ETV Bharat / city

ଉତ୍ତର ଦେଇନପାରି ବିଧାନସଭାରେ ହଟହଟା ହେଲେ ମନ୍ତ୍ରୀ - legislative house

ଜୋରସୋରରେ ଚାଲିଛି ଷୋଡଶ ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ଗୃହର ସଦସ୍ୟଙ୍କ ପକ୍ଷରୁ ପଚରା ଯାଉଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବରୁ ପ୍ରସ୍ତୁତ ହୋଇ ଆସି ନଥିବାରୁ ଅନେକ ସମୟରେ ମନ୍ତ୍ରୀଙ୍କୁ ହଟାହଟା ହେବାକୁ ପଡୁଛି ।

ଫାଇଲ ଫଟୋ
author img

By

Published : Jul 20, 2019, 7:24 PM IST

Updated : Jul 20, 2019, 11:07 PM IST

ଭୁବନେଶ୍ୱର: ଜୋରସୋରରେ ଜାରି ରହିଛି ଚଳିତ ବିଧାନସଭାର ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମ । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଠାରୁ ଜବାବ ମାଗୁଛନ୍ତି ବିରୋଧି । ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟ ଚାଲିଥିବା ବେଳେ ଗୃହକୁ ପ୍ରସ୍ତୁତ ନ ହୋଇ ଆସି ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ । ଯେଉଁଥିପାଇଁ ସେମାନଙ୍କୁ ଅନେକ ସମୟରେ ହଟାହଟା ହେଉଥିବାର ଦେଖିବାକୁ ମିଳୁଛି ।

ଶନିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୟନ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କ୍ଷେତ୍ରରେ । ଆଜି କଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଦୁଇଟି ପ୍ରଶ୍ନର ଉତ୍ତର ଦେବା ସମୟରେ ହଟହଟା ହୋଇ ଯାଇଥିଲେ ମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ୱର

ଷୋଡଶ ବିଧାନସଭାକୁ ପଦ୍ମିନୀ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେବା ସହ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ମଧ୍ୟ ପାଇଛନ୍ତି । ତା ସାଙ୍ଗକୁ ପୁଣି ଆଜି ସେ ପ୍ରଥମ ଥର ପାଇଁ ଗୃହରେ ଉତ୍ତର ଦେଉଥିଲେ । ହେଲେ ପ୍ରସଙ୍ଗ ସମ୍ପର୍କରେ ସେ ସଠିକ ଭାବେ ବୁଝି ନଥିବାରୁ ଉତ୍ତର ଦେଇ ପାରିନଥିଲେ । ଫଳରେ ବାଚସ୍ପତି ଦୁଇଟି ଯାକ ପ୍ରଶ୍ନରେ ଅଧିକ ପ୍ରଶ୍ନକର୍ତ୍ତାଙ୍କୁ ସୁଯୋଗ ଦେଇନଥିଲେ । ଏପରିକି ବିଧାୟକଦ୍ବୟ ମଧ୍ୟ ମନ୍ତ୍ରୀଙ୍କୁ ଅଧିକ ହଟହଟା ନ କରି ନିଜଆଡୁ ପ୍ରଶ୍ନ କରିନଥିଲେ । ବିରୋଧୀ ଦଳର ବିଧାୟକ ଗୃହରେ ଯଦିଓ ନୂଆ ମନ୍ତ୍ରୀଙ୍କୁ ସହଯୋଗ କରିଥିଲେ, ଗୃହ ବାହାରେ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Jul 20, 2019, 11:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.