ETV Bharat / city

କଂଗ୍ରେସ ସଂଗଠିତ ହେବା ନେଇ ଆୟୋଜନ ହେବ ସଂକଳ୍ପ ଶିବିର - ଶରତ ପଟ୍ଟନାୟକଙ୍କ ପ୍ରେସମିଟ

ଓଡିଶା ପ୍ରଦେଶ କଂଗ୍ରେସ ଅଧିକ ସଂଗଠିତ ହେବ। ଯୁବକ ମାନଙ୍କୁ ଅଧିକ ଗୁରୁତ୍ବ ଦିଆଯିବ। ଛାତ୍ର,ମହିଳା ଏବଂ କଂଗ୍ରେସର ସମସ୍ତ ଛାମୁଆ ସଂଗଠନ ଗୁଡିକୁ ଅଧିକ ସକ୍ରିୟ କରାଯାଇ 2024 ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ସୋମବାର ଏନେଇ ସୂଚନା ଦେଇଛନ୍ତି ନବ ନିଯୁକ୍ତ ପିସିସି ସଭାପତି । ଅଧିକ ପଢନ୍ତୁ

କଂଗ୍ରେସକୁ ସଂଗଠିତ ପାଇଁ  ଆୟୋଜନ ହେବ ନବ ସଂକଳ୍ପ ଶିବିର

author img

By

Published : May 30, 2022, 9:36 PM IST

ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସ ଅଧିକ ସଂଗଠିତ ହେବ । ଯୁବକ ମାନଙ୍କୁ ଅଧିକ ଗୁରୁତ୍ବ ଦିଆଯିବ । ଛାତ୍ର,ମହିଳା ଏବଂ କଂଗ୍ରେସର ସମସ୍ତ ଛାମୁଆ ସଂଗଠନ ଗୁଡିକୁ ଅଧିକ ସକ୍ରିୟ କରାଯାଇ 2024 ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ସୋମବାର ଏନେଇ ସୂଚନା ଦେଇଛନ୍ତି ନବ ନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ।

କଂଗ୍ରେସକୁ ସଂଗଠିତ ପାଇଁ ଆୟୋଜନ ହେବ ନବ ସଂକଳ୍ପ ଶିବିର

ସେହିପରି ଦଳ ଛାଡି ଥିବା ପୁରୁଖା ନେତାଙ୍କୁ ମଧ୍ୟ ଶରତ ପଟ୍ଟନାୟକ ଦଳକୁ ଫେରିଆସିବାକୁ ଆହ୍ବାନ ଦେଇଛନ୍ତି । ସେମାନଙ୍କୁ ଦଳରେ ସସମ୍ମାନେ ଗ୍ରହଣ କରାଯିବ ବୋଲି ଶରତ କହିଛନ୍ତି। ତେବେ ଆସନ୍ତା ଜୁନ 1,2 ତାରିଖରୁ ଭୁବନେଶ୍ବରରେ ଦୁଇ ଦିନିଆ ଚିନ୍ତନ ଶିବିର ଅନୁଷ୍ଠିତ ହେବ ବୋଲି ଶରତ ସୂଚନା ଦେଇଛନ୍ତି। 2024 ସାଧାରଣ ନିର୍ବାଚନରେ କିଭଳି ବିଜେଡି ସରକାରକୁ ଚେକ୍ ଦେଇ କଂଗ୍ରେସ ଶାସନ କ୍ଷମତା କୁ ଆସିବ ସେ ନେଇ ବିଶେଷ ଆଲୋଚନା ହେବ।

ଆସନ୍ତା ଜୁନ 1 ,2 ତାରିଖରେ ବସିବ ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର ହେବ । ଅନୁଷ୍ଠିତ ହେବାକୁ ଥିବା ଜୁନ 1 ରୁ ରାଜ୍ୟ କଂଗ୍ରେସର ନବ ସଂକଳ୍ପ ଶିବିରରେ ବ୍ଲକ ସଭାପତି, ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ପିସିସି ସଭାପତି ,ବରିଷ୍ଠ ନେତା ବୈଠକରେ ଯୋଗ ଦେବେ। ପ୍ରଥମ ଦିନ ଜିଲ୍ଲା ସଭାପତି ଯୋଗଦେବେ, ଦ୍ବିତୀୟ ଦିନ ବ୍ଲକ ସଭାପତି ମାନେ ଯୋଗ ଦେବେ। କଂଗ୍ରେସକୁ ତୃଣମୁଳ ସ୍ତରରୁ କିଭଳି ଭାବେ ସଶକ୍ତ କରାଯିବ ସେ ନେଇ ଆଲୋଚନା ହେବ। ଏହି ଚିନ୍ତନ ଶିବିରରେ ପ୍ରଭାରୀ ଡ ଚେଲ୍ଲା କୁମାର , ସହ ପ୍ରଭାରୀ ରୁଦ୍ର ରାଜୁ ଯୋଗଦେବେ।

ଶରତ ପଟ୍ଟନାୟକ ଆହୁରି କହିଛନ୍ତି କଂଗ୍ରେସରୁ ଦୁରେଇ ଯାଇଥିବା ନେତା ମାନେ ଦଳକୁ ଫେରନ୍ତୁ । କଂଗ୍ରେସକୁ ପୁନଃ ସଙ୍ଗଠିତ କରିବା ପାଇଁ ସମସ୍ତଙ୍କୁ ନେଇ ଚାଲିବି ବୋଲି ଶରତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.