ETV Bharat / city

ଆସିଲା ନୂଆ କୋଭିଡ ଗାଇଡଲାଇନ, ବିବାହ ପ୍ରୋସେସନ ଓ ଅନ୍ତିମ ସଂସ୍କାରକୁ ମିଳିଲା ଅନୁମତି

author img

By

Published : Jan 12, 2021, 5:14 PM IST

ବିବାହ କାର୍ଯ୍ୟ ଓ ଅନ୍ତିମ ସଂସ୍କାର ସମାପନ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଜାରି କରିଛନ୍ତି । ଅଧିକ ପଢନ୍ତୁ...

marriage procession allow
ନୂଆ କୋଭିଡ କଟକଣା ଗାଇଡଲାଇନ୍ ଜାରି,ବିବାହ ପ୍ରୋସେସନକୁ ଅନୁମତି

ଭୁବନେଶ୍ବର: ଆସିଲା ନୂଆ କୋଭିଡ କଟକଣା ଗାଇଡଲାଇନ୍ । ବିବାହ କାର୍ଯ୍ୟ ଓ ଅନ୍ତିମ ସଂସ୍କାର ସମାପନ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଜାରି କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସପି, ମ୍ୟୁନିସପାଲଟି କମିସନର ଓ କମିସନରେଟ ପୋଲିସକୁ ନିର୍ଦ୍ଦେଶ ଜାରୀ କରିଛନ୍ତି ।

କୋରୋନା ଯୋଗୁଁ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି ସରକାର । ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର କଟକଣା ଜାରି କରିଛନ୍ତି । ବିଭିନ୍ନ ସମୟରେ କୋରୋନା କଟକଣାକୁ ସରକାର କୋହଳ କରିଛନ୍ତି । ସେହିପରି ଲୋକଙ୍କ ବିଭିନ୍ନ ବିବାହ କାର୍ଯ୍ୟ ଓ ଅନ୍ତିମ ସତ୍କାର ନେଇ ପୁନଃ କଟକଣା ଜାରି କରିଛନ୍ତି । ବିବାହ କାର୍ଯ୍ୟରେ 200 ଲୋକ ଏକତ୍ରିତ ହୋଇପାରିବେ ଏବଂ ଅନ୍ତିମ ସତ୍କାରରେ 100 ଜଣ ଲୋକ ଏକତ୍ରିତ ହେବା ନେଇ ସରକାର ଅନୁମତି ପ୍ରଦାନ କରିଛନ୍ତି ।

ଏହା ସହ ବିବାହ କାର୍ଯ୍ୟରେ ବିବାହ ପ୍ରୋସେସନ ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ବିବାହ କାର୍ଯ୍ୟକ୍ରମରେ ବର କନ୍ୟା,ବରଯାତ୍ରୀ ଓ ପୁରୋହିତ ,ଉଭୟ ପକ୍ଷ ପାଖାପାଖି ୨୦୦ ଜଣ ରହିପାରିବେ। କୋଭିଡ ଗାଇଡ଼ଲାଇନ ମାନି ବିବାହ ଉତ୍ସବ କରାଯାଇପାରିବ। ମାସ୍କ,ସାନିଟାଇଜର,ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ। ବିବାହ ଓ ଅନ୍ତେଷ୍ଟିକ୍ରିୟାରେ ସର୍ବାଧିକ 200 ଜଣ ଯୋଗଦେଇପାରିବେ। ବିବାହ ପ୍ରୋସେସନରେ ସମସ୍ତ ପ୍ରକାରର କୋରୋନା ଗାଇଡଲାଇନ ପାଳନ କରିବା ପାଇଁ କଡାକଡି କଟକଣା ଜାରି କରିଛନ୍ତି । ପୂର୍ବରୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଉତ୍ସବ ବିବାହ ,ଅନ୍ତେଷ୍ଟିକ୍ରିୟା ଉପରେ ରୋକ ଲଗେଇଥିଲେ ରାଜ୍ୟ ସରକାର।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.