‘ପ୍ରଶିକ୍ଷଣ ପାଠ୍ୟ ପୁସ୍ତିକା’ ଉନ୍ମୋଚନ ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତି ତଥା ଓଡ଼ିଶା ନ୍ୟାୟିକ ଏକାଡେମୀ ତାଲିମ ସମିତିର ଅଧ୍ୟକ୍ଷ ଜଷ୍ଟିସ ସଂଜୟ କୁମାର ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ଭନ୍ଧରେ ଆଲୋଚନା ହୋଇଥିଲା । ।
ନବନିଯୁକ୍ତ ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ହାଇକୋର୍ଟର ବିଚାରପତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ବିଶ୍ୱଜିତ ମହାନ୍ତି, ବିଚାରପତି ବି. ଆର୍. ଷଡ଼ଙ୍ଗୀ, ବିଚାରପତି ଏସ୍.କେ. ସାହୁ, ବିଚାରପତି ବି.ପି. ରାଉତରାଏ, ବିଚାରପତି ସଂଜୀବ କୁମାର ପାଣିଗ୍ରାହୀ ଏବଂ ଅଧିକାରୀଗଣ ଏବଂ ଅନ୍ୟ ଅତିଥିଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ