ETV Bharat / city

ମନୀଷ ମୃତ୍ୟୁ ରହସ୍ୟ, ସାମ୍ନାକୁ ଆସିଲା ପୋଲିସ ଲିଙ୍କ୍ - ମନୀଷ ଦାସ ମୃତ୍ୟୁ ମାମଲା

ମନୀଷ ମୃତ୍ୟୁର ଖୋଲୁଛି ରହସ୍ୟ । ସାମ୍ନାକୁ ଆସୁଛି ନୂଆ ନୂଆ ଚରିତ୍ର । ଏଥର ଖୋଲିଛି ବାର ଭିତର ରହସ୍ୟ । କାହିଁକି ବାରକୁ ଆସିଥିଲେ ମନୀଷ ଓ ସାଙ୍ଗ । ସେପଟେ ବର୍ତ୍ତମାନ ସାମ୍ନାକୁ ଆସିଛି ପୋଲିସ ଲିଙ୍କ୍ । ଅଧିକ ପଢନ୍ତୁ...

new character entry in Manish dash death mystry
ମନୀଷ ଅନୁରାଗ ମୃତ୍ୟୁ ରହସ୍ୟ,ସାମ୍ନାକୁ ଆସିଲା ପୋଲିସ ଲିଙ୍କ୍
author img

By

Published : Oct 15, 2021, 9:37 PM IST

ଭୁବନେଶ୍ବର: ବାରରୁ ଆରମ୍ଭ ପୋଖରୀରେ ଶେଷ । ମନୀଷ ମୃତ୍ୟୁର ଖୋଲୁଛି ରହସ୍ୟ। ସାମ୍ନାକୁ ଆସୁଛି ନୂଆ ନୂଆ ଚରିତ୍ର। ଏଥର ଖୋଲିଛି ବାର ଭିତର ରହସ୍ୟ। କାହିଁକି ବାରକୁ ଆସିଥିଲେ ମନୀଷ ଓ ସାଙ୍ଗ। ବିଳମ୍ବିତ ରାତ୍ରିପର୍ଯନ୍ତ ଏମିତି କଣ ଚାଲୁଥିଲା ବାରରେ ସେଥିପାଇଁ ରାତି ୧୨ ଟା ରେ ଏଣ୍ଟ୍ରି ମାରିଥିଲେ ମନୀଷ।

ମନୀଷ ଅନୁରାଗ ମୃତ୍ୟୁ ରହସ୍ୟ,ସାମ୍ନାକୁ ଆସିଲା ପୋଲିସ ଲିଙ୍କ୍

ପୋଲିସ ଜାଣିବାକୁ ପାଇଛି ସାଉଥସିଟିରେ ଚାଲୁଥିଲା କିଛି ବେଆଇନ କାର୍ଯ୍ୟ। ଡ୍ୟାନସ ବାର ନିଶାରେ ଚୁର ହୋଇ ମଉଜ କରୁଥିଲେ ଯୁବପୀଢି। ବିଳମ୍ବିତ ରାତ୍ରି ପର୍ଯନ୍ତ ଚାଲୁଥିଲା ରେଭ ପାର୍ଟି। ଡ୍ରଗସ ଠୁ ଆରମ୍ଭ କରି ବାର ଗାର୍ଲ ସହ ହେଉଥିଲା ରାତି ରଙ୍ଗୀନ। ବେଆଇନ‌ଭାବେ ସବୁ ଚାଲିଥିଲା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ। ଏଥିପାଇଁ ପୋଲିସ ଦେଉଥିଲା ବାରକୁ ସିକ୍ୟୁରିଟି। ଅର୍ଥାତ ପୋଲିସର ଜାଣତରେ ନିୟମ କାନନୁ ଭାଙ୍ଗି ସଵୁ କିଛି ଚାଲିଥିଲା। ତାହା ପୁଣି ବୁଝାବୁଝି କରୁଥିଲେ ଜଣେ ପୋଲିସ କନଷ୍ଟେବଳ। ଯିଏ ଅଛନ୍ତି ହାବିଲଦାର ଓ କନଷ୍ଟେବଳ ମହାସଙ୍ଘର ସଭାପତି ପ୍ରସନ୍ନ ବେହେରା ବୋଲି ଅଭିଯୋଗ ଆଣିଛନ୍ତି ବାରର ପ୍ରକୃତ ମାଲିକ । ସେ କହିଛନ୍ତି ସେହି କନଷ୍ଟେବଳ ନିଜ ଭାଇଙ୍କ ନାଁରେ ବାରର ଲାଇସେନ୍ସ ନେଇ ନିଜେ ସବୁକିଛି ବୁଝାବୁଝି କରୁଥିଲେ । ସବୁ ଆଇନକୁ ଦଳି ମକଚି ବେଆଇନ କାମ ଚଲାଉଥିଲେ। ତା ସହିତ ପୋଲିସ ଭୟ ଦେଖାଇ ଗ୍ରାହାକଙ୍କ ଜବରଦସ୍ତି ଟଙ୍କା ଆଦାୟ କରୁଥିଲେ।

ସେ ଦିନ‌ ରାତିରେ ଠିକ ସେହିପରି ଘଟଣା ଘଟିଥିଲା। ଯାହାକୁ ନେଇ ମନୀଷ ଓ ତାଙ୍କ ସହ ବାରରେ ସମୟ ଅତିବାହିତ ପରେ ବିଲ ଅତ୍ୟଧିକ ହେବାରୁ ମନୀଷଙ୍କ ସହ ସାଙ୍ଗଙ୍କ ବିଲ ପୈଠକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏପରିକି ମନୀଷ ପ୍ରଥମ ଥର ଯାଇଥିବାରୁ ତାଙ୍କର ମୋବାଇଲ ରଖି ଟଙ୍କା ନ ଦେଲେ ମୋବାଇଲ ଦେବେନି ବୋଲି ବାର କର୍ମଚାରୀ ଧମକ ଦେଇଥିଲେ। ଯାହାକୁ ନେଇ ମନୀଷ ତାଙ୍କ ଘରକୁ ଫୋନ କରି ଦୁଇଟି ପର୍ଯ୍ୟାୟରେ ୫ ହଜାର ଓ ପରେ ୩ ହଜାର ଫୋନ ପେ ଜରିଆରେ ପେମେଣ୍ଟ କରିଥିଲେ। ସେହିଠାରୁ ଗଣ୍ଡଗୋଳ ପରବର୍ତ୍ତୀ ପର୍ଯ୍ୟାୟରେ ନିଶାରେ ଚୁର ଯୋଗୁଁ କଥା କଟାକଟି ହୋଇ ହଟାତ ଏପରି ଅଘଟଣ ଘଟିଥିବା ପୋଲିସକୁ ମିଳିଛି ସୁରାକ।

ଯାହାକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ପୋଖରୀରେ ମୃତଦେହକୁ ପକାଇ ସେଠାରୁ ଫେରାର ହୋଇଛନ୍ତି। ତେବେ ସେଠାରେ ପୋଖରୀ ଅଛି ବୋଲି ଜାଣିଲେ କେମିତି । ଜଣେ ବାର କର୍ମଚାରୀ ଏନେଇ କାହାକୁ ଫୋନ କରି କହିଥିବା ପୋଲିସ ସନ୍ଦେହ ଘେରରେ ରହିଛି । ଯାହାକୁ ନେଇ ସେଦିନ ସେଇ କଳା ରାତିର କଳା କାହାଣୀର ଶେଷ ନିଷ୍କର୍ସରେ ପହଞ୍ଚି ସାରିଛି ପୋଲିସ ! କେମିତି ମୃତ୍ୟୁ ହେଲା ? କିଏ କିଏ ଜାଣିଥିଲେ ଓ କିଏ ଚୁପ ରହିଥିଲେ ସେ ନେଇ ପୋଲିସ ଅଟକ ରଖିଥିବା ମନୀଷଙ୍କ ସାଙ୍ଗ ସମେତ କନ୍ଧମାଳର ଦୁଇ ଜଣଙ୍କ ସହ ବାରର ଜଣେ କର୍ମଚାରୀକୁ ଅଟକ ରଖି ପଚରାଉଚରା ଚଳାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.