ଭୁବନେଶ୍ବର: ରାଜ୍ୟରେ କୋରୋନା 29 ଜିଲ୍ଲାକୁ ବ୍ୟାପିଲାଣି। ଆଜି 15 ଟି ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ ସେଣ୍ଟରରେ 61 ଚିହ୍ନଟ ହୋଇଥିବା ବେଳେ 2 ଜଣ ସ୍ଥାନୀୟ ଲୋକ ମଧ୍ୟ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଗଂଜାମର 4 ଜଣ, ବାଲେଶ୍ୱରର 3 ଜଣ , ଖୋର୍ଦ୍ଧାରେ 12 ଜଣ, କଟକର 3 ଜଣ, ବଲାଙ୍ଗୀରର 6 ଜଣ, ନୟାଗଡର 7 ଜଣ, ଜଗତସିଂହପୁରର 11 ଜଣ, ସୁନ୍ଦରଗଡର 2 ଜଣ , ମୟୁରଭଞ୍ଜରେ ଜଣେ, ପୁରୀରେ 1, ଢେଙ୍କାନାଳର 9, ସମ୍ଭଳପୁରର 1, ଝାରସୁଗୁଡାର 1 ଓ ନବରଙ୍ଗପୁରର 1 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

