ETV Bharat / city

ପ୍ରାର୍ଥୀ ହେବେନି ନବଜ୍ୟୋତି ପଟ୍ଟନାୟକ, ନୂଆମୁହଁ ଦେବ କଂଗ୍ରେସ - ବାଲେଶ୍ବର ଉପନିର୍ବାଚନ ମୁଖ୍ୟ ଖବର

ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୂଡାନ୍ତ ହୋଇଯାଇଛି । ଉଭୟ ସିଟ୍ ପାଇଁ ପ୍ରାର୍ଥୀ ଏଆଇସିସି ପକ୍ଷରୁ ଘୋଷଣା ହେବ । ଯୁବ ଓ ଶିକ୍ଷିତ ଚେହେରାକୁ ଦଳ ପ୍ରାର୍ଥୀ କରିଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି । ଅଧିକ ପଢନ୍ତୁ...

ପ୍ରାର୍ଥୀ ହେବେନି ନବଜ୍ୟୋତି ପଟ୍ଟନାୟକ ,ନୂଆମୁହଁ ଦେବ କଂଗ୍ରେସ

author img

By

Published : Oct 9, 2020, 3:50 PM IST

ଭୁବନେଶ୍ବର: ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଲେଶ୍ବର ଓ ତିର୍ତ୍ତୋଲ ଦୁଇଟି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳରେ କିଏ ପ୍ରାର୍ଥୀ ହେବେ ଏକ ପ୍ରକାର ଚୂଡାନ୍ତ ହୋଇସାରିଛି । କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି ।

ପ୍ରାର୍ଥୀ ହେବେନି ନବଜ୍ୟୋତି ପଟ୍ଟନାୟକ ,ନୂଆମୁହଁ ଦେବ କଂଗ୍ରେସ

ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ପ୍ରାର୍ଥୀ ହେବେ ନାହିଁ ବୋଲି ଜଣାପଡିଛି । ସେହି କ୍ରମରେ କଂଗ୍ରେସର ଦୁଇଜଣ ପ୍ରାର୍ଥୀ ଫାଇନାଲ ହୋଇଥିବା ବିଧାୟକ ତାରାପ୍ରସାଦ ବାହୀନପତି କହିଛନ୍ତି । ସେ କହିଛନ୍ତି ଯେ ଅଫିସିଆଲ ଖୁବଶୀଘ୍ର ଘୋଷଣା ହେବ । ବାଲେଶ୍ବର ସିଟ୍ ପାଇଁ ଜଣେ ଫାଇନାଲ ହୋଇସାଇଛନ୍ତି ଏଆଇସିସି ପକ୍ଷରୁ ଘୋଷଣା ହେବ । ତିର୍ତ୍ତୋଲ ପାଇଁ ମଧ୍ୟ ଆଜି ପ୍ରାର୍ଥୀ ଫାଇନାଲ ହେଇଯିବ ବୋଲି କହିଛନ୍ତି ।

ଆସନ୍ତା ୧୦ ତାରିଖ ପରେ ପ୍ରାର୍ଥୀ ଘୋଷଣା ହେବ । ଯୁବ ଏବଂ ଡାଇନାମିକ ତଥା ଶିକ୍ଷିତଙ୍କୁ ଟିକେଟ ଦିଆଯିବ । କୌଣସି ପୁରୁଣା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଉନାହିଁ । ଏହା ସହ ଦଳର ତିନିଜଣ ବିଧାୟକ ଓ ସ୍ଥାନୀୟ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି । 12 ତାରଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ନଭେମ୍ବର 3 ତାରିଖରେ ଭୋଟ ଗ୍ରହଣ କରାଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.