ETV Bharat / city

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ: ଆର୍ଥିକ ଅନଟନରେ ବିତିଥିଲା ଜୀବନ, ଦିନେ ଥିଲେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ - ଦ୍ରୌପଦୀ ମୁର୍ମୁଙ୍କ ଶିକ୍ଷାଗତ ଯୋଗ୍ୟତା

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ କରିଛି ଏନଡିଏ । ଛାତ୍ରୀ ଜୀବନ ଓ ରାଜନୈତିକ ଜୀବନ ତାଙ୍କ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ତାଙ୍କଠାରୁ ଅନେକ କିଛି ଶିଖିବାର ଅଛି ବୋଲି କହିଛନ୍ତି ସେ ପାଠ ପଢ଼ିଥିବା ସ୍କୁଲ୍‌ କଲେଜର ଶିକ୍ଷୟିତ୍ରୀ ଓ ଛାତ୍ରୀ । ଅଧିକ ପଢ଼ନ୍ତୁ

ଆର୍ଥିକ ଅନଟନରେ ବିତିଥିଲା ଛାତ୍ରୀ ଜୀବନ, କଲେଜ କ୍ୟାଣ୍ଟିନ୍‌ରୁ ମୁହଁ ଫେରାଇ ନେଇଥିଲେ

author img

By

Published : Jun 22, 2022, 8:52 PM IST

Updated : Jun 23, 2022, 3:12 PM IST

ଭୁବନେଶ୍ବର: ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦିତା କରିବେ ବିଜେପି ଆଦିବାସୀ ନେତ୍ରୀ ମୟୂରଭଞ୍ଜର ଦ୍ରୌପଦୀ ମୁର୍ମୁ । କ୍ଷମତାସୀନ NDA ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଘୋଷଣା କରିଛି । ତୃଣମୂଳ ସ୍ତରରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ଦ୍ରୌପଦୀ ମୁର୍ମୁ । ଛାତ୍ରୀ ଜୀବନରୁ ହିଁ ସେ ଆଦିବାସୀଙ୍କ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବାକୁ ଚାହୁଁଥିଲେ ।

ଆର୍ଥିକ ଅନଟନରେ ବିତିଥିଲା ଛାତ୍ରୀ ଜୀବନ, କଲେଜ କ୍ୟାଣ୍ଟିନ୍‌ରୁ ମୁହଁ ଫେରାଇ ନେଇଥିଲେ

ପ୍ରାରମ୍ଭିକ ଜୀବନ

ରାଇରଙ୍ଗପୁରରେ ୨୦ ଜୁନ ୧୯୫୮ ମସିହା କୁସୁମୀ ବ୍ଲକ ଉପରବେଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ଏକ ଆଦିବାସୀ ଶାନ୍ତାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ । ଆଦିବାସୀ ସାନ୍ତାଳୀ ପରିବାରରେ ଜନ୍ମ ହୋଇଥିଲେ ବି ତାଙ୍କ ପାଠପଢ଼ା କ୍ଷେତ୍ରରେ ଆଦୌ ଅବହେଳା କରିନଥିଲେ ପରିବାର ଲୋକେ ।

ଦ୍ରୌପଦୀଙ୍କ ସ୍କୁଲ୍‌ ଶିକ୍ଷା

ଉପରବେଡ଼ା ଗ୍ରାମରେ ହିଁ ସେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ଏଠାରେ ସେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ । ଏହାପରେ ସେ ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ବର ଆସି ପହଞ୍ଚିଥିଲେ । ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ । ଏଠାରେ ସେ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସରେ ରହି ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ହାଇସ୍କୁଲ୍‌ ଶିକ୍ଷା ଗ୍ରହଣ କରିଥିଲେ । ସ୍କୁଲ୍‌ ଶିକ୍ଷା ଶେଷ ହେବାପରେ ତାଙ୍କର ଗୋଟିଏ ବର୍ଷ ନଷ୍ଟ ହୋଇଯାଇଥିଲା । କାରଣ ସେ କଲେଜ୍‌ରେ ଆଡମିଶନ ପାଇଁ କିଭଳି ଆବେଦନ କରନ୍ତି ତାହା ଜାଣି ପାରିନଥିଲେ । ଜାଣିଲା ବେଳକୁ ଆବେଦନର ସମୟ ସୀମା ଶେଷ ହୋଇଯାଇଥାଏ ।

ଦ୍ରୌପଦୀଙ୍କ କଲେଜ ଶିକ୍ଷା

ଏହପରେ ୧୯୭୫ ମସିହାରେ ସେ ତତ୍କାଳୀନ ରମାଦେବୀ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରେ ଅର୍ଥନୀତିରେ ପାଠପଢ଼ା ଆରମ୍ଭ କରିଥିଲେ । ଏହି କ୍ରମରେ ସେ ହଷ୍ଟେଲ ମେସ୍‌ର ପରିଚାଳନା ଦାୟିତ୍ବରେ ବି ରହିଥିଲେ । ପାଠ ପଢ଼ିବାକୁ ତାଙ୍କୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା । ଚଳିବା ପାଇଁ ତାଙ୍କ ବାପା ତାଙ୍କୁ ମାସିକ ୧୦ ଟଙ୍କା ପଠାଉଥିଲେ । ଏହି ସମୟରେ ଘୋର ଆର୍ଥିକ ଅନଟନରେ ଜୀବନ କାଟୁଥିଲେ । କଲେଜ କ୍ୟାଣ୍ଟିନ୍‌କୁ ସେ କେବେ ଯାଉନଥିଲେ । କାରଣ ସାଙ୍ଗକୁ ଖୁଆଇବା ଓ ସାଙ୍ଗଙ୍କଠାରୁ ଖାଇବା ପାଇଁ ସେ ସମର୍ଥ ନଥିଲେ । ପାଠପଢ଼ା ଶେଷ ପରେ ତାଙ୍କୁ ସଚିବାଳୟରେ ଚାକିରୀ ମିଳିଥିଲା । ତେବେ ସେ ଶିକ୍ଷକତା କରିବାକୁ ନିଷ୍ପତ୍ତି ନେଇଥିଲେ ।

ରାଜନୈତିକ କ୍ୟାରିଅର

ବିଜେପିର ଜଣେ ସାଧାରଣ କର୍ମୀ ଭାବେ ୧୯୯୭ ମସିହାରେ ଦ୍ରୌପଦୀ ମୁର୍ମୁ ରାଜନୀତିକୁ ଆସିଥିଲେ । ସମୟକ୍ରମେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ହୋଇଥିଲେ । କାଉନସିଲର ଭାବେ ପ୍ରଥମ ନିର୍ବାଚନ ଜିତିଥିଲେ । ଏହାପରେ ୨୦୦୦ରୁ ୨୦୦୯ ଯାଏଁ ମୟୂରଭଞ୍ଜର ରାଇରଙ୍ଗପୁରରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼଼ିଶାରେ ମେଣ୍ଟ ସରକାର ଥିବା ସମୟରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ରାଜ୍ୟ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ ଦାୟିତ୍ବ ତୁଲାଇ ଥିଲେ । ଏଭଳି ଏକ ସଫଳ ରାଜନୈତିକ କ୍ୟାରିଅର ପରେ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ ।

ଛୁଟୁଛି ଶୁଭେଚ୍ଛାର ସୁଅ

ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ବିପକ୍ଷରେ ଛିଡ଼ା ହେଲେ କ୍ଷମତାସୀନ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ଏହାକୁ ନେଇ ସେ ପାଠ ପଢ଼ିଥିବା ସ୍କୁଲ୍‌ ଓ କଲେଜର ଶିକ୍ଷୟିତ୍ରୀ ଓ ଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ଆଦର୍ଶ ମାନି ଛାତ୍ରୀ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି କହିଛନ୍ତି ଶିକ୍ଷୟିତ୍ରୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

Last Updated : Jun 23, 2022, 3:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.