ETV Bharat / city

ଓଡିଶା ପୋଲିସର ନୂଆ ସଫ୍ଟୱେୟାର, ସାଇବର ଭବନରୁ ଟ୍ରାକ ହେବ କ୍ରିମିନାଲ - cyber criminal

ଭୁବନେଶ୍ବରରେ ଖୋଲିଛି ସାଇବର ଭବନ । ଯେଉଁଠି ଅଛନ୍ତି ବଛା ବଛା ସାଇବର ଏକ୍ସପର୍ଟ ସହ ଅଭିଜ୍ଞ ଅଫିସର । ଅଶ୍ଳିଳ ଭିଡ଼ିଓ ଭାଇରାଲ କେସ ହେଉ ବା ଅନଲାଇନ ଠକେଇ । ସବୁ ପ୍ରକାର ସାଇବାର କ୍ରିମିନାଲଙ୍କୁ କରାଯିବ ଟ୍ରାକ । ଅଧିକ ଖବର ପଢନ୍ତୁ...

ଓଡିଶା ପୋଲିସର ନୂଆ ଫଣ୍ଡା,ସାଇବର ଭବନରୁ ହେବେ କ୍ରିମିନାଲ ଟ୍ରାକ

author img

By

Published : Nov 2, 2020, 11:52 AM IST

Updated : Nov 2, 2020, 1:44 PM IST

ଭୁବନେଶ୍ବର: ଏଣିକି ଧରାପଡିବେ ସାଇବର ଅପରାଧି,ସାଇବର ଭବନରୁ ତିଆରି ହେବ ବ୍ଲୁ ପ୍ରିଣ୍ଟ । କାରଣ ଭୁବନେଶ୍ବରରେ ଖୋଲିଛି ସାଇବର ଭବନ । ଯେଉଁଠି ଅଛନ୍ତି ବଛା ବଛା ସାଇବର ଏକ୍ସପର୍ଟ ସହ ଅଭିଜ୍ଞ ଅଫିସର । ଅଶ୍ଳିଳ ଭିଡ଼ିଓ ଭାଇରାଲ କେସ ହେଉ ବା ଅନଲାଇନ ଠକେଇ । ୱେବସାଇଟ ହ୍ୟାକ ଠୁ ଆରମ୍ଭ କରି ଅନଲାଇନ କ୍ରାଇମ । ଏସବୁ ଦିଗରେ ଆସିବ ବଡ଼ ଧରଣର ପରିବର୍ତ୍ତନ ।

କାରଣ ସାଇବର ମୁକାବିଲା ଦିଗରେ ଓଡ଼ିଶା ପୋଲିସର କ୍ରାଇମ ବ୍ରାଞ୍ଚ ଅଧିନରେ ଭୁବନେଶ୍ବରରେ ଖୋଲିଛି ସାଇବର ଭବନ । ଯେଉଁଠି ସାଇବର ଅପରାଧିଙ୍କୁ ଟ୍ରାକ କରିବାକୁ ରହିଛି ଉନ୍ନତ ଜ୍ଞାନ କୌଶଳରେ ନିର୍ମିତ ସଫ୍ଟୱାୟାର ଓ ଆଣ୍ଟିଭାଇରସ ସହ ଅନଲାଇନ ଡିଟେକ୍ଟର ନାସନାଲ । ପୋଲିସ ଏକାଡେମୀର ସହାୟତାରେ ଏନଡିସି,ଆରଟିସି ଏନେଇ ତାଲିମ ଦେଉଛନ୍ତି ।

ଓଡିଶା ପୋଲିସର ନୂଆ ସାଇବର ସଫ୍ଟୱେୟାର, ସାଇବର ଭବନରୁ ହେବ ସାଇବର କ୍ରିମିନାଲ ଟ୍ରାକ

୮ ଟି ଟ୍ରଜନିରେ ୨୦୦ ଏସଆଇରୁ ଇନ୍ସେପେକ୍ଟର ସ୍ତରରେ ତାଲିମ ଦେବା ପାଇଁ ଯୋଜନା ରହିଛି । ଯେତିକି କ୍ରାଇମ ହେଉଛି ତା ତୁଳନାରେ ପୋଲିସର କାପାସିଟିି କମ ରହିଥିବା ପୋଲିସ ଡିଜି କହିଛନ୍ତି । ତେଣୁ ଓଡ଼ିଶାରେ ହେଉଥିବା ସାଇବର ଟ୍ରେଣ୍ଡକୁ ନଜରରେ ରଖି ଏକ ଲିଷ୍ଟ ପ୍ରସ୍ତୁତ କରାଯାଇ ନ୍ୟାସନାଲ ପୋଲିସ ଏକାଡେମୀର ସହାୟତାରେ ତାଲିମ ଦିଆଯାଉଛି ।

ସାଇବର କ୍ରାଇମର ଅପରାଧୀ ରାଜ୍ୟ ବାହାରୁ କ୍ରାଇମ ଅପରେଟ କରୁଛନ୍ତି ତେଣୁ ସେମାନଙ୍କୁ ଠାବ କରିବା ଓ କାର୍ଯାନୁଷ୍ଠାନ ପାଇଁ ସମସ୍ତ ରାଜ୍ୟର ପୋଲିସ ଡିଜି କିଛିଦିନ ପୂର୍ବେ କରିଥିବା ଏକ ଡିଜିଟାଲ କନଫରେନସରେ ସ୍ବତନ୍ତ୍ର ନିଷ୍ପତି ନେଇଛନ୍ତି ।

ଓଡିଶା ପୋଲିସର ନୂଆ ଫଣ୍ଡା,ସାଇବର ଭବନରୁ ହେବେ କ୍ରିମିନାଲ ଟ୍ରାକ
ଓଡିଶା ପୋଲିସର ନୂଆ ଫଣ୍ଡା,ସାଇବର ଭବନରୁ ହେବେ କ୍ରିମିନାଲ ଟ୍ରାକ

ଯେପରି ସେହି ସବୁ ରାଜ୍ୟର ଏସଟିଏଫ ସହାୟତାରେ ଏକ ନୋଡାଲ ଅଫିସର ଜରିଆରେ ଯୋଗାଯୋଗ କରି ରାଜ୍ୟ ବାହାରର ଅପରାଧିକୁ ଠାବ କରିବାରେ ସଫଳ ହୋଇପାରିବ । ଏହା ସହିତ ସମସ୍ତ ପୋଲିସ ଷ୍ଟେସନରେ ସାଇବର କ୍ରାଇମ ଅଭିଯୋଗ ରଖାଯାଇ ତାର ସଠିକ ତଦନ୍ତ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ପୋଲିସ ଡିଜି କହିଛନ୍ତି ।

ତେବେ ଏନସିଆରବି ରିପୋର୍ଟ ଅନୁସାରେ ୨୦୧୯ରେ ୭୬ ପ୍ରତିଶତ ସାଇବର କ୍ରାଇମ ରାଜ୍ୟରେ ବଢିଛି । ୧୪୭୫ ଟି କେସ ୨0୧୯ ରେ ହୋଇଥିବା ବେଳେ ୨୦୨୦ ଏଯାବତ ୧୨୦୦ରୁ ଅଧିକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 2, 2020, 1:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.