ଭୁବନେଶ୍ବର: ଗୋଟିଏ ଦିନରେ ଲାଗିବ 24 ହଜାର ନିମ୍ବ ଚାରା । ଭୁବନେଶ୍ବରରୁ ପୁରୀ ମଧ୍ୟରେ ଜୁଲାଇ 30ରେ ହେବ ଚାରା ରୋପଣ । ସଜାଗ ଅନୁଷ୍ଠାନର ସ୍ବେଚ୍ଛାସେବୀ ଲଗାଇବେ ଏହି ଚାରା । ତିନି ବର୍ଷ ପର୍ଯ୍ୟନ୍ତ ନେବେ ଏହାର ଯତ୍ନ।
ବାତ୍ୟା ଫନି ଦ୍ବାରା ଓଡ଼ିଶାର ଅନେକ ପରିମାଣର ବୃକ୍ଷରାଜି ନଷ୍ଟ ହୋଇଛି । ଖାସ କରି ଭୁବନେଶ୍ବର ଓ ପୁରୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣ ରୂପରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ଯାହାର ଫଳ ସ୍ବରୂପ ବାୟୁମଣ୍ଡଳ ଦୂଷିତ ହେବା ସହିତ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି ।
ତେଣୁ ଭୁବନେଶ୍ବର ଓ ପୁରୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପୁନଃ ଫେରାଇ ଆଣିବା ଲକ୍ଷରେ ସରକାରୀ ଠାରୁ ଆରମ୍ଭ କରି ବେସରକାରୀ ସ୍ତରରେ ବହୁ ଉଦ୍ୟମ ହେଉଛି । ସେହିଭଳି ଏକ ସ୍ବେଚ୍ଛାସେବୀ ସଂଗଠନ ସଜାଗ ପକ୍ଷରୁ ଭୁବନେଶ୍ବର ଠାରୁ ପୁରୀ ମଧ୍ୟରେ ଗଛ ଲଗାଇ ସବୁଜିମ ଫେରାଇ ଆଣିବା ସହିତ ପରିବେଶ ପ୍ରଦୂଷଣ ରକ୍ଷା ଲାଗି ଅଣ୍ଟା ଭିଡିଛନ୍ତି । ଏହି ମାଧ୍ୟମରେ ଆସନ୍ତା ଜୁଲାଇ 30 ତାରିଖରେ 24 ହାଜର ନିମ୍ବ ଚାର ରୋପଣ କରାଯିବ ବୋଲି ସଜାଗ ସଂଗଠନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ସଜାଗ ଅନୁଷ୍ଠାନର ମୁଖ୍ୟ ପ୍ରଶାନ୍ତ ଆଦିତ୍ୟଙ୍କ ମତରେ ମହାପ୍ରଭୁଙ୍କ ଦାରୁ ନିମ୍ବ ଗଛରେ ତିଆରି ହେଉଥିବାରୁ ଏବଂ ନିମ୍ବ ଗଛ ଦ୍ବାରା ପରିବେଶ ପ୍ରଦୂଷଣ ମୁକ୍ତ ରହୁଥିବାରୁ ନିମ୍ବ ଚାରା ରୋପଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ଭଗବାନଙ୍କ କରୁଣାରୁ ଯଦି ଏହି ଚାରା ଦ୍ରୁମରେ ପରିଣତ ହୋଇ ପରେ ଦାରୁ ରୂପେ ଚୟନ ହୁଏ ମହାପ୍ରଭୁ ମଧ୍ୟ ଏଥିରେ ଗଢ଼ା ହୋଇ ପାରିବେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ସାହୁ, ଇଟିଭି ଭାରତ