ଭୁବନେଶ୍ବର: ରାଜ୍ୟରେ ଆଉ ଗଡିବ ନାହିଁ ପୁରୁଣା ଗାଡି । ଖୁବଶୀଘ୍ର ପୁରୁଣା ଗାଡି (15 ବର୍ଷରୁ ଉର୍ଦ୍ଧ୍ବ) ହୋଇଥିବା ଗାଡି ଗୁଡିକ ଅପସାରଣ କରାଯାଇପାରେ । ଓଡିଶାରେ ୧୫ ବର୍ଷରୁ ଅଧିକ ୨୨ ଲକ୍ଷ ୯ ହଜାର ୫୭୩ଟି ମୋଟର ଗାଡି ଅଛି । ସେଥିମଧ୍ୟରୁ ୧୧ ଲକ୍ଷ ୪୩ ହଜାର ୨୬ଟି ଗାଡି ଚଲାଚଳ କରୁଛି ।
ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ସରକାରଙ୍କ ନୂଆ ମୋଟରଯାନ ଆଇନ ୨୦୧୯ ଅନୁଯାୟୀ ୧୫ ବର୍ଷରୁ ଉର୍ଦ୍ଧ୍ବ ମୋଟର ଗାଡିକୁ ନିଷେଧ କରାଯାଇଛି । ଯଦି ନୂଆ ନିୟମ କାର୍ଯ୍ୟକାରୀ ହୁଏ ଆପେ ଆପେ11 ଲକ୍ଷ ଗାଡି ଅପସରି ଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ