ETV Bharat / city

‘ଜାତୀୟ ଶିକ୍ଷା ନୀତି ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ’ - କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗୁରୁ ଦିବସ ଅବସରରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ)ର ବିଭିନ୍ନ ପୁରସ୍କାର ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଅଧିକ ପଢନ୍ତୁ...

ଜାତୀୟ ଶିକ୍ଷା ନୀତି ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ: ଧର୍ମେନ୍ଦ୍ର ପ୍ରଧାନ

author img

By

Published : Sep 6, 2021, 8:38 AM IST

ଭୁବନେଶ୍ବର: ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଦେଶର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ୨୦୪୭ ଆଧାରରେ ଆଗାମୀ ୨୫ ବର୍ଷ ପାଇଁ ମାର୍ଗ ପ୍ରସ୍ତୁତ କରିବ ବୋଲି ଗୁରୁ ଦିବସ ଅବସରରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ)ର ବିଭିନ୍ନ ପୁରସ୍କାର ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ସେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିରେ ୧୭ ଜଣ ଅଧ୍ୟାପକଙ୍କୁ ଏଆଇସିଟିଇର ବିଶ୍ଵେଶ୍ଵରାୟା ଶ୍ରେଷ୍ଠ ଶିକ୍ଷକ ପୁରସ୍କାର, ମ୍ୟାନେଜମେଟ୍ ଶିକ୍ଷା ପାଇଁ ୩ ଜଣ ଅଧ୍ୟାପକଙ୍କୁ ଡ଼ଃ ପ୍ରୀତମ ସିଂହ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି । ଏହା ସହ ଶ୍ରୀ ପ୍ରଧାନ ବିଜେତାଙ୍କୁ ଛାତ୍ର ବିଶ୍ବକର୍ମା ପୁରସ୍କାର, ସ୍ଵଚ୍ଛ ଏବଂ ସ୍ମାର୍ଟ କ୍ୟାମ୍ପସ ପୁରସ୍କାର ୨୦୨୦ରେ ମଧ୍ୟ ସମ୍ମାନିତ କରିଛନ୍ତି । ସେ କହିଛନ୍ତି ଯେ ଏହି ପୁରସ୍କାର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମନୋବଳକୁ ଦୃଢ଼ କରିବା ସହ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରେରଣା ଦେବ ଏବଂ ଭାରତକୁ ଜ୍ଞାନର ମହାଶକ୍ତି ଭାବରେ ପରିଣତ କରିବ । କେନ୍ଦ୍ରମନ୍ତ୍ରୀ ଶିକ୍ଷା ଦ୍ଵାରା ସମସ୍ତଙ୍କୁ ଉତ୍ତରଦାୟୀ ଏବଂ ବୈଷିକ ନାଗରିକ ଭାବେ ପରିଣତ କରିବା ଦିଗରେ ଗୁରୁତ୍ଵାରୋପ କରିଥିଲେ । ଭାରତକୁ ଜ୍ଞାନର ପେଣ୍ଠସ୍ଥଳୀ ଭାବରେ ପରିଣତ କରିବାକୁ ହେଲେ ଆମ ପୂର୍ବପୁରୁଷଙ୍କ ଅତ୍ୟାଧୁନିକ କୁଶଳ ଏବଂ ନବସୃଜନ କୁଶଳକୁ ପୁଣି ଥରେ ହାସଲ କରିବାକୁ ହେବ ବୋଲି ସେ କହିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଅଧ୍ୟାପକଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ନିର୍ମାଣ ହୋଇଥିବା ସ୍ଵତନ୍ତ୍ର ଡ୍ରୋନ, ପ୍ଲାଷ୍ଟିକର ବାୟୋ-ଡ଼ିସପୋଜାଲ, ପିପିଇ କିଟ ପାଇଁ ପୋର୍ଟେବଲ ଏୟାର କଣ୍ଡିସନିଂ", ମେଡ଼ିକାଲ ପାଇଁ ରୋବୋଟିକ, ସ୍ମାର୍ଟ ମାକ୍ସକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଦୂରଦୃଷ୍ଟିରେ ସେମାନେ ଉଦ୍ୟମ କରୁଥିବା ଏବଂ ଏହି ନୂଆ ଆଇଡ଼ିଆ ଏବଂ ଇନୋଭେସନ, ଜୀବନ ରକ୍ଷାକାରୀ ଷ୍ଟାର୍ଟ ଅପରେ ବଦଳାଇବ, ଯାହା ଜୀବନକୁ ସୁଗମ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.