ETV Bharat / city

NEET-JEE ରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃପରୀକ୍ଷା ଦାବି

author img

By

Published : Sep 16, 2020, 4:21 PM IST

ଭୁବନେଶ୍ବରରରେ JEE ଓ NEET ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କୁ ପୁନଃପରୀକ୍ଷା କରିବା ପାଇଁ ଦାବି କଲା ଆମ ଜନତା ଅଧିକାର ସଂଗଠନ । କୋରୋନା ଓ ବନ୍ୟା ଯୋଗୁଁ ରାଜ୍ୟର ବହୁତ ଗରିବ ପିଲା ଏହି ସର୍ବଭାରତୀୟ ମେଡିକାଲ ପରୀକ୍ଷାର ବଞ୍ଚିତ ହୋଇଛନ୍ତି ବୋଲି ଦାବି କରିଛି ସଂଗଠନ । ଅଧିକ ପଢନ୍ତୁ...

NEET ଓ JEE ରୁ ବଞ୍ଚିତଙ୍କ ପାଇଁ ପୁନଃ ପରୀକ୍ଷା ଦାବି କଲା 'ଆମ ଜନତା ଅଧିକାର'

ଭୁବନେଶ୍ବର: JEE ଓ NEET ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କୁ ପୁନଃପରୀକ୍ଷା ଦାବି କଲା ଆମ ଜନତା ଅଧିକାର ସଂଗଠନ । ବୁଧବାର ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛି ସଂଗଠନ ।

ସଦ୍ୟ ସମାପ୍ତ JEE ଓ NEET ପରୀକ୍ଷାରେ ହଜାର ହଜାର ଗରିବ ମେଧାବୀ ପରୀକ୍ଷାର୍ଥୀ ବଞ୍ଚିତ ହେବାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି ସାମାଜିକ ସଂଗଠନ 'ଆମ ଜନତା ଅଧିକାର' । ଗତ ଅଗଷ୍ଟ ୨୭ତାରିଖରେ JEE ଓ NEET ଉପଲକ୍ଷେ ଧାରଣାରେ ବସିଥିବା ସଂଗଠନର କର୍ମକର୍ତ୍ତାମାନେ କୋଭିଡ ଓ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଓ ସୁବନ୍ଦୋବସ୍ତ କରି ପରୀକ୍ଷାକୁ ପୁନଃ ତାରିଖ ନିର୍ଧାରଣ କରିବାକୁ ଦାବି କରି ଧାରଣା ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏକପାଖିଆ ନୀତି ଓ ରାଜ୍ୟ ସରକାରଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ଏହାର ସୁଯୋଗ ଉପଯୋଗ କରିପାରିନଥିଲେ ରାଜ୍ୟର ଅନେକ ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତ ଥିବା ସମୟରେ ଏହି ନିଷ୍ପତ୍ତି ଅନେକ ନିରୀହ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି । କୋଭିଡ ସମୟରେ କେବଳ ରାଜ୍ୟର ପ୍ରମୁଖ ସାତଗୋଟି ସହରରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନେଇ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । JEE ପରୀକ୍ଷା ଲାଗି 38236 ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ଅନ୍ୟୂନ 11 ହଜାର ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ରେ ପହଞ୍ଚିପାରି ନାହାନ୍ତି । ରାଜ୍ୟର ସାତଟି ସହରରେ26ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଲାଗି ବନ୍ଦୋବସ୍ତ କରାଯାଇଥିଲା ଏଵଂ 28ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ।

ସେହିଭଳି NEET ପାଇଁ 37459 ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 4500 ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ ଓ କୋଭିଡର ଭୟରେ ପନ୍ଦର ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ବଞ୍ଚିତ ହୋଇଛନ୍ତି । ତେଣୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନଜରରେ ରଖି ପୁନଃ ପରୀକ୍ଷା କରିବାକୁ ସଂଗଠନ ତରଫରୁ ଦାବି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.