ETV Bharat / city

ହାଇକୋର୍ଟ ଓକିଲଙ୍କ ପାଇଁ ଜାରି ହେଲା ନୂଆ ଡ୍ରେସ କୋଡ - Orissa HC news

ମହାମାରୀକୁ ଦୃଷ୍ଟିରେ ରଖି ଅନଲାଇନରେ ହେଉଛି କୋର୍ଟ କାର୍ଯ୍ୟ । ତେବେ ଏତିକି ବେଳେ ଓଡିଶା ହାଇକୋର୍ଟ ଆଡଭୋକେଟଙ୍କ ପାଇଁ ଜାରି ହୋଇଛି ନୂଆ ଡ୍ରେସ କୋଡ । ଭର୍ଚୁଆଲ କୋର୍ଟରେ ଉପସ୍ଥିତ ହେବା ସମୟରେ ଆଇନଜୀବୀ ମାନେ ପିନ୍ଧିବେ ଧଳା ସାର୍ଟ/ ଧଳା ଶାଢୀ/ ଧଳା ସଲୱାର କମିଜ ଆଉ ବେକରେ ଧଳା ରଙ୍ଗର ବ୍ୟାଣ୍ଡ ।

ହାଇକୋର୍ଟ ଓକିଲମାନଙ୍କ ପାଇଁ ଜାରି ହେଲା ନୂଆ ଡ୍ରେସ କୋଡ

author img

By

Published : May 15, 2020, 12:09 PM IST

ଭୁବନେଶ୍ବର: ମହାମାରୀ ମଧ୍ୟରେ ଓଡିଶା ହାଇକୋର୍ଟ ଆଇନଜୀବୀଙ୍କ ପାଇଁ ନୂଆ ଡ୍ରେସ କୋଡ ଜାରି କରିଛି । ସରକୁଲାରରେ ଏହା ଉଲ୍ଲେଖ ରହିଛି ଯେ, ଆଇନଜୀବୀ ମାନେ ଧଳାଶାଢୀ/ ଧଳା ସଲୱାର କମିଜ/ ଧଳା ସାର୍ଟ ପିନ୍ଧିବେ ।

ବର୍ତ୍ତମାନର ପରିସ୍ଥିତିକୁ ଦେଖି ଓଡିଶା ହାଇକୋର୍ଟରେ ଭର୍ଚୁଆଲ କୋର୍ଟ ସିଷ୍ଟମ ମାଧ୍ୟରେ ଆଇନଜୀବୀମାନେ ହାଜର ହେଉଛନ୍ତି । ତେବେ ସତର୍କତା ମୂଳକ ପଦକ୍ଷେପ ଭାବରେ କଳା କୋର୍ଟ କିମ୍ବା ଗାଉନ ପିନ୍ଧିବା ବଦଳରେ ଧଳା ରଙ୍ଗର ସାର୍ଟ/ ଧଳା ସାଲୱାର-କାମିଜ / ଧଳା ସାଢୀ ପିନ୍ଧିବା ସହ ଧଳା ନେକ ବ୍ୟାଣ୍ଡ ପିନ୍ଧିବାକୁ କୁହାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିୟମ ପାଳିବାକୁ ନିର୍ଦେଶ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.