ETV Bharat / city

ନୂଆ ମୋଟର ଯାନ ଆଇନ; ଟିକସ ବଢିଛି, ଦୁର୍ଘଟଣା ଓ ଜୋରିମାନା କମିଛି

author img

By

Published : Nov 21, 2019, 3:49 PM IST

ନୂଆ ମୋଟର ଆଇନ ଯୋଗୁଁ ରାଜ୍ୟରେ ଜୋରିମାନା ଓ ଦୁର୍ଘଟଣା ହାର କମିଥିବାବେଳେ ଟିକସ ବଢିଛି । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ।

ନୂଆ ମୋଟର ଯାନ ଆଇନ; ଟିକସ ବଢିଛି, ଦୁର୍ଘଟଣା ଓ ଜୋରିମାନା କମିଛି

ଭୁବନେଶ୍ବର: ଟିକସ ବଢିଛି, ହେଲେ ଜୋରିମାନା କମିଛି । ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ପରେ ଫାଇନ ଆଦାୟକୁ ଟିକସ ବଢ଼ିଛି ହେଲେ ଜୋରିମାନା କମିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ତେବେ ସେପ୍ଟେମ୍ବର ଓ ଅକ୍ଟୋବର ଦୁଇ ମାସରେ ୧୩ କୋଟି ୮୫ ଲକ୍ଷ ଜୋରିମାନା ଆଦାୟ ହୋଇଛି । ଗତବର୍ଷ ଏହି ଦୁଇ ମାସରେ ଆଦାୟ ହୋଇଥିଲା ୨୦ କୋଟି ୬ ଲକ୍ଷ । ସେହିପରି ଦୁଇ ମାସରେ ୨୪୪ କୋଟି ୬୪ ଲକ୍ଷ ଟିକସ ଆଦାୟ ହୋଇଥିଲା ବେଳେ ଗତ ବର୍ଷ ୨୦୨ କୋଟି ଆଦାୟ ହୋଇଥିଲା । ଏନେଇ ପରିବହନ ମନ୍ତ୍ରୀ କହିଛନ୍ତି, ଆମେ ଆଇନ କଡାକଡି କରିଥିଲୁ । କେବଳ ଭୁବନେଶ୍ବରରେ ଏହାକୁ ନେଇ ଧରାପଗଡ଼ ହୋଇଥିଲା । ଅନ୍ୟ କେଉଁଠି କଡାକଡି ପାଳନ ହୋଇନାହିଁ। । ସେଥିପାଇଁ ଟିକସ ସଂଗ୍ରହ କମିଛି ।

ସେହିପରି ନୂଆ ମୋଟର ଯାନ ଯୋଗୁଁ ଦୁର୍ଘଟଣା ହାର କମିଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଗତ2016 ରୁ 2019 ଭିତରେ କ୍ରମାଗତ ଭାବେ ବଢି ଚାଲିଛି ଦୁର୍ଘଟଣା । ଗତ2016 ରେ 10 ହଜାର 532 ଦୁର୍ଘଟଣା ଘଟିଥିବା ବେଳେ 4 ହଜାର 463 ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି 2017 ମସିହାରେ 10 ହଜାର 855 ଦୁର୍ଘଟଣା ଘଟିଥିବା ବେଳେ 4 ହଜାର 790 ଜଣଙ୍କ ମୃତ୍ୟୁ ଘଟିଛି । 2018 ମସିହାରେ 11 ହଜାର 262 ଟି ଦୁର୍ଘଟଣା ଘଟିଥିବା ବେଳେ 5 ହଜାର 315 ଜନଙ୍କ ମୃତ୍ୟୁ ଘଟିଛି । 2019ରେ ବର୍ତ୍ତମାନ ସୁଦ୍ଧା 8 ହଜାର 203 ଦୁର୍ଘଟଣା ଘଟିଥିବା ବେଳେ 4 ହଜାର 115 ଜଣଙ୍କ ମୃତ୍ୟୁ ଘଟିଛି । ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ତଥ୍ୟ ଦେଇଛନ୍ତି । ନୂଆ ଆଇନ ଦ୍ବାରା ସମ୍ଭବ ଏହା ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ।
2016 ରୁ 2019 ଭିତରେ କ୍ରମାଗତ ଭାବେ ବଢି ଚାଲିଛି ଦୁର୍ଘଟଣା। 2016 ରେ 10 ହଜାର 532 ଦୁର୍ଘଟଣା ଘଟିଥିବା ବେଳେ 4 ହଜାର 463 ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି 2017 ମସିହାରେ 10 ହଜାର 855 ଦୁର୍ଘଟଣା ଘଟିଥିବା ବେଳେ 4 ହଜାର 790 ଜଣଙ୍କ ମୃତ୍ୟୁ ଘଟିଛି । 2018 ମସିହାରେ 11 ହଜାର 262 ଟି ଦୁର୍ଘଟଣା ଘଟିଥିବା ବେଳେ 5 ହଜାର 315 ଜନଙ୍କ ମୃତ୍ୟୁ ଘଟିଛି । 2019ରେ ବର୍ତ୍ତମାନ ସୁଦ୍ଧା 8 ହଜାର 203 ଦୁର୍ଘଟଣା ଘଟିଥିବା ବେଳେ 4 ହଜାର 115 ଜଣଙ୍କ ମୃତ୍ୟୁ ଘଟିଛି। ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ତଥ୍ୟ ଦେଇଛନ୍ତି ।
ଦୁର୍ଘଟଣା ହାର କମିଛି। ନୂଆ ଆଇନ ଦ୍ୱାରା ସମ୍ଭବ ହୋଇଛି। ରାଜ୍ୟ ପାଇଁ ଏହା ଭଲା ଖବର। ବ୍ଲକ, ସବି ଡିଭିଜନ ସ୍ତରକୁ ଯାଇଛୁ। ସଚେତନ କରିଛୁ।
ମଦୁଆ ଙ୍କ ସଂଖ୍ୟା କମିଳେ ଦୁର୍ଘଟଣା କମିବ। ମଦ ପିଇ ଗାଡି ଚଳାଇଲେ ଦୁର୍ଘଟଣା ହେଉଛି। ଅର୍ଥଦଣ୍ଡ ହେଲେ ହିଁ କମିବ। ଭୁବନେଶ୍ୱରରେ ଗତବର୍ଷ ଅପେକ୍ଷା ଦୁର୍ଘଟଣା କମିଛି।
Body:ବାଇଟ ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.